Odisha news

ପରିବେଶ ସୁରକ୍ଷା ସଚେତନତା ନେଇ ବାଘାଯତିନ ସ୍ମୃତି ପରିଷଦର ସାଇକେଲ ଯାତ୍ରା

0

ଜଳେଶ୍ୱର-୦୯/୦୯ :  ଓଡିଶା ଓ ପଶ୍ଚିମବଂଗ ଉପାନ୍ତ ଅଂଚଳରେ ପରିବେଶ ସୁରକ୍ଷା, ବ୍ୟାପକ ବୃକ୍ଷରୋପଣ, ଜଳବାୟୁ ପରିବର୍ତ୍ତନ ଲାଗି ସଚେତନତା ବାର୍ତ୍ତା ନେଇ ବାଲିଆପାଳର ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ଏକ ସାଇକେଲ ଯାତ୍ରୀ ଦଳ ବାଂଲାଦେଶ ଅଭିମୁଖେ ଗଲାବେଳେ ଜଳେଶ୍ୱର ଠାରେ ସ୍ୱାଗତ ଓ ସମ୍ବର୍ଦ୍ଧନ ପ୍ରଦାନ କରାଯାଇଛି । ବାଘାଯତୀନଙ୍କ ଦେଶ ପ୍ରୀତି ଓ ବଳିଦାନ ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଓଡିଶା ସୀମା ପାରି ହୋଇଛନ୍ତି । ଅଭିଯାତ୍ରୀ ଦଳର ସଭାପତି ଅରବିନ୍ଦ ବେହେରା, ସଂପାଦକ ମନ୍ମଥ ପାତ୍ର, କ୍ଷିତିଶ ଜେନା, ମନୋଜ ସି, ସୁବାସ ସି, ବସନ୍ତ ବାରିକ, ମନ୍ମଥ ନାୟକ, ସୁଦାମ ଦାସ ପ୍ରମୁଖ ପ୍ରାୟ ୧୦୦ ସହଯୋଗୀ ଏହି ଯାତ୍ରରେ ଯୋଗ ଦେଇଛନ୍ତି । ଦୀର୍ଘ ୮ଦିନ ଧରି ଯାତ୍ରାପରେ ମହୁଳମଣି, ବିବେକାନନ୍ଦ ଆଶ୍ରମ (ବେଲୁର ମଠ) ସ୍ଥାନ ଦେଇ ଯିବାର କାର୍ଯ୍ୟକ୍ରମ ରହିଛି । ବଂଲାଦେଶ ପ୍ରବେଶ ପୂର୍ବରୁ ସୀମାରେ ଥିବା କୃଷ୍ଣନଗର ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଇତ୍ୟାଦି ହେବା ସଂପର୍କରେ ସେମାନେ ସୂଚନା ଦେଇଛନ୍ତି । ଓଡିଶା ସୀମା ଜାତୀୟ ରାଜପଥରେ ଉକôଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଂପାଦକ କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ, ସୁଦାମ ପାତ୍ର, ସୁମନ୍ତ ଜେନା, ରବିନ୍ଦ୍ର ବାରିକ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।

Nalco

Leave A Reply