Odisha news

କାହିଁକି ଶୌଚ ପରେ ଗୋଡ଼ ଧୋଇବା ଜରୁରୀ ? କଣ ରହିଛି ଏହା ପଛର ଧାର୍ମିକ ଓ ବୈଜ୍ଞାନିକ କାରଣ 

0
ହିନ୍ଦୁ ଧର୍ମରେ ପ୍ରତ୍ୟେକ କାର୍ଯ୍ୟର ବିଶେଷ ମହତ୍ୱ ରହିଛି l ତାହା ସ୍ନାନ ହେଉ କିମ୍ବା ଶୌଚ ହେଉ , ଭୋଜନ ହେଉ କିମ୍ବା ସୟନ ହେଉ l ଏବଂ ଏହି ସବୁ କାର୍ଯ୍ୟକୁ କରିବା ପୂର୍ବରୁ କିମ୍ବା କରିବା ପରେ ଆମେ ଗୋଡ଼ ହାତ ଧୋଇବା ହୋଇଥାଏ ଜରୁରୀ l ଏହି କିଛିଟା ନୀତି ନିୟମ କୁ ମନୁଷ୍ୟ ଦୀର୍ଘ ବର୍ଷରୁ ମାନି ଆସୁଛି l କାରଣ ଯାହାବି ହୋଇଥାଉ ଶାସ୍ତ୍ରରେ ରହିଥିବା କଥାକୁ ମାନିବା ଦ୍ୱାରା ମଣିଷ ଜୀବନ ରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ l
* ପ୍ରଥମେ ଆସିବା ଶୋଇବା ପୂର୍ବରୁ ଗୋଡ଼ ଧୋଇବା ପାଇଁ କାହିଁକି କୁହାଯାଇ ଥାଏ l ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଶୋଇବା ପୂର୍ବରୁ ନିଜର ଗୋଡ଼ ନିହାତି ଧୋଇବା ଜରୁରୀ l ଏହାଦ୍ୱାରା ଆମ ଶରୀରର ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ ଏବଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ଆମକୁ ଜୀବାଣୁ ରହିତ କରିଥାଏ ଏବଂ ଉର୍ଜାବନ କରି ଥାଏ ଓ ଭଲ ନିଦ ଆସିଥାଏ l
* ପୂର୍ବ କାଳରୁ ଭୋଜନ କରିବା ପୂର୍ବରୁ ଗୋଡ଼ ହାତ ଧୋଇ ଭୋଜନ କରିବାକୁ କୁହାଯାଉ ଥିଲା l କାହିଁକି ନା ଭୋଜନ କୁ ମଲକ୍ଷ୍ମୀ ଙ୍କ ସ୍ଥାନ ଦିଆଯାଇ ଥାଏ l ଗୋଡ଼ ହାତ ଧୋଇ ଭୋଜନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l ଆୟୁ ଓ ଯଶଃ ବୃଦ୍ଧି ହୋଇଥାଏ l ବୈଜ୍ଞାନିକ ଦୃଷ୍ଟିରୁ ଭୋଜନ କରିବା ପୂର୍ବରୁ ହାତ ମୁହଁ ଧୋଇ ଭୋଜନ କରିବା ଦ୍ୱାରା ବିଭିନ୍ନ ପ୍ରକାରର ପେଟ ସମ୍ବନ୍ଧୀୟ ରୋଗ ଠାରୁ ଦୁରେଇ ରହିଥାଉ l
* ଶାସ୍ତ୍ର ଦୃଷ୍ଟିରୁ ଶୌଚ ହେବା ପରେ ଗୋଡ଼ ହାତ ଏବଂ ମୁହଁ ନିହାତି ଧୋଇ ଶୋଇବା ଜରୁରୀ l କାହିଁକି ନଚେତ ଏହାଦ୍ୱାରା ରାହୁ , କେତୁ ଓ ଶନି ଙ୍କ ପ୍ରକୋପ ରହିଥାଏ l ଦରିଦ୍ରତା ଦେଖା ଦେଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଲାଗି ରୁହେ l ବୈଜ୍ଞାନିକ ଦୃଷ୍ଟି କୋଣରୁ ଶୌଚ ପରେ ଧୁଆଧୋଇ ନହେଲେ ବିଭିନ୍ନ ବ୍ୟାକ୍ଟେରିଆ ଆମ ଶରୀର ମଧ୍ୟକୁ ଆସି ଥାଆନ୍ତି ଓ ଶରୀରର ରୋଗ ପ୍ରତି ରୋଧକ ଶକ୍ତି ହ୍ରାସ ହୋଇଥାଏ l କାହିଁକି ଗୋଡ଼ ଦ୍ୱାରା ସମସ୍ତ ବ୍ୟାକ୍ଟେରିଆ ଶରୀର କୁ ପ୍ରବେଶ କରନ୍ତି l
* ବାହାରୁ ଆସିଲେ ଗୋଡ଼ ଧୋଇବା ନିହାତି ଜରୁରୀ ଅଟେ l କାହିଁକି ନ ଆମେ ଯେବେ ବାହାରୁ ଆସିଥାଉ ସେହି ସମୟରେ ଅନେକ ନକାରାତ୍ମକ ସ୍ଵଭାଵ ର ସଂସ୍ପର୍ଶ ଆସୁ l ତେଣୁ ବାହାରୁ ଆସିବା ପରେ ଗୋଡ଼ ହାତ ନିହାତି ଧୋଇବା ଜରୁରୀ l ନଚେତ ଏହାଦ୍ୱାରା ସେହିସବୁ ନକରତ୍ମକ ଶକ୍ତି ଘରେ ସଞ୍ଚାର ହୋଇଥାଏ l ବିଜ୍ଞାନ ଦୃଷ୍ଟିରୁ ବାହାରର ଭୁତାଣୁ ଓ ଜୀବାଣୁ ଆମ ପାଦ ମଧ୍ୟ ଦେଇ ଆସି ଥାଆନ୍ତି ଯାହାକି ବିଭିନ୍ନ ରୋଗର କାରଣ ହୁଅନ୍ତି l
Har Ghar Tiranga

Leave A Reply