Odisha news

ହାତୀ ଛୁଆକୁ ଉଦ୍ଧାର କରିବାକୁ ମାଆ ହାତୀ ଆକ୍ରମଣରେ ବନପାଳ ଗୁରୁତର ଭାବେ କଟକରେ ଚିକିତ୍ସିତ

0

ବେତନଟୀ :  ମୟୂରଭଞ୍ଜ ଜିଲ୍ଲା ଅଧୀନ ବେତନଟୀ ରେଞ୍ଜ ଅଧୀନରେ ହାତୀ ଆକ୍ରମଣରେ ଜଣେ ବନପାଳ,ଜଣେ ବନ କର୍ମଚାରୀ ଗୁରୁତର ହୋଇଥିବା ଘଟଣା ସମଗ୍ର  ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ  ବେତନଟୀ ରେଞ୍ଜ ବଡାମପୁର ବନପାଳ  ଅଧୀନ ମେର୍ଦ୍ଦା ପଞ୍ଚାୟତ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି | ବେତନଟୀ ରେଞ୍ଜର ଅନୱାର ଖାନଙ୍କ ସୂଚନା ଅନୁଯାଇ ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ୧୮/୨୦ ଟିକିଆ ହାତୀପଲ ସ୍ଥାୟୀ ଭାବେ ରହି ଦିନକୁ ଦିନ ସେମାନଙ୍କର ଉତ୍ପାତ ବଢ଼ାଇବାରେ ଲାଗିଛନ୍ତି l ହାତୀପଲ ପାଇଁ ଏକର ଏକର ଚାଷଜମି ନଷ୍ଟ ହେବା ସହିତ ଏକାଧିକ ଧନଜୀବନ ଓ ଘର ବି ନଷ୍ଟ ହେଲାଣି l ସେହିଭଳି ଗତକାଲି ବିଳମ୍ବିତ ରାତିରେ ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲା lଏକ ଚାରି ଟିକିଆ ହାତୀପଲ ବେଣାପୁରା ଗ୍ରାମର ଜର୍ମାନ ଟୁଡ଼ୁଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବାବେଳେ ବନକର୍ମଚାରୀ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ଘଟଣା ଥିଲା ହାତୀପଲ ଘଉଡାଇବା ସମୟରେ ଛୁଆ ହାତୀଟି ଜର୍ମାନ ଟୁଡ଼ୁଙ୍କ ଘରେ ପଶି ଯାଇଥିଲା। ଛୁଆ ହାତୀକୁ ଉଦ୍ଧାର ପାଇଁ ବନପାଳ ପ୍ରଦୀପ ବେହୁରୀ ଓ ସହକର୍ମୀ ଚେଷ୍ଟା କରୁଥିବା ସମୟରେ ମାଆ ହାତୀ ଓ ଅନ୍ୟମାନେ ଛୁଆ ହାତୀକୁ ନେବାପାଇଁ ଫେରି ଆସି ଆକ୍ରମଣ  କରିଥିଲେ। ତେବେ ଏହି ଆକ୍ରମଣରେ ବଡାମପୁର ବନପାଳ ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଥିଲେ। ରେଞ୍ଜର ମନୱର ଖାନ ଙ୍କ ସହାୟତାରେ ସେମାନଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା l ତନମଧ୍ୟରୁ ପ୍ରଦୀପ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ଜଣାଯାଇଛି। ଖବର ଲେଖା ହେବା ବେଳକୁ ସେ ସୁସ୍ଥ ଥିବା ଖବର ମିଳିଛି। ତେବେ ପ୍ରଶ୍ନ ଉଠୁଛି ହାତୀଙ୍କ ସୁରକ୍ଷା ପାଇଁ ସରକାର ଯେତେ ଚିନ୍ତିତ ବନ କର୍ମଚାରୀଙ୍କ ପାଇଁ ସେତେ ଯତ୍ନବାନ ଥିବା ମନେ ହୁଏନାହିଁ।

Nalco

Leave A Reply