Odisha news

ନିୟନ୍ତ୍ରିତ ବଜାର କମିଟି ନିର୍ବାଚନ, ସମସ୍ତ ୧୪ ପ୍ରତିନିଧି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ।

0

ପାଂଚପୀଢ ,୧୬/୯: ନିୟନ୍ତ୍ରିତ ବଜାର କମିଟି କରଞ୍ଜିଆ ନିର୍ବାଚନ ପାଇଁ ଗତ ୧୧ ତାରିଖରେ ୨୧ ଜଣ କୃଷକ ନିର୍ବାଚନ ମଣ୍ଡଳୀ, ବ୍ୟବସାୟ ନିର୍ବାଚନ ମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନ ମଣ୍ଡଳୀରୁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ କୃପାସିନ୍ଧୁ ମହାନ୍ତ, ବାଞ୍ଛାନିଧି ପୃଷ୍ଟି,ଉମେଶ ଚନ୍ଦ୍ର ବେହେରା, ସସ୍ମିତା ଦାସ ଅଧିକାରୀ,ରାଜିବ କୁମାର ପୃଷ୍ଟି, ରୋହିତ କୁମାର ପୃଷ୍ଟି, ଜନାର୍ଦ୍ଦନ ବେହେରା,ଅମିତ କୁମାର ପୃଷ୍ଟି, ରବିନ୍ଦ୍ର ଦେଓଗାମ,ଭୁବନ ବିହାରୀ ସାହୁ,ସାଜନ ଅଗ୍ରୱାଲ,ଜଵାମଣୀ ଟୁଡୁ, ଦିଲ୍ଲୀପ କୁମାର ସାହୁ, ନମିତା ଘଣ୍ଟିଆଳି, ଗିରିଧାରୀ ପୃଷ୍ଟି,ବିନୋଦ ସାହୁ, ପରମେଶ୍ବର ସାହୁ, ସନ୍ତୋଷ        ପଟ୍ଟୱରୀ,ତପନ କୁମାର ମହାନ୍ତ,ପିଣ୍ଟୁ ରାମ ଓ ସଦନ ସିଂ ଗାଗରାଇ। ତେବେ ୧୪ ତାରିଖରେ ଥିବା ଯାଞ୍ଚ୍ ରେ କୈାଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇନଥିଲା। ଗତକାଲି ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାରୁ ବାକି ୧୪ ଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଏଆରସିଏସ ସୀମା ମୁର୍ମୁ ପ୍ରକାଶ କରିଛନ୍ତି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ପ୍ରାର୍ଥୀମାନେ ହେଲେ ଉମେଶ ବେହେରା, ଜନାର୍ଦ୍ଦନ ବେହେରା, ରବିନ୍ଦ୍ର ଦେଓଗାମ,ଯଵାମଣୀ ଟୁଡୁ, ବିନୋଦ ସାହୁ ପରମେଶ୍ବର ସାହୁ ଓ ତପନ କୁମାର ମହାନ୍ତ। ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ କୃଷକ ନିର୍ବାଚନ ମଣ୍ଡଳୀରୁ କୃପାସିନ୍ଧୁ ମହାନ୍ତ,ବାଞ୍ଛାନିଧି ପୃଷ୍ଟି, ସୁସ୍ମିତା ଦାସ ଅଧିକାରୀ, ରାଜୀବ କୁମାର ପୃଷ୍ଟି,ଭୁବନ ବିହାରୀ ସାହୁ, ଦିଲ୍ଲୀପ କୁମାର ସାହୁ, ଗିରିଧାରୀ ପୃଷ୍ଟି ଓ ରୋହିତ କୁମାର ପୃଷ୍ଟି। ସେହିପରି ବ୍ୟବସାୟ ନିର୍ବାଚନ ମଣ୍ଡଳୀରୁ ଅମିତ କୁମାର ପୃଷ୍ଟି,ସାଜନ ଅଗ୍ରୱାଲ, ସନ୍ତୋଷ ପଟ୍ଟୱରୀ ଏବଂ ପିଣ୍ଟୁ ରାମ ଓ ସ୍ଥାନୀୟ ପ୍ରଶାସନ ଏନ୍ ଏ ସି ରୁ ନମିତା ଘଣ୍ଟିଆଳି ଏବଂ ଗ୍ରାମ ପଞ୍ଚାୟତ ସ୍ତରରୁ ସାଦନ ସିଂ ଗାଗରାଇ ନିର୍ବାଚିତ ହୋଇଛନ୍ତି

Nalco

Leave A Reply