Odisha news

୧୫ରେ ଗ୍ରାମବାସୀଙ୍କ ରାସ୍ତାରୋକ  

0
ଆସନ୍ତା ୧୫ତାରିଖରେ କୋଣାର୍କ ମୁଖ୍ୟ ରାସ୍ତା ଅବରୋଧ କରାଯିବ। ଏନେଇ ବନାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ସୂଚନା ଦେଇଛନ୍ତି। କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ତି ପଞ୍ଚାୟତର ଜନ୍ତନା ସାମିଲ ବାଲିସାହି ଗ୍ରାମକୁ ପ୍ରଶାସନିକ ପାତରଅନ୍ତର ନୀତି ଓ ରାଜନୈତିକ ଛକାପଞ୍ଝା ମଧ୍ୟରେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏନେଇ ବନାଖଣ୍ଡି ସରପଞ୍ଚ  ଆସନ୍ତା ୧୫ତାରିଖରେ କୋଣାର୍କ-ଭୁବନେଶ୍ବର ମୁଖ୍ୟ ରାସ୍ତା ଅବରୋଧ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ବନାଖଣ୍ତି ପଞ୍ଚାୟତର ଜନ୍ତନା ବାଲିସାହି ଗ୍ରାମରେ ୧୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏହି ପରିବାର ।  ବାରମ୍ବାର ଗ୍ରାମବାସୀ ରାସ୍ତାଟିଏ ଲାଗି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବ୍ଲକ ପ୍ରଶାସନ ସହିତ ସ୍ଥାନୀୟ ବିଧାୟକ ତଥା କ୍ରୀଡା ମନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ରାଜନୈତିକ ଛକାପଞ୍ଝା ଓ ପ୍ରଶାସନିକ ଅବହେଳାର ଶିକାର ହୋଇ ମୌଳିକ ସୁବିଧା ହାସଲ କରିବା ପାଇଁ ଜନ୍ତନା ସାମିଲ ବାଲିସାହି ଗ୍ରାମର ୧୫ ପରିବାର ଗମନାଗମନର ସୁଧାର ଲାଗି ତ୍ବରିତ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ନିମନ୍ତେ କୋଣାର୍କ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବାଲିସାହି ଗ୍ରାମବାସୀ ପ୍ରକାଶ କରିଛନ୍ତି।
Nalco

Leave A Reply