Odisha news

ଏହି ୫ ଟି ହେଲଥ ଟିପ୍ସ ଆପଣଙ୍କୁ ରଖିବ ସର୍ବଦା ନିରୋଗୀ ଓ ସୁସ୍ଥ

0

ଏଭଳି କଛି ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ରହିଛି ଯାହାକି ଆମେ ନିଜ ଦୈନନ୍ଦିନ ଜୀବନରେ ସାମିଲ କରି ନିଜକୁ ନିରୋଗୀ ଓ ସୁସ୍ଥ ରଖିପାରିବା l

* ନିୟମିତ ତମ୍ବା ପାତ୍ର ରେ ପାଣି ପିଅନ୍ତୁ :-
ତମ୍ବା ବ୍ୟାକଟେରିଆ ନାଶକ ଓ ଔଷଧୀୟ ଗୁଣରେ ଭରପୁର ଅଟେ l ଯଦି ଆପଣ ନିୟମିତ ରାତିରେ ତମ୍ବା ପାତ୍ର ରେ ପାଣି କୁ ରଖି ସକାଳୁ ତାହାକୁ ସେବନ କରିବେ ତେବେ ଏହା ଆପଣଙ୍କ ଲିଭର ପାଇଁ ଖୁବ ହିତକର ଅଟେ l ଏହାଛଡା ଏହି ପାଣି ବିଭିନ୍ନ ପ୍ରକାର ପେଟ ସମ୍ବନ୍ଧୀୟ ରୋଗ ଠାରୁ ମଧ୍ୟ ଆପଣଙ୍କୁ ଦୂରେଇ ରଖିଥାଏ l ଏହାଛଡା ତମ୍ବା ପାତ୍ର ର ପାଣି ଆପଣଙ୍କ ଶରୀର ରୁ ବ୍ୟାଡ଼ ଟାକ୍ସିନ କୁ ବାହାର କରି ଗୁଡ଼ ଟକ୍ସିନ କ୍ରିଏଟ କରିଥଏ l

* ଶରୀର କୁ ବିଶ୍ରାମ ଦିଅନ୍ତୁ :-
ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଦିନର କେଉଁ ସମୟ ରେ ଆପଣ ଶୋଇବେ l କିନ୍ତୁ ଏହା ମହତ୍ୱପୂର୍ଣ୍ଣ ଅଟେ ଯେ ଆପଣଙ୍କୁ କେତେ ଘଣ୍ଟାର ନିଦ ର ଆବଶ୍ୟକତା ରହିଛି l ଆପଣଙ୍କୁ ଯେଉଁ ଟି ର ଆବଶ୍ୟକତା ରହିଛି ତାହା ନିଦ ନୁହେଁ ବିଶ୍ରାମ l କାହିଁକି ନା ବିଶ୍ରାମ ହିନ ଶରୀର ଅନେକ ପ୍ରକାର ରୋଗ ଆଡକୁ ଆମକୁ ଟାଣି ନେଇଥାଏ l ତେଣୁ ଯେଉଁ ସମୟ ରେ ଆପଣ ଆରାମ କରିବାକୁ ଚାହୁଁଛନ୍ତି ତୁରନ୍ତ ଆରାମ କରନ୍ତୁ l

* ୨ ସପ୍ତାହ ରେ ଗୋଟିଏ ଦିନ ଉପବାସ :-
ଆମ ଶରୀର ପ୍ରକୃତିକ ଚକ୍ର ରେ ଚାଲିଥାଏ l ଯାହାକୁ ମଣ୍ଡଳ କୁହାଯାଏ l ମଣ୍ଡଳ ହେଉଛି ୪୦-୪୮ ଦିନ ପର୍ଯ୍ୟନ୍ତ ଗୋଟିଏ ବିଶେଷ ଚକ୍ର ରେ ପରିଚାଳିତ ହେବା l କିଛିଦିନ ଏଭଳି ରହିଥାଏ ଯାହାଦ୍ୱାରା ଶରୀର କୁ ଖାଦ୍ୟ ର ଆବଶ୍ୟକତା ପଡି ନଥାଏ l ତେଣୁ ସେହି ସମୟରେ ଉପବାସ ରହିବା ଜରୁରି ହୋଇ ଯାଇଥାଏ l ୨ ସପ୍ତାହ କୁ ଏଭଳି ଗୋଟିଏ ଦିନ ବାଛନ୍ତୁ ଯେଉଁଦିନ ଆପଣ ଉପବାସ ରଖି ପରିବେ l କାହିଁକି ନା ଉପବାସ ମଣିଷ କୁ ନିରୋଗୀ ଓ ସୁସ୍ଥ ରଖଥାଏ l ଉପବାସ ଦ୍ୱାରା ଶରୀର ଡିଟାକ୍ସ ହୋଇଥାଏ l

* ପଞ୍ଚ ତତ୍ୱରେ ନିଜକୁ ଯୋଡି ରଖନ୍ତୁ :-
ମଣିଷ ନିଜକୁ ପ୍ରକୃତିକ ଭାବରେ ନିଜକୁ ପଞ୍ଚ ତତ୍ୱରେ ଯୋଡି ରଖିବା ଉଚିତ l ଏହାଛଡା ପ୍ରକୃତିକ ଖାଦ୍ୟ ଯେପରିକି ପନିପରିବା , ଫଳମୂଳ , ଶସ୍ୟ ଜାତୀୟ ଦ୍ରବ୍ୟ ନିୟମିତ ସେବନ କରନ୍ତୁ l ଏହାଛଡା ନିୟମିତ ଯୋଗ କରିବା ଜରୁରୀ ଏବଂ ଶରୀର କୁ ଆବଶ୍ୟକ ପରିମାଣ ର ଜଳ ମଧ୍ୟ ଦେବା ଜରୁରୀ l ଏହାଛଡା ଶରୀର କୁ ପ୍ରକୃତିକ ବାତାବରଣ ରେ ରଖନ୍ତୁ l ଋତୁ ଅନୁସାରେ ପ୍ରକୃତି ସହିତ ନିଜକୁ ଚଳାଇ ନେବା ଜରୁରୀ ହୋଇଥାଏ l

Leave A Reply