Odisha news

ସାକ୍ଷୀଗୋପାଳ ମନ୍ଦିରରେ ବାମନ ଜନ୍ମ ଓ ରାଜରାଜେଶ୍ୱର ବେଶରେ  ସାକ୍ଷୀଗୋପାଳ ଙ୍କୁ ସୁନିଆଁ ଭେଟି

0
ସାକ୍ଷୀଗୋପାଳ  :  ଆଜି ସାକ୍ଷୀଗୋପାଳ ମନ୍ଦିରରେ  ବାମନ ଜନ୍ମ ନୀତିକାନ୍ତି  ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି l ଭଣ୍ଡ ଧୂପ ପରେ ସିଂହାସନ ଉପରେ ନୂତନ ବସ୍ତ୍ର ପରିଧାନ କରିଥିଲେ l ମସ୍ତକ, ହୃଦୟ ଓ ହସ୍ତରେ ତ୍ରିପଣ୍ଡ  ଚନ୍ଦନରେ କଟା ଯାଇଥିଲା l ରସ କୋରା ଭୋଗ ପରେ ସିଂହାସନ ଉପରେ ଆଳତି ଓ ଉପଚାର ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା  ଆଳତି ହୋଇ ଗୋଧନ  ବାହୁଡା଼ ଭୋଗ ପରେ ଶ୍ରୀଜୀଉ   ରାଜରାଜେଶ୍ବର ଵେଶ   ହୋଇଥିଲେ l
ସାକ୍ଷୀଗୋପାଳ ଠାକୁରଙ୍କୁ ପ୍ରତିବର୍ଷ ଆଜି  ସନ୍ଧ୍ୟାରେ ସୁନିଆଁ ଭେଟି ଅର୍ପଣ କରାଯାଇଛି । ଅପରାହ୍ନରେ ମନ୍ଦିର ସିଂହଦ୍ଵାରକୁ ପୂର୍ଣ୍ଣକୁମ୍ଭ କଦଳୀ ଗଛ ଆମ୍ବଡାଳରେ ସାଜସଜ୍ଜା କରାଯାଇଥିଲା। ସନ୍ଧ୍ୟା ଧୁପ ବେଶରେ ଠାକୁର ପାଟ ପିତାମ୍ବରୀ କାଛିଲାଗି ହୋଇ ସୁବର୍ଣ୍ଣ କୀରିଟି, ବଂଶୀ,ମକର କୁଣ୍ଡଳ, ଚାପସରି, ନୁଡୁକ, ତାବିଜ, ବେଙ୍ଗପାଟିଆ, ବାଙ୍କି ନୁପୁର ଆଦି ସୁନାରୁପା ଅଳଙ୍କାର, ଫୁଲ ତୁଳସୀ ମାଳ ଲାଗିହୋଇ ରାଜବେଶରେ ଶୋଭାପାଇଥିଲେ। ପରମ୍ପରା କ୍ରମେ ସ୍ଥାନୀୟ ଗୋପାଳପୁର ପାଟଣାର ମହାଜନ, ପ୍ରଜା, ସେଵାୟତ ଓ ଶ୍ରଦ୍ଧାଳୁ  ମାନେ ମସାଲ ଜଳାଇ ସର, ଲବଣି ଭାର ଫୁଲ ତୁଳସୀ ମାଳ ଆଦି  ଠାକୁରଙ୍କୁ ଲାଗି କରିବା ନିମନ୍ତେ  ଭେଟି ଦେଇଥିଲେ । ସୁପରଭାଇଜର ବିଶ୍ବନାଥ ମହାପାତ୍ର ଜଣଜଣ କରି ତାଲିକା ପଢିଵା ପରେ ଭେଟି ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ସେଵାୟତ ମାନେ ପନିକି କୋରଣା କଟୁରି ପିଢା ଦୀପରୁଖା ପ୍ରଦାନ କରିଥିଲେ।
Nalco

Leave A Reply