Odisha news

କୋଟିନଡା ରେ ଗୁଣି ଗାରେଡି ଘଟଣାରେ ଚାରି ଗିରଫ

0

ଆସିକା : ବର୍ତ୍ତମାନର ବିଜ୍ଞାନ ଯୁଗରେ ଗୁଣି ଗାରେଡି ପ୍ରତି ଥିବାବିଶ୍ୱାସ ଲୋକଙ୍କ ମନରୁ ଯାଇନାହିଁ। ଏଭଳି ସ୍ଥିତିରେ ଗତ କାଲି ବିଳମ୍ବିତ ରାତ୍ରୀ ରେ କିଛି  ବାସିନ୍ଦା ଙ୍କ  ଘର ଆଗରେ ହଳଦିଆ ଚାଉଳ ବିଞ୍ଚୁଥିବା ବେଳେ ପୋଲିସ କୋଟିନଡା  ଗ୍ରାମ ରୁ ଚାରି ଜଣ କୁ ଗିରଫ କରିଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ପ୍ରକାଶ କରିଛନ୍ତି।ରିନିମା ସ୍ଵାଇଁ ଙ୍କର ଅଭିଯୋଗ ପ୍ରକାରେ ଏକ ମାମଲା ୨୪୩/୨୩ ଆଇ ପି ସି ୩୦୭/୩୨୩/୩୪୧/୫୦୬/୩୪ ଓ ଓଡିଶା ପ୍ରିଭେନସନ ଅଫ ୱିଚ ହଣ୍ଟିଙ୍ଗ ଆକ୍ଟ ୨୦୧୩ ଧାରା ୪(୧) ପ୍ରକାରେ ପୁର୍ଣ ଚନ୍ଦ୍ର ମହାନ୍ତି,କାର୍ତିକ ସ୍ଵାଇଁ ଓରଫ ପପୁ, ଶିବ ରାମ ସ୍ଵାଇଁ,ପ୍ରମୋଦ ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତକାଲି ରାତ୍ରୀ ରେ ପୋଲିସ ଏସ ଆଇ ସତ୍ୟବ୍ରତ ସାହୁ ଙ୍କ ସହିତ ଏକ ଟିମ ଉକ୍ତ ପେଟ୍ରୋଲିଂ କରୁଥିବା ବେଳେ ଗିରଫ ଚାରି ଜଣଙ୍କ ସମେତ ସେହି ଗ୍ରାମ ର ଗୋବିନ୍ଦ ସ୍ୱାଇଁ,ବାବୁଲ ସ୍ଵାଇଁ, ଆଲୋକ ମାହାନ୍ତି ପ୍ରମୁଖ ମନ୍ତୁରା ହଳଦି ଚାଉଳ ପକାଉଥିଲା। ଗୁଣି ଗାରେଡି ପାଇଁ ଗ୍ରାମ ରେ ଲାଗିଥିବା ସି ସି ଟିଭି ରେ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା ।ଗତ କିଛି ଦିନ ହେଲା ଗୁଣି ଗାରେଡି ପାଇଁ କୋଟିନଡା ଗ୍ରାମ ରେ ଅଶାନ୍ତି ଲାଗି ରହିଥିବା ବେଳେ ଭୟ ରେ  ରତ୍ନାକର ସ୍ଵାଇଁ ଙ୍କ ପରିବାର ଗାଁ ଛାଡି ଦେଇଛି। ସଙ୍ଘଠିତ ଯୁବକ ମାନେ ଇନ୍ଦ୍ର ଲେଙ୍କା, କୋକବାଜି ମାହାନ୍ତି,କୈଳାଶ ମାହାନ୍ତି, ବାବୁଲା ସ୍ଵାଇଁ ଙ୍କ ପରିବାର କୁ ଆକ୍ରମଣ କରିବାର ଯୋଜନାରେ ଥିଲେ। ଗତ ପାଞ୍ଚ ତାରିଖ ରେ ଗନ୍ଧର୍ବ ମାହାନ୍ତି ଓ ତାଙ୍କ ଝିଅ ଓ ଗ୍ରାମ ର କିଛି ଲୋକ  ନୟନି ମାହାନ୍ତି ଙ୍କୁ ଗୁଣିଆ ସନ୍ଦେହ ରେ ଜୀଵନ ରେ   ଆକ୍ରମଣ କରିଥିଲେ।    ଏହାସହିତ ଗ୍ରାମ ର ରିନିମା ସ୍ଵାଇଁ ର ଘରେ ତାଲା ପକାଇଥିଲେ। ଗୁଣିଆ ଧରିବା ପାଇଁ କୋଟିନଡା ଥାନା ରେ ଗତ ଅଗଷ୍ଟ ୨୨ ତାରିଖରେ   କୋଟିନଡା ଗ୍ରାମ ର ଲୋକ ଏକାଠି ହୋଇଥିଲେ।  ଏହି ଗ୍ରସମ ର ଗନ୍ଧର୍ବ ମାହାନ୍ତି  ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ମାହାନ୍ତି, ଝିଅ କାଜଲ ମାହାନ୍ତି   କୁ କେହି ଗୁଣିଆ କରିଥିବା ଏବଂ ଗୁଣିଆ ଧରିବା ପାଇଁ ଖଟବିଦ୍ୟା ର ପ୍ରୟୋଗ କରିବା କୁ ଗ୍ରାମ ର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହା ପରେ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସେମାନଙ୍କୁ ବୁଝା ସୁଝା କରିବା ପରେ ସେମାନେ ଗ୍ରାମ କୁ ଫେରିଛନ୍ତି। ଗ୍ରାମ ର ଗନ୍ଧର୍ବ ମାହାନ୍ତି ପରିବାର କୁ ଗତ ଏକ ମାସ ହେଲା ଭୁତ ଲାଗିଛି ଏଥି ନେଇ ଗ୍ରାମ ରେ କିଛି ଦିନ ହେଲା ଏହି ସମସ୍ୟା ବଢିବାରୁ  ଥାନା ଅଧିକାରୀ ଏହାର ଉପରେ ନଜର ରଖିବା ସହିତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପ୍ରତି ସଜାଗ ରହିବା ସହିତ ନିୟମିତ ପେଟ୍ରୋଲିଂ କରୁଥିଲେ।

Har Ghar Tiranga

Leave A Reply