Odisha news

ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ୍ ଶିବିର ଅନୁଷ୍ଠିତ 

0
ବୁଗୁଡା : ତା ୧୨/୦୯/୨୩ :  ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଦ୍ବିଦିବସୀୟ ଜିଜ୍ଞାସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜିଜ୍ଞାସା ତାଲିମ ଶିବିରକୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିମାଞ୍ଚଳ ସେଠୀ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଯୋଗ ଦେଇଥିଲେ । ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ସମସ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ଜିଜ୍ଞାସା ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବା ବେଳେ ସାଧନ କର୍ମୀ ଭାବେ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଓ ନିରାନନ୍ଦ ସାହୁ ଯୋଗ ଦେଇ ସେମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ  । ତାଲିମ ପ୍ରଦାନ କାଳରେ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଆକାଂକ୍ଷା ପାଠ୍ଯକ୍ରମ ସମ୍ପର୍କେ ସମ୍ଯକ ସୂଚନା ପ୍ରଦାନ ପୂର୍ବକ ପ୍ରକଳ୍ପର ବିବରଣୀ ଲିଖନ ସୋପାନ ଓ ପ୍ରସ୍ତୁତି କୌଶଳ ଉପରେ ତାଲିମ ଦିଆଯାଇଥିଲା । ଏଥି ସହ ଜୈବ ବିବିଧତା , ପ୍ରାଣୀଙ୍କ ଗଠନ ଓ ଉପଯୋଜନ , ଆସ ପକ୍ଷୀକୁ ଚିହ୍ନିବା ଆଦି ବିଷୟ ଉପରେ କିଭଳି ପ୍ରକଳ୍ପମାନ ପ୍ରସ୍ତୁତ କରାଯାଇପାରିବ ସେ ନେଇ ସାଧନ କର୍ମୀ ଦ୍ବୟଙ୍କ ସମେତ ଅନ୍ୟମାନେ ମଧ୍ୟ ସ୍ବ ସ୍ବ ମତ ଉପସ୍ଥାପନ କରିଥିଲେ ।
Nalco

Leave A Reply