Odisha news

ଗବେଷକ ଙ୍କ ମତ : ମାଉଥ ୱାଶ ବ୍ୟବହାର କରିବା ଦ୍ୱାରା ରହିଛି ଓରଲ କ୍ୟାନ୍ସର ର ବିପଦ

0

ଆଜିର ଦୁନିଆରେ ମଣିଷ ନିଜଳୁ ସୁସ୍ଥ ଓ ଆକର୍ଷଣୀୟ ରଖିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି l ତେଣୁ ପାଟିର ଦୁର୍ଗନ୍ଧ କୁ ଦୂର କରିବା ପାଇଁ ପ୍ରାୟ ଅଧିକାଂଶ ଲୋକେ ମାଉଥ ୱାଶ ବ୍ୟବହାର କରି ଥାଆନ୍ତି l ଏହାକୁ ନେଇ ନିକଟ ରେ ଗୋଟିଏ ଅଧ୍ୟୟନ ହୋଇଥିଲା l

ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ ?
ଗବେଷଣା ରେ ଏହା ସାମ୍ନା କୁ ଆସିଛି ଯେ ମାଉଥ ୱାଶ ରେ ଇଥେନୋଲ ନାମକ ଏକ ବିଶେଷ ରାସାୟନିକ ରହିଥାଏ , ଯାହାକି ବ୍ୟାକଟେରିଆ ସହିତ ମିଶିବା ମାତ୍ରକେ ଏସିଟେଲ୍ଡିହାଇଡ଼ ରେ ପରିବର୍ତନ ହୋଇ ଯାଇଥାଏ l ଏବଂ ଏହା ଓରାଲ କ୍ୟାନ୍ସର ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ l ତେଣୁ ପ୍ରତିଦିନ ମାଉଥ ୱାଶ ବ୍ୟବହାର କରିବା ଠିକ ନୁହେଁ l

କେଉଁ ମାଉଥ ୱାଶ ର କି ପ୍ରଭାବ ରହିଥାଏ :-
* ଅଲକୋହଲ୍ ଯୁକ୍ତ ମାଉଥ ୱାଶ ଆମ ପାଟିରୁ ଭଲ ବ୍ୟାକଟେରିଆ କୁ ନଷ୍ଟ କରିଥାଏ l ଯାହାକି ନାଇଟ୍ରୋଜେନ ର ନାଇଟ୍ରିକ ଏସିଡ ରେ ପରିବର୍ତନ କରିଥାଏ ଯାହାକି ଆମ ହୃଦୟ ପାଇଁ ଖୁବ ହିତାକର ଅଟେ l କିନ୍ତୁ ଏହା ଅଳ୍ପ ପରିମାଣ ରେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ l

* ଲୁଣ ପାଣି ଆମ ଦାନ୍ତ ମାଢି ରୁ ଇନଫେକ୍ସନ ଦୂର କରିଥାଏ l ଏହାଛଡା ବ୍ୟାକଟେରିଆ ନଷ୍ଟ କରିଥାଏ l ଗୋଟିଏ ଗ୍ଲାସ୍ ଲୁଣ ପାଣିରେ ଅଧ ଚାମଚ ଲୁଣ ମିଶାଇ କୁଳି କରିବା ଦ୍ୱାରା ଓରାଲ ହେଲଥ ଠିକ ରହିଥାଏ l

* ବେକିଙ୍ଗ ସୋଡ଼ା କୁ ପାଣି ରେ ମିଶାଇ ପାଟି କୁଳି କରିବା ପାଇଁ ବ୍ୟବହାର ହୋଇଥାଏ l ଏହାଦ୍ୱାରା ପାଟି ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଓ ପାଟିର ଦୁର୍ଗନ୍ଧ ଦୂର ହୁଏ l

* ବ୍ୟାକଟେରିଆ କୁ ନଷ୍ଟ କରିବା ପାଇଁ ହାଇଡ୍ରୋଯେନ ପାରାକ୍ ସାଇଡ ଖୁବ ହିତକର ଅଟେ l ଯାହାକି ଦାନ୍ତ ରେ ଚମକ ଆଣିଥାଏ l କିନ୍ତୁ ଏହା ଯଦି ପେଟ ମଧ୍ୟକୁ ଯାଇଥାଏ ତେବେ ଅଧିକ ସମସ୍ୟା ହୋଇଥାଏ l

* ସବୁଠୁ ପ୍ରଭାବଶାଳୀ ହେଉଛି ନଡ଼ିଆ ତେଲ l ପାଟିରେ ୨ ଚାମଚ ନଡ଼ିଆ ତେଲ ରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପାଟିରେ ପୁରାଇ ତାହାକୁ କୁଳି କରନ୍ତୁ l କିଛି ସମୟ ପରେ ତାହାକୁ କାଢି ଫିଙ୍ଗି ଦିଅନ୍ତୁ l ଏହାଦ୍ୱାରା ବ୍ୟାକଟେରିଆ ସଫା ହୋଇ ଥାଏ ଏବଂ ଓରାଲ ହେଲଥ ମଧ୍ୟ ସୁସ୍ଥ ରହିଥାଏ l

Nalco

Leave A Reply