Odisha news

ଏମ୍‌କେସିଜିରେ ବିଭାଗୀୟ ମୁଖ୍ୟଙ୍କ ସହ ଡିନ୍‌ଙ୍କ ବୈଠକ

0
ବ୍ରହ୍ମପୁର, ୧୨୯: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ୧୭ରୁ ୨୨ତାରିଖ ପର୍ଯ୍ୟନ୍ତ ରୋଗୀ ସୁରକ୍ଷା ସପ୍ତାହ ପାଳନ ହେବ। ଏଥିପାଇଁ ଆଜି ଏମ୍‌କେସିଜି ଡିନ୍ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ସମସ୍ତ ବିଭାଗ ମୁଖ୍ୟ (ଏଚ୍ଓଡି) ମାନଙ୍କୁ ନେଇ ଏହି,
ବୈଠକ ହୋଇଥିବା ବେଳେ କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିଥିଲେ । ନ୍ୟାସନାଲ ମେଡିକାଲ କମିଶନ ରୋଗୀ ସୁରକ୍ଷା ସପ୍ତାହ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି।
ଏହି ଅବସରରେ ଏମ୍‌କେସିଜିରେ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେବ। ଡାକ୍ତର, ଛାତ୍ର, ପ୍ରଫେସର ମାନଙ୍କୁ ନେଇ ଆଲୋଚନାଚକ୍ର କରାଯିବ।
ଛାତ୍ରଛାତ୍ରୀଙ୍କୁ ନେଇ ପୋଷ୍ଟର ପ୍ରତିଯୋଗିତା ହେବ। ୨୫ତାରିଖରେ ଏନ୍‌ଏମ୍‌ସି ପକ୍ଷରୁ ଅନ୍‌ଲାଇନ୍‌ରେ ବୈଠକ ହେବ ଏବଂ ଏଥିରେ ସମସ୍ତେ ଯୋଗ ଦେବେ ।
Nalco

Leave A Reply