Odisha news

ରିସର୍ଚ୍ଚ : ଓଜନ ବୃଦ୍ଧି ପାଇଁ ଆଳୁ ଖାଇବାରୁ ଦୂରେଇ ରହୁଛନ୍ତି କି ତେବେ ହୋଇ ଯାଆନ୍ତୁ ସତର୍କ 

0
ଆଳୁ .. ଭାରତୀୟ ବ୍ୟଞ୍ଜନ ର ମୁଖ୍ୟ ଅଟେ l ଏହା ଭାରତୀୟ ରୋଷେଇ ଘର ପାଇଁ ଖୁବ ଗୁରୁତ୍ୱପୂର୍ଣ ପାରିବl  ଅଟେ l ଆଳୁ ର ବିଶେଷତା ଏହାକି ଯେ ଆପଣ ଏହାକୁ ଯେକୌଣସି ସବୁଜ ପରିବାରେ ମିଶାଇ କିଛିବି ତରକାରୀ ପ୍ରସ୍ତୁତ କରିପାରିବେ l ଏହାଛଡା ଆଳୁର ବ୍ୟବହାର ପରଟା, କଟଲେଟ, ପକୁଡି ମଧ୍ୟ ବ୍ୟବହାର କରାଯାଇ ଥାଏ l  ବିଶେଷ କଥାଟି ହେଲା ଆଳୁ ବିନା ଭାରତୀୟ ରୋଷେଇ ଘର ଅଚଳ l
ଯେଉଁମାନେ ଆଳୁ ଖାଇବାକୁ ପସନ୍ଦ କରନ୍ତି ସେମାନେ ଏଥିରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରନ୍ତି l  କିନ୍ତୁ କିଛି ଲୋକ ଏଭଳି ମଧ୍ୟ ରହିଥାଆନ୍ତି ଯିଏ କି ନିଜକୁ ଆଳୁ ଖାଇବାରୁ ଦୂରେଇ ରଖି ଥାଆନ୍ତି l ଏପରି ସ୍ଥିତିରେ ଗବେଷକ ମାନେ ଆଳୁ ଖାଦ୍ୟରେ ସାମିଲ ନକରିବା କେତେଦୂର ଠିକ ତାହା ଜାଣିବା ପାଇଁ ଗୋଟିଏ ଅଧ୍ୟୟନ କରିଥିଲେ l
* ଏହି ଅଧ୍ୟୟନ ଅନୁସାରେ ଆଳୁ ରେ ଷ୍ଟାର୍ଚ୍ଚ ରହିଥାଏ ଓ ଏହାକୁ ଏନର୍ଜି ର ସୋର୍ସ ମଧ୍ୟ କୁହାଯାଏ l ଆଳୁ ରେ ଭଲ କ୍ୟାଲୋରୀ ରହିଥାଏ l ଆମେ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ସାରା ଦିନ ଆମକୁ ଏନର୍ଜେଟିକ୍ୱ ଲାଗିଥାଏ l
* କିନ୍ତୁ ଆଳୁ ର ବ୍ୟବହାର କରିବା ସମୟରେ ଅଧିକ ମାତ୍ରାରେ ତେଲ ର ବ୍ୟବହାର କରିବା ଉଚିତ ନୁହେଁ l  ଏହାଦ୍ୱାରା ଶରୀର ରେ ଓଜନ ବୃଦ୍ଧି ହେବାର ମଧ୍ୟ ଅନେକ ସମ୍ଭାବନାର କାରଣ ହୋଇଥାଏ l  ତେଣୁ ଆଳୁ ଯଦି ବ୍ୟବହାର କରୁଛନ୍ତି ତେବେ କମ ତେଲ ର ବ୍ୟବହାର କରନ୍ତୁ l
* ବିଶେଷ ଭାବରେ ମଧୁମେହ ରୋଗୀମାନେ ଆଳୁ କମ ଖାଇବା ଜରୁରୀ କିମ୍ବା କଛାଡି ଦେବା ଉଚିତ l  କିନ୍ତୁ ସାଧାରଣ ମଣିଷ ଆଦୌ ଆଳୁ କୁ ସମ୍ପୂର୍ଣ ତ୍ୟାଗ କରିବା ଉଚିତ ନୁହେଁ l  ଯଦିବି ମଧୁମେହ ରୋଗୀ ଆଳୁ ଖାଇବାକୁ ଚାହୁଁଛନ୍ତି ତେବେ ସେମାନେ ଆଳୁକୁ କାଟି ପାଣିରେ ପକାଇ ନିଅନ୍ତୁ l ଏବଂ ପାଣିରେ କିଛି ସମୟ ପକାଇବା ପରେ ତାହାକୁ ଧୋଇ ଖାଦ୍ୟ ରେ ବ୍ୟବହାର କରନ୍ତୁ l ଏଭଳି କରିବା ଦ୍ୱାରା ଷ୍ଟାର୍ଚ୍ଚ ଖୁବ କମ ପରିମାଣ ରେ ଶରୀରକୁ ଯାଇଥାଏ l
* ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ସିଝା ଆଳୁ କୁ ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ l ସିଝା ଆଳୁ ଶରୀରକୁ ଏତେ ଅଧିକ ପ୍ରଭାବିତ କରିନଥାଏ l

Leave A Reply