Odisha news

ବିଭିନ୍ନ ଦାବୀ ନେଇ ଶିକ୍ଷକ ସଂଘ ପକ୍ଷରୁ ବିଇଓ ଅଫିସ ସମ୍ମୁଖରେ ଧାରଣା

0
ଠାକୁରମୁଣ୍ଡା ତା ୧୧/୦୯ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ୍ରେସନ ଆହ୍ୱାନ କ୍ରମେ ବିଭିନ୍ନଦାବୀ ନେଇ ଶିକ୍ଷକ ମାନେ ଠାକୁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି।ଶିକ୍ଷକ ମାନେ ସମୂହ ଛୁଟି ରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।ସଙ୍ଘ ପକ୍ଷରୁ ଦାବୀ ସମ୍ପର୍କିତ ପତ୍ର କୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି।ଦାବୀ ପତ୍ରରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାସହିତ ଶିକ୍ଷା କର୍ମୀ ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟକାଳ କୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ ସହ ମୂଳ ଚାକିରୀ ରେଗଣନା କରିବା ,ଏକ୍ସ କ୍ୟାଡର ଶିକ୍ଷାକ କଳା,କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା, ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଆଦି ଦାବୀ ରହିଛି।
Nalco

Leave A Reply