Odisha news

ଏକାଧିକ ମେସିନ ଲଗାଇ ଲୁଣିବର ଗଙ୍ଗେଇଡୁବୁରୀ ନିଶିଦ୍ଧ ଖଣିରୁ ପଥରଚୋରୀ : ମାଫିଆଙ୍କ ଖଣ୍ଡ ପ୍ରଳୟ, ଗଣ୍ଡଗୋଳରେ ଦୁଇ ଆହତ,୭ ମୋଟର ସାଇକେଲ ଜବତ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ।ତଥା ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ରାଜସ୍ୱ ମୌଜାରେ ନିଶିଦ୍ଧ ଥିବା ଲୁଣିବର ଗଙ୍ଗେଇଡୁବୁରୀ କଳାପଥର ଖଣିରୁ ବେଆଇନ ଖନନ ଓ ପଥରଚୋରୀ ଚାଲିଥିଲା ବେଳେ ଶୁକ୍ରବାର ଦିନ ପୂର୍ବର ଲିଜଧାରୀ ଓ ପଥରଚୋରଙ୍କ ମଧ୍ୟରେ ଭିଷଣ ଗଣ୍ଡଗୋଳ ହୋଇଛି! ଏହି ପାହାଡର ବିଏସକ୍ୟୁ-୪ ନମ୍ବର ଖଣିର ପୂର୍ବ ଲିଜଧାରୀ ପଥରଚୋରୀ ବେଳେ ମାଫିଆଙ୍କୁ ବିରୋଧ କରିବାରୁ ପଥରଚୋରମାନେ ସଙ୍ଘବଦ୍ଧ ହୋଇ ପୂର୍ବଲିଜଧାରୀ ସରୋଜ ରାଉତ ଓ ତାଙ୍କ ଲୋକଙ୍କୁ ଆକ୍ରମଣ କରିଥିଲେ! ଏଥିରେ ଦୁଇଜଣ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି! ପଥରଚୋରୀକୁ ବିରୋଧ ପରେ ମାଫିଆମାନେ ମିଳିତହୋଇ ଘଟଣାସ୍ଥଳରେ ଖଣ୍ଡପ୍ରଳୟ କରିଥିଲେ! ପୂର୍ବ ଲିଜଧାରୀ ଶ୍ରୀରାଉତ ବେଆଇନଖଣି ଖନନରେ ନିୟୋଜିତ ମେସିନ ଓ ଗାଡିକୁ ଅଟକାଇଥିବା ବେଳେ ମାଫିଆମାନେ ଆକ୍ରମଣକରି ସେ ସବୁକୁ ଛଡାଇ ନେଇଥିଲେ! ଏ ସମ୍ପର୍କରେ ସରୋଜ ରାଉତ ପୋଲିସକୁ ଅବଗତ କରିବାପରେ ଜେନାପୁର ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳରେ ସପୃକ୍ତ ତିନିଜଣଙ୍କୁ ଉଠାଇ ନେଇଛନ୍ତି! ଏଥିସହ ଘଟଣା ସ୍ଥଳରୁ ପୋଲିସ ଗଣ୍ଡଗୋଳ କାରୀଙ୍କ ୭ଟି ମୋଟର ସାଇକେଲକୁ ମଧ୍ୟ ଜବତ କରି ଥାନାକୁ ନେଇଥିବା ଜଣାପଡ଼ିଛି! ଏହି ପାହାଡର ସମସ୍ତ ୭ଟି ଖଣି ରହିଛି! ସେହି ସମସ୍ତ ଖଣିର ଲିଜ ଅବଧି ଶେଷହେବା ପରେ ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଯାରୀ କରାଯାଇ ସମଗ୍ର ଖଣି ଅଞ୍ଚଳକୁ ନିଶିଦ୍ଧ ଅଞ୍ଚଳଭାବେ ଘୋଷଣା କରାଯାଇଛି! ଏହି ପାହାଡର ୪ ନମ୍ବର ଖଣିକୁ ଲିଜ ନେଇଥିବା ପୂର୍ବ ଲିଜଧାରୀ ସରୋଜକୁମାର ରାଉତ ଇତିମଧ୍ୟରେ କିଛି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି! ଏବେବି ମାମଲା ବିଚାରାଧୀନ ରହିଛି! ତେବେ ଏହି ୪ ନମ୍ବର  ନିଶିଦ୍ଧ ଖଣି ସହ ସମସ୍ତ ଖଣି ଗୁଡିକରୁ କେତକ ପଥରଚୋର ଏକାଧିକ ମେସିନ ଓ ଗାଡି ଲଗାଇ ସମ୍ପୂର୍ଣ୍ଣ ବେଆଇନ ଭାବେ ପଥର ଲୁଟୁଥିଲା ବେଳେ ଶ୍ରୀ ରାଉତ ଏହାକୁ ବିରୋଧକରି ପ୍ରଶାସନର ସହାୟତା ନେଇଥିଲେ! ଯାହାକୁ ନେଇ ମାଫିଆମାନେ ଖଣ୍ଡପ୍ରଳୟ ସୃଷ୍ଟି କରିଥିବା ଅଭିଯୋଗ କରି ସରୋଜକୁମାର ରାଉତ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କୁ ମଧ୍ୟ ଅବଗତ କରିଥିବା ଜଣାପଡ଼ିଛି! ତେବେ ଏହିସବୁ ପଥରଖଣିରେ ଲିଜ ନଥିବାବେଳେ କିପରି ଓ କାହା ଇଙ୍ଗିତରେ ଏଠାରେ ପଥରଚୋରି ଚାଲିଥିଲା ଏବଂ ଏ ସମ୍ପର୍କରେ କିପରି ତହସିଲ ଖତ୍ତୃପଖ୍ୟ ଜାଣିପାରୁ ପଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!
Nalco

Leave A Reply