ବ୍ରହ୍ମପୁର,ତା ୧୮।୯ : ଆଜି ସକାଳେ ସ୍ଥାନୀୟ ବିଜିପୁର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରୁ ଦୁଇ ଜଣ ବ୍ୟକ୍ତି ବ୍ରାଉନସୁଗର ଧରି ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସେମାନଙ୍କୁ ତଦନ୍ତ କରି ସେମାନଙ୍କ ଠାରୁ ଜବତ କରିଛି ଅବକାରୀ ବିଭାଗ। ଘଟଣାଟି ଘଟିଛି ଟାଉନ ଥାନା ଅନ୍ତର୍ଗତ ବିଜିପୁର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ। ଅଭିଯୁକ୍ତ ଦୁଇ ଜଣ ହେଲେ ବିଜିପୁର ର କୈଳାଶ ଚନ୍ଦ୍ର ବେହେରା (୪୫)ଓ ଗୋପାଳପୁର ଥାନା ଅନ୍ତର୍ଗତ ଭାବି ନାରାୟଣ ପୁର ଗ୍ରାମ ର ଜିତେନ୍ଦ୍ର କୁମାର ସାହୁ (୪୮) ବୋଲି ଜଣାପଡିଛି।ସେମାନଙ୍କ ଠାରୁ ୪୭ ଗ୍ରାମ ଓଜନର ବ୍ରାଉନସୁଗାର ସହ ଗୋଟିଏ ଅଟୋ ନମ୍ବର( ଓଡି ୦୭-ସି-୩୨୪୧)
ଏବଂ ନଗଦ ୨୪ ଶହ ଟଙ୍କା ଜବତ କରିଛି। ବ୍ରହ୍ମପୁର ସହର କୁ ଏହି ବ୍ରାଉନ ସୁଗର ଏମାନେ କେଉଁ ଠାରୁ ଆଣିଥିଲେ ଏବଂ ଏହାର ଗ୍ରହକ କିଏ କିଏ ରହିଛି ତାକୁ ନେଇ ତଦନ୍ତ ଆରମ୍ଭ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ବେଇନ ଭାବେ ଦେଶୀ ଓ ବିଦେଶୀ ମଦ ଦୋକାନ ଆଗରେ ଖୋଲା ଖୋଲି ଭାବରେ ମଦ୍ୟପାନ କରି ରାସ୍ତା ରେ ପଡୁଥିବା ବେଳେ ବ୍ରାଉନ ସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ଯାହା ଯୁବ ପଢି ଉପରେ ପ୍ରଭାବ ପକାବା ଆଶଙ୍କା କରାଯାଉଛି। ବ୍ରାଉନ ସୁଗର ଆମ ଶରୀରର ପ୍ରତି କେତେ କ୍ଷତି କାରକ ତାହା ସେମାନଙ୍କୁ ଜଣା ନଥିବା ବେଳେ ଯୁବ ପିଢି ମାନଙ୍କୁ ଅବାଟରେ ନେଇ ପଥଭ୍ରଷ୍ଟ କରି ବିପଥ ଗାମୀ କରିବା ସେଥି ପ୍ରତି ଦୃଷ୍ଟି ଦିଅନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ଏହି ବ୍ରାଉନ ସୁଗର ସେମାନଙ୍କୁ କିଏ ଯୋଗଉଛି। ତାକୁ କିଏ ସପ୍ଳାଇ କରୁଛି ଓ ମୁଖ୍ୟ କର୍ପୋଟଦାର କିଏ ବୋଲି ଅବକାରୀ ବିଭାଗ ପକ୍ଷରୁ ତଦନ୍ତ କରାଯାଉ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।