Odisha news

କୁଳୁରୁକୁମ୍ପା ପଂଚାୟତ ଘେରିଲା ବିଜେପି

0
ଦଶପଲ୍ଲା୧୫/୯ : ସରକାର ଙ୍କ ବିଭିନ୍ନ ଜନ ହିତକର  କାର୍ଯ୍ୟରେ ଦୁର୍ନିତ ହେଉଥିବା ଅଭିଯୋଗ କରି ବିଜେପି ବାଣୀଗୋଛା ମଣ୍ଡଳ ପକ୍ଷରୁ କୁଳୁରୁକୁମ୍ପା ପଂଚାୟତ ଘେରାଉ କରାଯିବା ସହ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ, ଖାଦ୍ୟ ସୁରକ୍ଷା ଯୋଜନା,ବାର୍ଦ୍ଧକ୍ୟଭତା, ମନେରଗା,ପାନୀୟ ଜଳଯୋଗାଣ,ସ୍ୱଚ୍ଛଭାରତ ଯୋଜନା ରେ ଦୁର୍ନିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ  ବିନା ପଲ୍ଲୀ ସଭାରେ କାର୍ଯ୍ୟକରାଯିବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପଂଚାୟତ ଅଫିସ ଘେରାଉ ପରେ ବିଜେପି ପକ୍ଷରୁ ବାଗଦେବୀ ମନ୍ଦିର ପରିସରରେ  ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଫାଲପାଯୁ ହାଟ ପଡିଆ ଠାରେ ବିଜେପି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହ ଅମୃତ ବାଟୀକା କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି କାର୍ଯ୍ୟ କାରି ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପୂର୍ଣ ଚନ୍ଦ୍ର ନାୟକ, ମଣ୍ଡଳ ସଭାପତି କିଶୋର ଚନ୍ଦ୍ର ଦଳବେହେରା, ଜିଲ୍ଲା କମିଟି ସମ୍ପାଦକ ଚନ୍ଦ୍ର ଶେଖର ଦାସ ଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
Nalco

Leave A Reply