Odisha news

ଗଣେଶ ଚତୁର୍ଥୀ ରେ ନିଜ ରାଶି ଅନୁସାରେ କରନ୍ତୁ ମନ୍ତ୍ର ପାଠ, ବିଘ୍ନ ବିନାଶକ ଦୂର କରିବେ ସମସ୍ତ କଷ୍ଟ

0

ଭଗବାନ ଗଣପତି ହେଉଛନ୍ତି ବିଘ୍ନ ବିନାଶକ l ସେ ହେଉଛନ୍ତି ଅଗ୍ର ପୂଜ୍ୟ l ବିଘ୍ନ ବିନାଶ଼କ ଙ୍କ ନିକଟରେ ଆରାଧନା କରିବା ଦ୍ୱାରା ଦୂର ହୋଇଥାଏ ଜୀବନ ର ସମସ୍ତ କଷ୍ଟ l ମାନ୍ୟତା ରହିଛି ଯେ ଗଣପତି ରୋଗ , ଭୟ, ସମସ୍ୟା , ବ୍ୟବସାୟ ରେ ଅସୁବିଧା , ଆର୍ଥିକ ଅସୁବିଧା ଦୂର କରି ଥାଆନ୍ତି l

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଗଣେଶ ଚତୁର୍ଥୀ ଦିନ ଗଣପତି ଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର ପାଠ କରିବା ଦ୍ୱାରା ବିଘ୍ନ ହର୍ତ୍ତା ସମସ୍ତ କଷ୍ଟ ଦୂର କରି ଥାଆନ୍ତି l

* ମେଷ ରାଶି –
ମେଷ ରାଶିର ଲୋକେ ଆଜି ର ଦିନରେ ବକ୍ର ତୁଣ୍ଡ ଙ୍କ ନିକଟରେ ଓଂ ଗଙ୍ଗ ଓ ଓଂ ବକ୍ର ତୁଣ୍ଡାୟ ହୁଙ୍ଗ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ଅସୁବିଧା ଦୂର ହେବ ଓ ଜୀବନ ସୁଖମୟ ହେବ l ମେଷ ରାଶିର ଇଷ୍ଟ ଦେବତା ହନୁମାନ ଓ ଗଣପତି ଅଟନ୍ତି l

* ବୃଷ ରାଶି –
ବୃଷ ରାଶିର ବ୍ୟକ୍ତି ନିଜ ଜୀବନ ର ସମସ୍ତ କଷ୍ଟ ଦୂର କରିବା ପାଇଁ ଆଜିର ଦିନରେ ଗଣପତି ଙ୍କ ନିକଟ ରେ ଓଂ ହ୍ରିଙ୍ଗ ଗ୍ରିଙ୍ଗ ହ୍ରିଙ୍ଗ ମନ୍ତ୍ର ପାଠ କରନ୍ତୁ l ଏବଂ ଗଣପତି ଙ୍କ ନିକଟ ରେ ଘିଅ ଓ ମିଶ୍ରୀ ଭୋଗ ଲଗାନ୍ତୁ l ଆଜିର ଦିନରେ ଗଣପତି ଙ୍କ ନିକଟ ରେ ଦୁଇ ମୁଖୀ ଦୀପ ଲଗାନ୍ତୁ l ଯାହାଦ୍ୱାରା ଆର୍ଥିକ ଅନାଟନ ଦୂର ହେବ l

* ମିଥୁନ ରାଶି -:
ମିଥୁନ ରାଶିର ଲୋକେ ଆଜିର ଦିନରେ ଗଣେଶ ଓ ଲକ୍ଷ୍ମୀ ଙ୍କ ଭଳି ପୂଜା କରନ୍ତୁ l ଏବଂ ଓଂ ଗଙ୍ଗ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ l ଆଜିର ଦିନରେ ଗରିବ ବ୍ୟକ୍ତିଙ୍କୁ କଳା କମ୍ବଳ ଦାନ କରିବା ଦ୍ୱାରା ସମସ୍ତ କଷ୍ଟ ଦୂରେଇ ଯିବ l ଗଣପତି ଙ୍କୁ ପୂଜା ସମୟ ରେ ଧଳା ଚନ୍ଦନ ଅର୍ପଣ କରନ୍ତୁ l

* କର୍କଟ ରାଶି -:
କର୍କଟ ରାଶିର ଲୋକେ ଗଣପତି ଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଇ ଓଂ ବରଦାୟ ନଃ ଏବଂ ଓଂ ବକ୍ର ତୁଣ୍ଡାୟ ହୁଂହ ଜପ କରନ୍ତୁ l ଆପଣ ଆଜିର ଦିନରେ ଗଣପତି ଙ୍କୁ ରକ୍ତ ଚନ୍ଦନ ଟିକା ଲଗାଇ ଦିଅନ୍ତୁ l

* ସିଂହ ରାଶି :-
ସିଂହ ରାଶିର ବ୍ୟକ୍ତି ଆଜିର ଦିନରେ ଗଣପତି ଙ୍କୁ ନାଲି ରଙ୍ଗର ପୁଷ୍ପ ଓ ରକ୍ତ ଚନ୍ଦନ ଅର୍ପଣ କରନ୍ତୁ l ଏହାଛଡା ଓଂ ସମୁଙ୍ଗଲୟେ ନମଃ ମନ୍ତ୍ର ପାଠ କରନ୍ତୁ l ଏହାଛଡା ଗୋଟିଏ ନାଲି ରୁମାଲ ପକେଟ ରେ ରଖନ୍ତୁ l ଆର୍ଥିକ ଅନାଟନ ଦୂର ହେବା ସହିତ ରୋଗ ରୁ ମଧ୍ୟ ମୁକ୍ତି ମିଳିବ l

