Odisha news

ବୈଶିଙ୍ଗା ଡାକ୍ତରଖାନା ପାଇଁ ସରକାରଙ୍କ ବୈମାତୃକ ମନୋଭାବ, ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ବୈଶିଙ୍ଗା ଗୋଟିଏ ଏରିଆ ହସପିଟାଲ

0
 ବେତନଟୀ : ବିଭିନ୍ନ ସମୟରେ ମୂଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ, ଦଳୀୟ ନେତୃତ୍ଵ ସବୁ ସମୟରେ ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ ପରିବର୍ତ୍ତନ ହେବା ନିମନ୍ତେ ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା ବୈଶିଙ୍ଗା ଅଞ୍ଚଳ ବାସୀ ଙ୍କ ପାଇଁ ଧୂଆଁ ବାଣ ସଦୃଶ ହୋଇଛି। ବଡସାହି ବିଧାୟକ  ସନାତନ ବିଜୁଳି ବିଭିନ୍ନ ସମୟରେ ଡାକ୍ତରଖାନାର ଉନ୍ନତି ନିମନ୍ତେ ଦାବି ଉଠାଉଥିଲେ ମଧ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି। ଚଳିତ ମୌସୁମୀ କାଳୀନ ଅଧିବେସନ ଚାଲିଥିବା ବେଳେ ଆଜି ଡାକ୍ତରଖାନାର ଉନ୍ନତି ପାଇଁ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।  ରାଜ୍ୟ ସରକାର ବୈଶିଙ୍ଗା ପିଏଚସି ପ୍ରତି ବୈମାତ୍ମକ ମନୋଭାବ ଓ ପ୍ରତାରଣା କରିବାର କାରଣ କ’ଣ । ବହୁବାର ବିଧାନସଭାରେ ପ୍ରଶ୍ନ କଲା ପରେ ବୈଶିଙ୍ଗା ପିଏଚସି କୁ ସିଏଚସି ର ମାନ୍ୟତା ଦେବା ପାଇଁ ଗୃହରେ କହିଥିଲେ। ମାତ୍ର ବାରମ୍ଵାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାର କାରଣ କ’ଣ, ସମସ୍ତ ପ୍ରକାର ଭିତ୍ତିଭୂମି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ର ଉପଯୁକ୍ତ ରିପୋର୍ଟ ଦିଆ ଯାଇଥିଲେ ମଧ୍ୟ ସରକାର କେଉଁ ଉଦ୍ଦେଶ୍ୟରେ ଏହାକୁ ସିଏ ଚସି  କରୁନାହାଁନ୍ତି ବୋଲି ପ୍ରକାଶ କରିଥିଲେ। ତାଙ୍କର ପ୍ରଶ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଥିଲେ କି  ବୈଶିଙ୍ଗା ରେ ଥ‌ିବା ସ୍ବାସ୍ଥ୍ୟ କେନ୍ଦ୍ର ଟି ପିଏଚସି ନୁହେଁ । ଏହା ଏକ ଏରିଆ ହସପିଟାଲ ଯାହାକି ଅନ୍ୟବର୍ଗ ହସ୍ପିଟାଲ ଅଧୀନରେ ଆସିଥାଏ | ଏରିଆ ହସ୍ପିଟାଲ କୁ ସିଏଚସି ସ୍ତରୀୟ ହସ୍ପିଟାଲରେ ପରିଣତ କରିବାପାଇଁ କୌଣସି ବ୍ୟବସ୍ଥା ନାହିଁ । ତେବେ ଏହି ହସ୍ପିଟାଲକୁ ଆପିଏଚସି -୨୦୨୨ ମାନଦଣ୍ଡ ଅନୁଯାୟୀ ୨୪ X ୭ ପିଏଚସି ହିସାବରେ ପରିଗଣିତ କରିବା ନିମନ୍ତେ ନୀତିଗତ ଭାବେ ନିଅରି ନିଆଯାଇଅଛି । ଭାରତୀୟ ସରକାରଙ୍କର ବିଭିନ୍ନ ନିୟମ ମାଧ୍ୟମରେ ଜାତୀୟ ରାଜପଥ ନିକଟରେ ଥିବା ସ୍ଵାସ୍ଥ୍ୟ କେନ୍ଦ୍ରଗୁଡିକରେ ଲେଭଲ-୩  ଟ୍ରମାକେୟାର ଫେସିଲିଟି (TCF) ର ବ୍ୟବସ୍ଥା କରାଯିବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ବୈଶିଙ୍ଗାରେ ଥ‌ିବା ସ୍ବାସ୍ଥ୍ୟ କେନ୍ଦ୍ରଟି ଏହି ମାନଦଣ୍ଡ ପୂରଣ କରୁନାହିଁ । ଦେଖାଯାଉ ବୈଶିଙ୍ଗା ଅଞ୍ଚଳ ବାସୀ ଏହାର ପ୍ରତିଫଳନ ରୂପକ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।
Nalco

Leave A Reply