Odisha news

ସ୍ୱାସ୍ଥ୍ୟ ପାଇଁ ରାମବାଣ ଅଟେ ସାଇଲେଣ୍ଟ ୱାକିଙ୍ଗ , ଜାଣନ୍ତୁ କଣ ରହିଛି ଏହାର ଚମତ୍କାର ଲାଭ 

0
ଚିକିତ୍ସା ବିଜ୍ଞାନ ରେ ୱାକିଙ୍ଗ ବା ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l କାହିଁକି ନା ସୁସ୍ଥ ରହିବ ପାଇଁ ଏହା ଖୁବ ଆବଶ୍ୟକ ଅଟେ l ଛୋଟ ବେଳରୁ ଆମେ ଶୁଣିଛୁ ଯେ ପାଦରେ ଚାଲିବା ଶରୀର ପାଇଁ ଖୁବ ଲାଭ ଦାୟକ l କିଛି ଲୋକ ମର୍ନିଙ୍ଗ ଓ ଏଭିନିଙ୍ଗ ୱାକ ରେ ନିୟମିତ ଯାଇ ଥାଆନ୍ତି l ସେହି ସମୟରେ ୱାକିଙ୍ଗ ରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ l କିନ୍ତୁ ନିକଟରେ ଗୋଟିଏ ଅଧ୍ୟୟନ ଅନୁସାରେ ୱାକିଙ୍ଗ କରିବା ସମୟରେ କିଛିଟା କଥାକୁ ଗୁରୁତ୍ୱ ଦିଆଯାଇ ଥିଲା l ଯେଉଁଥିରେ ବିଶେଷ ଭାବରେ ସାଇଲେଣ୍ଟ ୱାକିଙ୍ଗ ଉପରେ ଗୁରୁତ୍ୱ ଦିଆଯାଇ ଥିଲା l ଯାହାକି ଆମକୁ ଫିଟ ରଖିବାରେ ସାହାଯ୍ୟ କରିଥାଏ l
* ସାଇଲେଣ୍ଟ ୱାକିଙ୍ଗ କଣ ? -:
ସାଇଲେଣ୍ଟ ୱାକିଙ୍ଗ ଅର୍ଥାତ ଚାଲିବ ସମୟରେ କୌଣସି ପ୍ରକାରର ଅପ୍ରାକୃତିକ ଶବ୍ଦ ଠାରୁ ଦୂରରେ ରହିବା l ଟିକ ଟକ ଇନଫ୍ଲୁଇନ୍ସର ମେଡ଼ି ମାଓ ଅଧ ଘଣ୍ଟାର ଗୋଟିଏ ୱାକିଙ୍ଗ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି l ଏହି ଭିଡିଓ ଟି ଖୁବ ଦ୍ରୁତ ଗତିରେ ଟ୍ରେଣ୍ଡ ରେ ରହିଥିଲା l ସାଇଲେଣ୍ଟ ୱାକିଙ୍ଗ ରେ ୩୦ ମିନିଟ ପର୍ଯ୍ୟନ୍ତ ସାମାନ୍ୟ ଭାବରେ ପାଦରେ ଚାଲିବା ହୋଇଥାଏ, ଏଥିରେ ଆପଣ ଏକୁଟିଆ ଚାଲିବେ, ଏହାଛଡା ଆପଣ ଗହଳୀ ସ୍ଥାନକୁ ନଯାଇ ଶାନ୍ତ ସ୍ଥାନକୁ ଯାଇ ଚାଲିବା ଉଚିତ l
* ସାଇଲେଣ୍ଟ ୱାକିଙ୍ଗ ର ଲାଭ –
– ନେସନାଲ ଲାଇବ୍ରେରୀ ର ଅଧ୍ୟୟନ ଅନୁସାରେ ମେଣ୍ଟାଲ ହେଲ୍ଥ ପାଇଁ ସାଇଲେଣ୍ଟ ୱାକିଙ୍ଗ ଖୁବ ଲାଭ ଦାୟକ l ପ୍ରକୃତି ରେ ଶାନ୍ତ ହୋଇ କେବଳ କିଛି ସମୟ ପାଇଁ ଚାଲିବା ଦ୍ୱାରା ଷ୍ଟ୍ରେସ କମ ହୋଇଥାଏ l ପ୍ରତିଦିନ ଏହାକୁ କରିବା ଦ୍ୱାରା ମାନସିକ ରୋଗ ଦୂର ହୋଇଥାଏ l ଷ୍ଟ୍ରେସ ମଧ୍ୟ ଦୂର ହୋଇଥାଏ l
– ଗବେଷକ ଙ୍କ ମତ ଅନୁସାରେ ସାଇଲେଣ୍ଟ ୱାକିଙ୍ଗ ଦ୍ୱାରା ନିଜକୁ ଖୁସି ରଖି ପାରିବେ l ସାଇଲେଣ୍ଟ ୱାକିଙ୍ଗ ସମ୍ପୂର୍ଣ ମେଡ଼ିଟେସନ ଭଳି ହୋଇ ଥାଏ l ଅଧ୍ୟୟନ କହୁଛି ଯେ ସାଇଲେଣ୍ଟ ୱାକିଙ୍ଗ ଦ୍ୱାରା ମନ ଶାନ୍ତ ରହିଥାଏ ଓ ପ୍ରସନ୍ନ ରହିଥାଏ l
– ଏହି ଅଧ୍ୟୟନ ଅନୁସାରେ ସାଇଲେଣ୍ଟ ୱାକିଙ୍ଗ ଦ୍ୱାରା ମଣିଷ ଭିତରକୁ ପଜିଟିଭ ଭାଇବ୍ସ ଆସିଥାଏ ଯାହାକି ମନରେ ସକାରାତ୍ମକ ଶକ୍ତି ବଢ଼ାଇଥାଏ l
– ମାତ୍ର ଦିନକୁ ୩୦ ମିନିଟ ର ସାଇଲେଣ୍ଟ ୱାକିଙ୍ଗ ଯାହାକି ମନରେ ଏକାଗ୍ରତା ବୃଦ୍ଧି କରିଥାଏ l ମଣିଷ ର ମନ ସ୍ଥିର ରହି ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ l ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସାଇଲେଣ୍ଟ ୱାକିଙ୍ଗ ଖୁବ ହିତକର l
– ଶିକ୍ଷାର୍ଥୀ ମାନେ ଯଦି ସାଇଲେଣ୍ଟ ୱାକିଙ୍ଗ କରିବେ ତେବେ ତାଙ୍କର ଶିକ୍ଷା ଗ୍ରହଣ ରେ ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ l ଜୀବନ ରେ ମୂଳ ଦୁଆ ଷ୍ଟ୍ରଙ୍ଗ ହୋଇଥାଏ l
Har Ghar Tiranga

Leave A Reply