* କନ୍ୟା ରାଶି :-
କନ୍ୟା ରାଶିର ଲୋକେ ଆଜିର ଦିନ ରେ ୨୧ ବିଡା ଦୁବ ଘାସ ଗଣେଶ ଙ୍କୁ ଅର୍ପଣ କରନ୍ତୁ ଏବଂ ଓଂ ଚିନ୍ତା ମଣୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ l ସ୍ଥାୟୀ ସଫଳତା ପାଇଁ ତୁଳସୀ ମାଳି ପିନ୍ଧନ୍ତି l

* ତୁଳା ରାଶି :-
ତୁଳା ରାଶିର ବ୍ୟକ୍ତି ଆଜିର ଦିନରେ ଗଣପତି ଙ୍କ ନିକଟ ରେ ୫ ଟି ନଡ଼ିଆ ଅର୍ପଣ କରନ୍ତୁ ଏବଂ ଓଁ ବକ୍ର ତୁଣ୍ଡାୟ ନମଃ ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହେବ ଏବଂ ଜୀବନ ସୁଖମୟ ହେବ l

* କନ୍ୟା ରାଶି :-
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ ଶୁଭ ଅଟେ l ତେଣୁ ଆପଣ ଗଣପତି ଙ୍କ ନିକଟ ରେ ଗଣେଶ ଚାଳିଶା ପାଠ କରନ୍ତୁ ଏହାଦ୍ୱାରା ସମସ୍ତ ଚିନ୍ତା ଦୂର ହେବ ଓ ଜୀବନ ସୁଖମୟ ହେବ l

* ତୁଳା ରାଶି :-
ତୁଳା ରାଶି ର ବ୍ୟକ୍ତି ଆଜିର ଦିନରେ ଯଦି ଗଣପତି ଙ୍କୁ ହବନ କରି ସନ୍ତୁଷ୍ଟ କରନ୍ତୁ l ଏହାଛଡା ନିଜ ଜୀବନ ର ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ଦରିଦ୍ର ଙ୍କୁ ଅନ୍ନ ଦାନ କରନ୍ତୁ l

* ବିଛା ରାଶି :-
ବିଛା ରାଶିର ବ୍ୟକ୍ତି ଆଜିର ଦିନରେ ଗଣପତି ଙ୍କୁ ଶ୍ୱେତ ଅର୍କ ଅର୍ପଣ କରନ୍ତୁ ଏବଂ ସୁଖ ସମୃଦ୍ଧି ପାଇଁ ନାଲି ଫୁଲ ଓ ସିନ୍ଦୁର ଅର୍ପଣ କରନ୍ତୁ l ଏବଂ ଓଂ ନମୋ ଭଗବତେ ଗଜାନନାୟ ନମଃ ମନ୍ତ୍ର ଅର୍ପଣ କରନ୍ତୁ l

* ଧନୁ ରାଶି :-
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ ଶୁଭ ଅଟେ l ଧନୁ ରାଶିର ବ୍ୟକ୍ତି ଗଣପତି ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରରେ ତ୍ୱରଣ ଲଗାନ୍ତୁ ଏବଂ ଓଂ ନମୋ ଭଗବତେ ଗଜାନନାୟ ନମଃ ମନ୍ତ୍ର ଜପ କରନ୍ତୁ l

* ମକର ରାଶି :-
ମକର ରାଶିର ବ୍ୟକ୍ତି ଆଜିର ଦିନରେ କଦଳୀ ବୃକ୍ଷ ପୂଜା କରିବା ଖୁବ ଶୁଭ ଅଟେ l ଏହାଛଡା ଗଣପତି ଙ୍କୁ ପାନ , ଲବଙ୍ଗ ଓ ଗୁଆ ଅର୍ପଣ କରନ୍ତୁ l ଗଣପତି ଙ୍କ ନିକଟ ରେ ଓଂ ଗଙ୍ଗ ନମଃ ୧୦୮ ଥର ଜପ କରନ୍ତୁ l

* କୁମ୍ଭ ରାଶି :-
ଆଜିର ଦିନରେ କୁମ୍ଭ ରାଶିର ବ୍ୟକ୍ତି ଶକ୍ତି ବିନାୟକ ଗଣେଶ ଙ୍କୁ ପୂଜା କରିବା ଖୁବ ଶୁଭ ଅଟେ l ଏବଂ ଓଂ ଗଣମୁକ୍ତାୟେ ଫଟ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ସମସ୍ତ କଷ୍ଟ ନିବାରଣ ହେବ ଏବଂ ଜୀବନ ସୁଖମୟ ହେବ l ଧ୍ୟାନ ରଖିବେ ଯେପରି କେହି ଆପଣଙ୍କ ଘରୁ ଭୋକିଲା ନଯିବେ l

* ମୀନ ରାଶି :-
ମୀନ ରାଶିର ବ୍ୟକ୍ତି ଆଜିର ଦିନରେ ଦାରିଦ୍ରତା ଦୂର କରିବା ପାଇଁ ଓଂ ଅନ୍ତରକ୍ଷେ ସ୍ୱାହା ମନ୍ତ୍ର ପାଠ କରନ୍ତୁ l ଆଜିର ଦିନରେ ପିପଲ ବା ଓସ୍ତ ବୃକ୍ଷ ନିକଟ ରେ ଜଳ ଅର୍ପଣ କରନ୍ତୁ l ଏହାଛଡା ନିଜ ଘରର ମୁଖ୍ୟ ଦ୍ୱାରରେ କଳସ ସ୍ଥାପନା କରନ୍ତୁ l

Nalco

Leave A Reply