Odisha news

ଖୁଲମଖୁଲା ଭାବେ ଚାଲିଛି କାଠ ଚୋରି : ଦେଖା ଯାଉନାହାନ୍ତି ବନ କର୍ମଚାରୀ।

0
ଆଠଗଡ଼ ତା ୭-୯-୨୩ ଆଠଗଡ଼ ରେ ଚାଲିଛି ଖୁଲମଖୁଲା ଭାବରେ କାଠ ଚୋରି। ସ୍ପଷ୍ଟ ଦିବାଲୋକରେ ମୂଲ୍ୟବାନ ଗଛ ସବୁ କାଟି ନେଉଛନ୍ତି । ଫଳରେ ଚନ୍ଦକା ରୁ ଆସୁଥିବା ହାତୀ ସବୁ ଜଙ୍ଗଲରେ ଆଶ୍ରୟ ନପାଇ ଜନବସତି ମୁହାଁ ହୋଇଥାଆନ୍ତି। ଫଳରେ ଅନେକ ସମୟରେ ହାତୀ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ଜଙ୍ଗଲ ବିଭାଗ ହାତୀ ଜଗିବାରେ ସୀମିତ।ବଳକା ସମୟ କେନ୍ଦ୍ରୀୟ ନର୍ସରୀ ରେ, ଜଙ୍ଗଲ ସୁରକ୍ଷା କୁ ଗୁରୁତ୍ୱ ନାହିଁ।ଦିନ ଦ୍ବିପହରରେ ବେଧଡକ ଭାବେ ଚାଲିଛି ଜଙ୍ଗଲ ଚୋରି।ଏ ହେଉଛି ଆଠଗଡ଼ ରେଞ୍ଜ ଜଙ୍ଗଲ ବିଭାଗର ପାରଦର୍ଶିତା। ସନ୍ଧ୍ୟା ହେଲେ ଚନ୍ଦକା ହାତୀ ସୁକାସେନ ସଂରକ୍ଷିତ ଜଙ୍ଗଲ ଦେଇ ଗତି କରୁଥିବାରୁ ଗଜସାଥି ଙ୍କ ସହିତ ଗୋଟିଏ, ଦୁଇଟି ଭାମ୍ୟ ମାଣ୍ୟ ଗାଡ଼ି ମେଘା ରାସ୍ତାରେ ପଇଁତରା ମାରୁଛି।ବଳକା ସମୟ କାମ୍ପା ଅର୍ଥରେ ଜଙ୍ଗଲ ସୃଷ୍ଟି ପାଇଁ ଚାରା ତିଆରି କରି ବଣ୍ଟାଜିବା ଓ ଲଗାଯିବ ର କାଗଜ ପତ୍ର କରିବାରେ ସମୟ ଯାଉଛି। ପ୍ରକୃତରେ ଲକ୍ଷ ଲକ୍ଷ ଟଙ୍କାର ଗଛ ସୃଷ୍ଟି କରାଯାଇ ଜଙ୍ଗଲ ସୃଷ୍ଟି କରାଗଲେ ଆଠଗଡ଼ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିଣତ ହୁଅନ୍ତାଣୀ।କାମ୍ପା ଅର୍ଥରେ ରାଜା ଆଠଗଡ଼ ନରସିଂହପୁର ରାଜପଥ ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କାଗଜ କଲମରେ ସୀମିତ। ଦିନ ଦ୍ବିପହରରେ କାଠ ଚୋର ମାନେ ସୁକାଶେନ କସିଆପଦା ,ମହାପୋଇ ଓ ଜେନାପଦା ସଂରକ୍ଷିତ ଜଙ୍ଗଲରୁ ଟ୍ରକ,୪୦୭, ଏକ୍ସଲ ଗାଡ଼ି ଓ ସାଇକେଲ ରେ ଶାଳ,ସାଗୁଆନ ପ୍ରଭୃତି ମୂଲ୍ୟବାନ କାଠକୁ ଚୋରା ଚାଲାଣ କରୁଥିବା ବେଳେ ତାକୁ ଦେଖିବାକୁ କେହି ନାହାନ୍ତି। ରେଞ୍ଜ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ପର୍ଯ୍ୟନ୍ତ କାଗଜ ପତ୍ର ଓ ହାତୀ ଜଗିବାରେ ସୀମିତ। ପୂର୍ବରୁ ଥିବା ବନ ଅଧିକାରୀ ମାନେ ବିଭିନ୍ନ ସମୟରେ ଚଢାଉ କରୁଥିଲେ, କିନ୍ତୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ, ଯାହା ଫଳରେ ଆଠଗଡ଼ ରେ କାଠ ଚୋର ମାନଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି, ସୋସିଆଲ ମିଡ଼ିଆ ଏ ସମ୍ପର୍କରେ ଖବର ପ୍ରକାଶ ପାଇଲେ ମଧ୍ୟ ଆବଶ୍ୟକ କର୍ମଚାରୀ ଦର୍ଶାଇ ଜଙ୍ଗଲ ବିଭାଗ ଚୁପ୍।ଏପରି ଅବସ୍ଥାରେ ଜଙ୍ଗଲ ହ୍ରାସ କୁ ନେଇ ପରିବେଶବିତ ଙ୍କ ପକ୍ଷରୁ ଚିନ୍ତାପକାଶ ପାଇଛି।
Har Ghar Tiranga

Leave A Reply