Odisha news

ଶନିବାର ଦିନ କରି ନିଅନ୍ତୁ ଏହି କାର୍ଯ୍ୟ , ହନୁମାନ ଙ୍କ ସହିତ ପାଇବେ ଶନିଦେବ ଙ୍କ କୃପା 

0
ଶନିବାର ଦିନ ନ୍ୟାୟ ର ଦେବତା ଶନିଦେବ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରାଯାଇ ଥାଏ l ଶନି ଦେବ ଯାହା ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତାର କୌଣସି କାର୍ଯ୍ୟ ରେ ବାଧା ଆସି ନଥାଏ l ଶନିବାର ଦିନ କିଛିଟା ବିଶେଷ କାର୍ଯ୍ୟ କରିବା ଦ୍ୱାରା ଶନି ଦେବ ଙ୍କ ସହିତ ହନୁମାନ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l ଆସନ୍ତୁ ଜାଣିବା ଶନିବାର ଦିନ କେଉଁସବୁ ବିଶେଷ କାର୍ଯ୍ୟ କରିବା ଜରୁରୀ l
* ଶନି ବାର ସକାଳୁ ହନୁମାନ ଙ୍କ ନିକଟରେ ତମ୍ବା ପାତ୍ର ରେ ଜଳ ଓ ସିନ୍ଦୁର ଅର୍ପଣ କରନ୍ତୁ l ଏବଂ ଶନିଦେବ ଙ୍କୁ ଲୁହା ପାତ୍ର ରେ ତେଲ ଅର୍ପଣ କରନ୍ତୁ l ଏହାପରେ ହନୁମାନ ଙ୍କ ନିକଟରେ ସୋରିଷ ତେଲ ର ଦୀପ ଅର୍ପଣ କରନ୍ତୁ ଏବଂ ” ଓଂ ହନୁମତୟେ ନମଃ ” ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ହନୁମାନ ଓ ଶନି ଦେବ ଙ୍କ କୃପା ଲାଭ ହେବ l
* ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଦେବ ଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ l ମାନ୍ୟତା ଅନୁସାରେ ଶନିଦେବ ଙ୍କୁ ଶନିବାର ଦିନ ଏହି ଫୁଲ ଅର୍ପଣ କରିବା ଦ୍ୱାରା ଶନି ଙ୍କ ଅଢେଇ ଓ ସାଢେ ସାତି ରୁ ମୁକ୍ତି ମିଳିଥାଏ l ଏହି ଫୁଲ ଅର୍ପଣ କରିବା ଦ୍ୱାରା ଶନି ଦେବ ଙ୍କ କୃପା ଲାଭ ହୋଇଥାଏ ଓ ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ହୋଇ ଯାଇଥାଏ l
* ଶନିବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନ ଙ୍କ ନିକଟରେ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଭଗବାନ ହନୁମାନ ଓ ଶନିଦେବ ଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ଓ ସମସ୍ତ କଷ୍ଟ ଦୂର ହୋଇଥାଏ l
* ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ଦିନରୁ ଅଟକି ରହିଛି ତେବେ ଶନିବାର୍ ଦିନ ହନୁମାନ ମନ୍ଦିର ରେ ତେଲ ଓ ସିନ୍ଦୁର ରେ ଅଭିଷେକ କରାନ୍ତୁ ଏହାଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଯିବ l ଏବଂ କାର୍ଯ୍ୟ ରେ ସଫଳତା ମିଳିବ l
* ଶନିଦେବ ଙ୍କ ପୂଜା କରିବା ପାଇଁ କୌଣସି ମନ୍ଦିର କୁ ଯାଆନ୍ତୁ l କିନ୍ତୁ ତାଙ୍କ ସମୁଖ ରେ ଦୀପ ଅର୍ପଣ ନକରି କୌଣସି ଓସ୍ତ ବୃକ୍ଷ ତଳେ ଦୀପ ଟିଏ ଅର୍ପଣ କରାନ୍ତୁ l ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବେ l
Har Ghar Tiranga

Leave A Reply