Odisha news

ପୃଥିବୀ ଆଡକୁ ଅନ୍ତରୀକ୍ଷ ରୁ ମାଡି ଆସୁଛି ବିପଦ, ଯାହାକି ୨୨ ଟି ପରମାଣୁ ବମ ସହିତ ସମାନ ଏବଂ ହୋଇପାରେ ମହାବିନାଶ

0

ନୂଆଦିଲ୍ଲୀ : ପୃଥିବୀ ପୃଷ୍ଠରେ ପ୍ରଳୟ କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ l ନିକଟରେ ବୈଜ୍ଞାନିକ ମାନେ ଏଭଳି କିଛି ତଥ୍ୟ ଦେଇଛନ୍ତି , ଯାହାକି ପୃଥିବୀ ଆଡକୁ ମାଡି ଆସୁଥିବାର ସଂକେତ ଦେଇଥାଏ l ବୈଜ୍ଞାନିକ ମାନେ ପ୍ରଥମ ଥର କହିଛନ୍ତି ଯେ ପୃଥିବୀ ଆଡକୁ ଗୋଟିଏ ବିଶାଳ କ୍ଷୁଦ୍ର ଗ୍ରହ କିମ୍ବା ଉଲକାପିଣ୍ଡ ଆସୁଛି l ଯେଉଁଥିରେ ୨୨ଟି ପରମାଣୁ ବମ ଭଳି ଶକ୍ତି ରହିଛି l ଯଦି ଏହା ପୃଥିବୀ ସହିତ ଧକା ହେବ ତେବେ ପ୍ରଳୟ ହେବାର ସମ୍ଭାବନା ନିଶ୍ଚିତ ରହିଛି l ବୈଜ୍ଞାନିକ ମାନେ ଏହାର ସଠିକ ତାରିଖ ମଧ୍ୟ ଦର୍ଶାଇଛନ୍ତି l ବର୍ତମାନ ଡରିବାର କୌଣସି କାରଣ ନାହିଁ, କାହିଁକି ନା ସମୟ ଆହୁରି ଡେରି ଅଛି l

ମେଟ୍ରୋ ରିପୋର୍ଟ ର ସୂଚନା ଅନୁସାରେ ବେନୁ ନାମକ ଗୋଟିଏ ଉଲକାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଛି l ଏମିତିରେ ପୃଥିବୀର ନିକଟତର ହୋଇ ଉଲକାପିଣ୍ଡ ଯାଇ ଥାଆନ୍ତି, କିନ୍ତୁ ଚଳିତ ଥର ଏହା ଚିନ୍ତାର କାରଣ ହୋଇଛି l ବୈଜ୍ଞାନିକ ଙ୍କ ମତ ଅନୁସାରେ ଏହା ଯଦି ପୃଥିବୀ ସହିତ ଧକା ହେବ ତେବେ ଖୁବ ବଡ଼ ପ୍ରଳୟ ହୋଇପାରେ l କାହିଁକି ନ ଏହି ଉଲକାପିଣ୍ଡ ରେ ୨୨ଟି ପରମାଣୁ ସହିତ ସମାନ ଅଟେ l ଏହାଦ୍ୱାରା ପୃଥିବୀ ରେ ଗୋଟିଏ ଗର୍ତ୍ତ ମଧ୍ୟ ହୋଇପାରେ l ଆପଣ ଠାରେ ଭାବି ଦେଖନ୍ତୁ ହିରୋସୀମା ନାଗାସାକି ରେ ମାତ୍ର କିଛିଟା ପରମାଣୁ ରେ ବମ ରେ କି ଅବସ୍ଥା ହୋଇଥିଲା l ଯେତେବେଳେ ୨୨ ଟି ପରମାଣୁ ବମ ର ଶକ୍ତି ଭଳି ଧକା ହେବ ତେବେ କିଭଳି ମହାବିନାଶ ହେବ l

ନାସାର OSIRIS -REx ଅନ୍ତରୀକ୍ଷ ଯାନ ଅକ୍ଟୋବର ୨୦ ,୨୦୨୦ ରେ ଏହି ଉଲକାପିଣ୍ଡ ର ଗୋଟିଏ ନମୁନା ସଂଗ୍ରହ କରିଥିଲା l ୨ବର୍ଷ ଅଧ୍ୟୟନ କରିବା ପରେ ନାସା ର ବୈଜ୍ଞାନିକ ଖୋଜି ପାଇଥିଲେ ଯେ ଯଦି ମାତ୍ର ୧୦ ସେମି ପ୍ରତି ସେକେଣ୍ଡ ବେଗରେ ଆସିଲା ତେବେ ପୃଥିବୀ ପୃଷ୍ଠ ରେ ନିଶ୍ଚିତ ଗୋଟିଏ ଗର୍ତ୍ତ ହୋଇ ଯାଇଥିଲା l ଏଥିରୁ ଅତି ହାୟଙ୍କର ଶକ୍ତି ନିର୍ଗତ ହୋଇଥିଲା ଯାହାକି ସେଠାରେ ଥିବା ଉପକରଣ କୁ ଅକାମି କରି ଦେଇଥିଲା l

ବୈଜ୍ଞାନିକ ଙ୍କ ମତରେ ଏହି ଉଲକାପିଣ୍ଡ ୧୫୯ ବର୍ଷ ପରେ ପୃଥିବୀ ସହିତ ଧକା ହେବ l ଏହା ସେପ୍ଟେମ୍ବର ୨୪ , ୨୧୮୨ ରେ ପୃଥିବୀରେ ଧକା ହେବାର ସମ୍ଭାବନା ରହିଛି l ବର୍ତମାନ ନାସା ପକ୍ଷରୁ ଏହାକୁ କିଭଳି ଅଟକାଯାଇ ପାରିବ ତାହାକୁ ନେଇ ରିସର୍ଚ୍ଚ ଚାଲିଛି l

Har Ghar Tiranga

Leave A Reply