Odisha news

ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ କୁ ୩ ବର୍ଷ ଜେଲ ଓ ଜରିମାନା

0
ଫୁଲବାଣୀ  ତା ୫।୯, :ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ମାନ୍ୟବର ବିଚାରପତି ଅନୀତା ସାହୁ, ଆଜି ଏକ ୧୭ ବର୍ଷିୟା ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ତଥା ମାମଲାର ୧୦ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ ଓ ପିଡିତାର ବୟାନ ଆଧାରରେ  ମାମଲାର ଅଭିଯୁକ୍ତ, କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ର ଧର୍ମେନ୍ଦ୍ର ପାତ୍ର (୨୭)କୁ , ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ତାକୁ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ସ୍ବତନ୍ତ୍ର ପୋସ୍କୋ କୋର୍ଟ ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା‌ କରୁଥିଲେ। ସୂଚନା ଅନୁସାରେ  ଗତ ୨୦୧୫ ମସିହା ଜୁଲାଇ ମାସ ୮ ତାରିଖ ରାତିରେ ପୀଡ଼ିତା, ନିଜ ଭଉଣୀ ମାନଙ୍କ ସହ  ଘରେ ଶୋଇଥିବା ବେଳେ ଧର୍ମେନ୍ଦ୍ର ପାତ୍ର ରାତି ପ୍ରାୟ ଦୁଇଟା ବେଳେ ପିଡିତା ଘରେ ପଶି ତା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା। ପିଡ଼ିତା ପାଟି କରିବାରୁ ଅଭିଯୁକ୍ତ, ଘରୁ ବାହାରି ଦଉଡି ପଳେଇବାକୁ ଚେଷ୍ଟା କରିବା ବେଳେ ପୀଡିତାର ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରା ପଡ଼ିଥିଲା । ପର ଦିନ ଏ ସ°କ୍ରାନ୍ତ ରେ କୋଟଗଡ଼ ଥାନାରେ ପିଡିତା ର ପରିବାର ଲୋକେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କୋଟଗଡ ଥାନା ପୋଲିସ ଏକ ମାମଲା ୩୮/୨୦୧୫ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ସେହି ମାମଲାର ବିଚାର କରି ବିଚାରପତି ଉପୋରୋକ୍ତ ରାୟ ପ୍ରକାଶ କରିଛନ୍ତି।
Nalco

Leave A Reply