ଗଣେଶ ପୂଜାରେ ଗଣପତିଙ୍କୁ ଅର୍ପଣ କରାଯାଉଥିବା ଦୁବ ଘାସ ଔଷଧୀୟ ଗୁଣରେ ଭରପୁର ହୋଇଥାଏ l ଦୁବ ଘାସରେ ଭିଟାମିନ ଏ, ଭିଟାମିନ ସି, ପୋଟାସିୟମ, ମଗ୍ନେଶୀୟମ, ପ୍ରୋଟିନ, ଏସିଟିକ ଏସିଡ ଓ ଏଲକଲାଈଡ଼ ଭଳି ପୋଷାକ ତତ୍ୱ ରହିଥାଏ l ଏହାଛଡା ଦୁବ ଘାସରେ ଆଣ୍ଟି-ମାଇକ୍ରୋଵିୟୋଲ , ଆଣ୍ଟି ଭାଇରଲ, ଆଣ୍ଟି-ଇମ୍ଫ୍ଲମେଟ୍ରି ଗୁଣ ଭରପୁର ମାତ୍ରାରେ ରହିଥାଏ l ଆୟୁର୍ବେଦ ଅନୁସାରେ ବିଭିନ୍ନ ରୋଗର ଚିକିତ୍ସା ଦୁବ ଘାସ ଦ୍ୱାରା କରାଯାଇ ଥାଏ l
* ଇମ୍ୟୁନିଟି ମଜବୁତ କରିବା ପାଇଁ ଦୁବ ଘାସ ର ବ୍ୟବହାର କରାଯାଏ l ଏଥିରେ ଥିବା ଆଣ୍ଟି ଭାଇରଲ ଗୁଣ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ବିଭିନ୍ନ ସଂକ୍ରମଣ ଠାରୁ ରକ୍ଷା କରିଥାଏ l ଦୁବ ଘାସକୁ ପେଷି ନିଅନ୍ତୁ ଓ ପାଣିରେ ମିଶାଇ ନିଅନ୍ତୁ ଏବଂ ଏହାକୁ ଛାଣି ନିୟମିତ ସେବନ କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏବଂ ରୋଗ ଠାରୁ ଦୂରେଇ ରଖିଥାଏ l
* ଗଣପତି ଙ୍କ ପୂଜନ ରେ ଅର୍ପଣ ଦୁବ ଘାସ ମଧୁମେହ ପାଇଁ ଖୁବ ଲାଭ ଦାୟକ ଅଟେ l ଦୁବ ରେ ହାଇପୋଗ୍ଲିସେମିକ ରହିଥାଏ l ଯାହାକି ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିଥାଏ l ଯଦି ସକାଳ ସମୟରେ ଦୁବ ଘାସ ଓ ଲିମ୍ବ କୁ ମିଶାଇ ଜୁସ କରି ସେବନ କରାଯାଏ ତେବେ ଖୁବ ଆରାମ ମିଳିଥାଏ l
* ଗବେଷକ ଙ୍କ ମତରେ ଦୁବ ଘାସ ରସ ନିୟମିତ ସେବନ କରିବା ଦ୍ୱାରା ଏନିମିଆ ରୁ ଲାଭ ମିଳିଥାଏ l ଦୁବ ର ରସ ଶରୀର ମଧ୍ୟକୁ ଯାଇ ଲାଲ ରକ୍ତ କୋଷିକା କୁ ବଢାଇବା ର କାର୍ଯ୍ୟ କରିଥାଏ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ହେମୋଗ୍ଲୋବିନ ବୃଦ୍ଧି ହୋଇଥାଏ l
* ଅନେକ ଲୋକଙ୍କର କୋଷ୍ଠ କାଠିନ୍ୟ ସମସ୍ୟା ରହିଥାଏ l ଯଦି ଏପରି ସ୍ଥିତିରେ ନିୟମିତ ସ୍କୁ ଆମେ ଦୁବ ଘାସ ରସ ସେବନ କରିବା ତେବେ ଶରୀରରେ ଥିବା ଟକ୍ସିନ ବାହାରି ଯାଇଥାଏ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l
* ଆୟୁର୍ବେଦ ଅନୁସାରେ ଦୁବ ଘାସ ରସ ପୁରୁଷ ମାନଙ୍କ ମଧ୍ୟରେ ଯୌନ ଉଦ୍ଧିପନା ବୃଦ୍ଧି କରିଥାଏ l ଏହାଛଡା ସ୍ପର୍ମ କାଉଣ୍ଟ ମଧ୍ୟ ବୃଦ୍ଧି ହୋଇଥାଏ l ତେଣୁ ନିୟମିତ ଦୁବ ଘାସ ରସ ନିହାତି ସେବନ କରିବା ଉଚିତ l