ଯେଉଁ ନକ୍ଷତ୍ରରେ ହୋଇଥିଲା ଶ୍ରୀକୃଷ୍ଣ ଙ୍କ ଜନ୍ମ ଚଳିତ ଥର ଜନ୍ମାଷ୍ଟମୀ ରେ ସେହି ନକ୍ଷତ୍ର ରେ ହେବ ପୂଜା , ଖୁବ ଶୁଭ ସଂଯୋଗ
ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଖୁବ ମହତ୍ୱ ରହିଛି l ଏହିଦିନ ଲୋକେ ବ୍ରତ ରଖି ଓ ବିନା ବ୍ରତ ଧାରୀ ମଧ୍ୟ ଆନନ୍ଦ ଉଲ୍ଲାସ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରି ଥାଆନ୍ତି l ଚଳିତ ଥର ସେପ୍ଟେମ୍ବର ୬ ତାରିଖ ରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବାକୁ ଯାଉଛି l ଚଳିତ ଥର ଜନ୍ମାଷ୍ଟମୀ ରେ ଏଭଳି ସଂଯୋଗ ଘଟିବାକୁ ଯାଉଛି ଯାହାକି ଖୁବ ଦୁର୍ଲଭ ଅଟେ l ଶ୍ରୀମଦ୍ଭାଗବତ ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ନ ଙ୍କ ଜନ୍ମ ଭାଦ୍ରବ ମାସ ଅଷ୍ଟମୀ ତିଥି କୃଷ୍ଣ ପକ୍ଷ, ବୁଧବାର, ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ହୋଇଥିଲା l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ବୁଧବାର ୬ତାରିଖ ଜନ୍ମାଷ୍ଟମୀ ପର୍ବ ପାଳିତ ହେବ l ଚନ୍ଦ୍ରମା ଙ୍କ ପ୍ରିୟ ନକ୍ଷତ୍ର ରୋହିଣୀ ନକ୍ଷତ୍ର ଅଟେ l ଚଳିତ ଥର ସେପ୍ଟେମ୍ବର ୬ ତାରିଖ ରେ ରୋହିଣୀ ନକ୍ଷତ୍ର , ହର୍ଷଣ ଓ ସିଦ୍ଧି ଯୋଗରେ କୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେବ l ଚଳିତ ବର୍ଷ ଭଗବାନ ଶ୍ରୀକୃଷ୍ଣ ଙ୍କ ୫୨୫୧ ତମ ଜନ୍ମ ଦିବସ ଅଟେ l ଏହି ଦିନ କୃଷ୍ଣ ଭକ୍ତ ମାନେ ବ୍ରତ ଉପବାସ ଓ ସାଧନା କରିବେ l
ଚଳିତ ଥର ଜନ୍ମାଷ୍ଟମୀ ଖୁବ ମହତ୍ୱପ୍ପୂର୍ଣ ଅଟେ l ଚଳିତ ଥର ଜନ୍ମାଷ୍ଟମୀ ରେ ଶୁଭ ସଂଯୋଗ ଘଟୁ ଥିବାରୁ ଖୁବ ଶୁଭ ପ୍ରଦ ଅଟେ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଜନ୍ମିତ ଶିଶୁ ର ୩ ଜନ୍ମ ର ପାପ ଦୂରେଇ ଯାଇଥାଏ l
– ଏହି ସମୟରେ ଜନ୍ମିତ ଶିଶୁ ଶତ୍ରୁ ଦମନ କାରୀ ଅଟନ୍ତି , ଐସ୍ୱର୍ଯ୍ୟ ସେମାନଙ୍କ ନିକଟରେ ରହିଥାଏ l
– ଏହି ଯୋଗରେ ଜନ୍ମିତ ଶିଶୁ ଭଗବତ ବଶ୍ୱାସୀ ଓ ବିଦ୍ୱାନ ହୋଇ ଥାଆନ୍ତି l
– ଚଳିତ ଥର ଜନ୍ମାଷ୍ଟମୀ ରେ ଭଲ ସଂଯୋଗ ଘଟୁଥିବା କାରଣରୁ ବ୍ରତ କରିବା ଖୁବ ଶୁଭ ଅଟେ l
– ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୬ ତାରିଖ ଦିନ ଦ୍ବିପ୍ରହର ୩ ଟା ୩୭ ମିନିଟ ରେ ଆରମ୍ଭ ହେବ ଓ ୭ ତାରିଖ ସନ୍ଧ୍ୟା ୪ ଟା ୧୪ ମିନିଟ ରେ ସମାପ୍ତ ହେବ l
– ରୋହିଣୀ ନକ୍ଷତ୍ର ଆରମ୍ଭ ହେବ ୬ ତାରିଖ ସକାଳ ୯ ଟା ୨୦ ମିନିଟ ରେ ଓ ସମାପ୍ତ ହେବ ୭ ତାରିଖ ସକାଳ ୧୦ ଟା ୨୫ ମିନିଟ ରେ l
– ଜନ୍ମଷ୍ଟମୀ ପୁଜା ର ସମୟ ଅବଧି ୬ ତାରିଖ ଦିନ ରାତ୍ରୀ ୧୨ ଟା ରୁ ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ରହିବ l