Odisha news

କ୍ୟୁଆଇଟୁ (Qi2) କଣ ? ଯେଉଁଥିରେ ବିନା ଚାର୍ଜରେ ଚାର୍ଜ ହେବ ଫୋନ  

ଖୁବ ଶୀଘ୍ର ବଜାରକୁ ଆସିବ  𝚀𝚒2 ଟେକ୍ନୋଲୋଜି

0

 ନୂଆଦିଲ୍ଲୀ : ଆମେ ସ୍ମାର୍ଟ ଫୋନ କୁ ଚାର୍ଜ କରିବା ପାଇଁ ୱୟର ଚାର୍ଜର ର ବ୍ୟବହାର କରିଥାଉ l ଯଦି ଆମେ କାମରେ ବାହାରକୁ କିଛିଦିନ ପାଇଁ ଯାଇଥାଉ ତ ଆମକୁ ଚାର୍ଜର ସାଙ୍ଗରେ ନେଇ ଯିବାପାଇଁ ପଡିଥାଏ l ଅନେକ ସମୟରେ ୱୟର ଚାରଜିଙ୍ଗ ଆମର ମୁଡ଼ ବିଗାଡି ଦେଇଥାଏ ମଧ୍ୟ ଏହାଦ୍ୱାରା ଅନେକ ପ୍ରକାର ଅସୁବିଧାର ସମୁଖୀନ ହେବାକୁ ମଧ୍ୟ ପଡିଥାଏ l ଯେପରିକି ଆଡପଟର ଖରାପ ହେବ ତାର ଛିଡିଯିବା ଇତ୍ୟାଦି l ଏଭଳି ସମସ୍ୟାରୁ ଲୋକ ମାନଙ୍କୁ ଆରାମ ଦେବାପାଇଁ ୱୟରଲେସ ଚାର୍ଜର କୁ ସ୍ମାର୍ଟ ଫୋନ ରେ ବ୍ୟବହାର କରାଯିବ l

ୱାଏରଲେସ ଚାର୍ଜର ରେ ଆପଣଙ୍କୁ ଆଡପଟର ର ଆବଶ୍ୟକତା ନାହିଁ କିମ୍ବା କେବୁଲ ମଧ୍ୟ ଆବଶ୍ୟକତା ନାହିଁ l ୱେୟରଲେସ ଚାର୍ଜର ପାଇଁ ଆପଣଙ୍କ ଖୁବ ଶୀଘ୍ର Qi2 ଟେକ୍ନୋଲୋଜି ର ଚାରଜିଙ୍ଗ ସପୋର୍ଟ ମିଳିବ l ଏହାଦ୍ୱାରା ଆପଣଙ୍କ ଫୋନ ଫଟାଫଟ ଚାର୍ଜ ହୋଇଯିବ l
Qi2 କଣ ?
ବିଶେଷ ଭାବେ ଏହା ଗୋଟିଏ ନୁଆ ୱେୟାର ଲେସ ଚାର୍ଜିଙ୍ଗ ଅଟେ l ଏହି ଟେକ୍ନୋଲୋଜି ମାଧ୍ୟମ ରେ ୨ ଟି ସ୍ମାର୍ଟ ଫୋନ ମଧ୍ୟରେ ୧୫ ୱାଟ ର ଫାଷ୍ଟ ଚାର୍ଜିଙ୍ଗ କୁ ଲାଭ କରିବା ପାଇଁ ଡିଭାଇସ ମଗ୍ନେଟିକ ଏନଲାଇନମେଣ୍ଟ ଏବଂ ଭିନ୍ନ ଫ୍ରିକ୍ୱେନସି ର ବ୍ୟବହାର କରାଯାଇ ଥାଏ l ଏହାଛଡା ଏହି ୱେୟାରଲେସ ଚାର୍ଜର ରେ ଖୁବ ଶୀଘ୍ର ଫୋନ ଚାର୍ଜ ହୋଇ ଯାଇଥାଏ l 𝚀𝚒2 ଦ୍ୱାରା ଏକ ସଙ୍ଗରେ ଅନେକ ଗୁଡିଏ ଡିଭାଇସ ଚାର୍ଜ ହେବା ସହିତ ମେଟାଲ ବସ୍ତୁ ଦ୍ୱାରା ମଧ୍ୟ ଚାର୍ଜ ହୋଇଥାଏ l
𝚀𝚒2 ୱାଏରଲେସ ଚାର୍ଜର କୁ WPC କିଛି କମ୍ପାନୀ ସମୂହ ପ୍ରସ୍ତୁତ କରିଛନ୍ତି l ଏହି ଚାର୍ଜର ଦ୍ୱାରା ମୋବାଇଲ ଡିଭାଇସ , ସ୍ମାର୍ଟ ୱାଚ, ଏବଂ ସମସ୍ତ ପ୍ରକାର ଡିଭାଇସ ଖୁବ ସହଜ ରେ ଚାର୍ଜ କରାଯାଅ ପାରିବ l
Nalco

Leave A Reply