Odisha news

ଖଣ୍ଡାରେ ଆକ୍ରମଣ କରି ୫୯ହଜାର ଲୁଟ୍

0
ବାଲିପାଟଣା  :  ବାଲିପାଟଣା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଠାରୁ ଲିଫ୍ଟ ବାହାନାରେ ଅଟକାଇବା ପରେ ଦୁଇ ଜଣ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ୫୯ ହଜାର ଲୁଟ୍ କରି ଚମ୍ପଟ୍ ମାରିଛନ୍ତି ଲୁଟେରା।ଅଭିଯୋଗ ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରୀ ରଖିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କବିସୂର୍ଯ୍ୟ ନଗର, ସୁନାପଲ୍ଲି ଗଞ୍ଜାମର ଦୟାନିଧି ସେଠୀ ବାଳକାଟି ବଜାର ନିକଟରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାରେ କାମ କରନ୍ତି। ଆଜି ଅପରାହ୍ନରେ ସେ ରାଜସ ପଂଚାୟତ,ଓ ବରଦା ପଡା ଗ୍ରାମରୁ ଋଣ ଅର୍ଥ ଆଦାୟ କରି ନିଜ ଅଫିସ୍ ଫେରୁଥିବା ବେଳେ ଅଚ୍ୟୁତପୁର ଠାରେ ଜଣେ ମହିଳା ଲିଫ୍ଟ ବାହାନାରେ ହାତ ଦେଖାଇ ଥିଲେ। ସେ ଅଟକି ଯିବାରୁ ହଠାତ୍ ଦୁଇ ଜଣ ଯୁବକ ଏକ ନାଲି ରଙ୍ଗର ମଟର ଗାଡିରେ ଆସି  ତାଙ୍କ ବ୍ୟାଗ୍ ଟଣା ଟଣି କରିଥିଲେ। ସେ ବ୍ୟାଗ୍ ନ ଦେବାରୁ ଏକ ଖଣ୍ଡାରେ ତାଙ୍କର ମୁଣ୍ଡକୁ ବାରମ୍ଵାର ଆକ୍ରମଣ କରି ଥିଲେ। ଭୟରେ ଦୟାନିଧି ବ୍ୟାଗ୍ ଛାଡି ଦେଇଥିଲା। ଲୁଟେରା ମାନେ ବ୍ୟାଗ୍ ଝାମ୍ପି ନେଇ ଚମ୍ପତ୍ ମାରିଥିଲେ। ଅଭିଯୋଗ ମୁତାବକ ବ୍ୟାଗ୍ ଭିତରେ ୫୯୪୧୧ ଟଙ୍କା ଓ ମନି ରସିଦ୍ ବହି ଥିଲା। ସେଠାରୁ ଫେରି ସଙ୍ଗେ ସଙ୍ଗେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏବେ ବାଲିପାଟଣା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।
Nalco

Leave A Reply