Odisha news

କୃଷକ, ଶ୍ରମିକ, ମହିଳାଙ୍କ ଲାଗି ସିପିଏମ୍ର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

0

ଜଳେଶ୍ୱର-୧୮/୦୯ : ଜଳେଶ୍ୱର ବ୍ଳକ ଅଂଚଳରେ ସାମ୍ପ୍ରତିକ କେତେକ ପରିସ୍ଥିତିକୁ ଲକ୍ଷ୍ୟକରି ସିପିଏମ୍ର ଲୋକାଲ କମିଟି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବହୁ କୃଷକ, ଶ୍ରମିକ, ମହିଳା ଓ ଯୁବଛାତ୍ର ମିଶି ୮ଦଫା ଦାବି ସମ୍ମଳିତ ଏକ ସ୍ମାରକ ପତ୍ର ଜଳେଶ୍ୱର ବିଡିଓ ପୁନମ ରାଉତଙ୍କୁ ପ୍ରଦାନ କରିଛନ୍ତି । ସର୍ବନିମ୍ନ ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ରୋକିବା, ଚାଉଳ,ଡାଲି, ତେଲ, ଗହମ, ଆଳୁ ପିଆଜ ଯୋଗାଇବାରେ ଆଇନ୍ ତିଆରି କରିବା, ବେକାରୀଙ୍କୁ କର୍ମସଂସ୍ଥାନର ବ୍ୟବସ୍ଥା କରିବା, ମନରେଗା ଯୋଜନାରେ ଦୈନିକ ୬୦୦ ଟଙ୍କା ହିସାବରେ ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କାମ ଯୋଗାଇବା । ଦୈନିକ ମଜୁରୀ ୩୪୫ଟଙ୍କାକୁ ବୃଦ୍ଧି କରିବା । ଗୋଟିଏ ଛାତ ତଳେ କାମ କରୁଥିବା ସବୁ ଶ୍ରମିକ ଓ କର୍ମଚାରୀଙ୍କୁ ନାର୍ଯ୍ୟ ମଜୁରୀ ଦେବା, ଭୂମିହୀନ ବାସ କରୁଥିବା ସରକାରୀ ସ୍ଥାନର ପଟ୍ଟା ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ଲକ୍ଷ ଟଙ୍କାର ଗୃହ ଯୋଗାଇବା, କୃଷକକୁ ସାର କୀଟନାଶକ ଓ କୃଷି ଯନ୍ତ୍ରପାତି ସବ୍ସିଡରେ ଯୋଗାଣ, ଧାନର ସହାୟକ ମୂଲ୍ୟ ୩ହଜାର ଟଙ୍କାକୁ ବୃଦ୍ଧି, ସାମ୍ପ୍ରଦାୟିକ ଭାଷଣ ବନ୍ଦ କରିବା ଇତ୍ୟାଦି ଦାବି ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲୀପ ପରିଡା ଓ ମାନସ ସେଠୀଙ୍କ ନେତୃତ୍ୱରେ ସିପିଏମ୍ର ପ୍ରତିନିଧି ଦଳ ବିଡିଓଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Nalco

Leave A Reply