Odisha news

ଶିକ୍ଷକ ଆନେ୍ଦାଳନ ଯୋଗୁଁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

0

ଜଳେଶ୍ୱର-୧୮/୦୯ :  ବିଭିନ୍ନ ଦାବି ଉପସ୍ଥାପନ କରି ପ୍ରାଥମିକ ଶିକ୍ଷକ ମାନେ ୧୦ ଦିନ ହେବ ଆନେ୍ଦାଳନ ଜାରି ରଖିଥିବାରୁ ଶିକ୍ଷା କ୍ଷେତ୍ରରେ ବିଭ୍ରଟ ଦେଖା ଦେଇଛି । ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଠିକା କାର୍ଯ୍ୟକାଳକୁ ୬ଟି ଇନ୍କ୍ରିମେଣ୍ଟ ପ୍ରଦାନ ସହ ମୂଳ ଚାକିରିରେ ଗଣନା, ଏକ୍ସ କେଡରକୁ କେଡରଭୁକ୍ତ କରିବା, ଜୁନିଅର ଶିକ୍ଷକଙ୍କ ଠିକା କାର୍ଯ୍ୟକାଳକୁ ଉଚ୍ଛେଦ କରି ରେଗୁଲାର ଭାବେ ଗଣନା କରିବା, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମତ ଶିକ୍ଷକର ମାନ୍ୟତା ଦେବା, ଲେଭେଲ ୯ ଓ ଗ୍ରେଡ ପେ ୪୨୦୦ ଟଙ୍କା ପ୍ରଦାନ ତଥା ନୂତନ ପେନ୍ସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନ୍ସନ ବ୍ୟବସ୍ଥା ଲାଗୁ କରିବା ଇତ୍ୟାଦି ଦାବିରେ ଆନେ୍ଦାଳନ ଚଳାଇ ଆସୁଛନ୍ତି । ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଶିକ୍ଷକମାନଙ୍କୁ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ ଓ ନାରାବାଜି କରାଯାଇଥିଲା । ସଂଘର ସଭାନେତ୍ରୀ କ୍ରିଷ୍ଣାରାଣୀ ସାହୁଙ୍କ ନେତୃତ୍ୱରେ କେତେକ ଅଭିଭାବକ, ଛାତ୍ରଛାତ୍ରୀ, ଗ୍ରାମବାସୀ ଏକତ୍ରୀତ ହୋଇ ଶିକ୍ଷକଙ୍କ ନାର୍ଯ୍ୟ ଦାବିକୁ ସମର୍ଥନ ଜଣାଇଥିଲେ । ଓଷ୍ଟା ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଏପରି ଆନେ୍ଦାଳନକୁ ସମର୍ଥନ ଜଣାଇ ଜିଲ୍ଲା ସଭାପତି ମନୋରଂଜନ ଦାସ ଉପସ୍ଥିତ ଥିଲେ । ଜଳେଶ୍ୱର ସଂଘର ସଭାପତି ପ୍ରଦୀପ କୁମାର ଜେନା, ସଂପାଦକ ଶ୍ୟାମସୁନ୍ଦର ଦେ, ରାକେଶ ଦେ, ଲକ୍ଷ୍ମୀନାରାୟଣ ଦାସ, ବରେନ୍ଦ୍ର ମହାନ୍ତି, ଗଜେନ୍ଦ୍ର ଦଳାଇ, ରାଧାରାଣୀ ପାଳ, ସୁସ୍ମିତା ସେଠୀ ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ । ଦୀର୍ଘମାସ ଧରି ବନ୍ଦ କରାଯାଇଥିବା ପ୍ରିୟବାଗ ପ୍ରାଥମିକ ବିଦ୍ୟାଳୟକୁ ଖୋଲିବାପାଇଁ ବ୍ରଜକୁମାର କର, ନିର୍ମଳ କର, ରଥ ହାଁସଦା ପ୍ରମୁଖ ପୂର୍ବ ପରିଚାଳନା କମିଟି ପକ୍ଷରୁ ଏକ ଦାବିପତ୍ର ଏବିଇଓଙ୍କୁ ପ୍ରଦାନ କରିଥିଲେ ।

Nalco

Leave A Reply