Odisha news

ଆଜି ହେଉଛି କନ୍ୟା ସଂକ୍ରାନ୍ତୀ ଓ ବିଶ୍ୱକର୍ମା ପୂଜା : ଆଜିର ଦିନରେ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଋଣ ଭାର

0

ସୂର୍ଯ୍ୟଦେବ ସେପ୍ଟେମ୍ବର ୧୭ ତାରିଖ ସକାଳ ୭ଟା ୧୧ ମିନିଟ ସମୟରେ ସିଂହ ରାଶିରୁ କନ୍ୟା ରାଶିରେ ପ୍ରବେଶ କରିବେ l ସୂର୍ଯ୍ୟ ଙ୍କର କନ୍ୟା ରାଶିରେ ଗୋଚର କରିବାକୁ କନ୍ୟା ସଂକ୍ରାନ୍ତି କୁହାଯାଇ ଥାଏ l ଏହିଦିନ ଟି ଖୁବ ବିଶେଷ ଅଟେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଦିନ ବିଶ୍ୱର ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ l ତେଣୁ ଆଜିର ଦିନରେ କନ୍ୟା ସଂକ୍ରାନ୍ତୀ ହୋଇଥିବା କାରଣରୁ କିଛିଟା ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ l ଯାହାଦ୍ୱାରା ଋଣ ବହାରରୁ ମୁକ୍ତି ମିଳିଥାଏ l

* ଆଜିର ଦିନରେ ପିତୃପୁରୁଷ ଙ୍କ ନିମିତ ଶାନ୍ତି କର୍ମ କରିବା କାରଣରୁ ଖୁବ ଉତ୍ତମ ଦିନ ଅଟେ l ଏହିଦିନ ପିତୃ ପୁରୁଷଙ୍କ ନିମିତ୍ତ ପିଣ୍ଡ ତର୍ପଣ କରିବା ଖୁବ ଶୁଭ ଅଟେ l ଏବଂ ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l ଏହିଦିନ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l

* କନ୍ୟା ସଂକ୍ରାନ୍ତୀ ଦିନ ଦାନର ଖୁବ ମହତ୍ୱ ରହିଛି l ଏହିଦିନ ଦାନ ଦେବା ଦ୍ୱାରା ଋଣ ଭାର ରୁ ମୁକ୍ତି ମିଳିଥାଏ l ଆଜିର ଦିନରେ ନଦୀରେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ କ୍ଷୀର ରେ ଅର୍ଘ୍ୟ ଦିଅନ୍ତୁ l ଏହାଦ୍ୱାରା ଋଣ ଭାର ଦୂର ହେବ l

* କନ୍ୟା ସଂକ୍ରାନ୍ତି ରେ ନଦୀରେ ସ୍ନାନ କରିବାର ଅନେକ ମହତ୍ୱ ରହିଛି l ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାର ଅନେକ ମହତ୍ୱ ରହିଛି l ଆଜିର ଦିନରେ ଅର୍ଘ୍ୟ ଦେଲେ ଋଣ ଭାର ଦୂର ହେବା ସହିତ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ l

* ଆଜିର ଦିନରେ ସ୍ନାନ କରିସାରି ନଦୀରେ ଦୀପ ଦାନ କରିବାର ଅନେକ ମହତ୍ୱ ରହିଛି l ଏହାଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ , କରଜ ରୁ ମୁକ୍ତି ମିଳିଥାଏ, ଆର୍ଥିକ ଅନାଟନ ରୁ ମୁକ୍ତି ମିଳିଥାଏ l

Nalco

Leave A Reply