ଛତ୍ରପୁର,୨୬/୯ : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରକୁ ମୁନିସିପାଲଟି ମାନ୍ୟତା ପ୍ରସଙ୍ଗରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲା ସଦର ମହକୁମା ଛତ୍ରପୁର ବିଜ୍ଞାପତି ଅଞ୍ଚଳ ପରିଷଦକୁ ପୌରପାଳିକା ମାନ୍ୟତା ଘୋଷଣା କରିବା ପାଇଁ ବିଭାଗ ତରଫରୁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହା କେବେ ଘୋଷିତ ହେବ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ଛତ୍ରପୁର ବିଜ୍ଞାପତି ଅଞ୍ଚଳ ପରିଷଦକୁ ସଂଲଗ୍ନ ଥିବା କେତେକ ଗ୍ରାମକୁ ମିଶାଯାଇ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ ନିମନ୍ତେ ଏକ ପ୍ରସ୍ତାବ ଏହି ବିଭାଗରେ ହସ୍ତଗତ ହୋଇଅଛି । ଏହି ଅବସରରେ ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ସଂକ୍ରାନ୍ତୀୟ ଅଧିସୂଚନା ପ୍ରକାଶ କରିଛନ୍ତି । ଅଧିସୂଚିତ ନୀତିର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ପ୍ରସ୍ତାବରେ ସୂଚିତ ଗ୍ରାମାଞ୍ଚଳକୁ ସହରାଞ୍ଚଳ ଘୋଷଣା ନିମନ୍ତେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।