ଢ଼େଙ୍କିକୋଟ ତା ୧. ୮. ୨୩ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଂଚାୟତ ର ଖମଣଗୋଡ଼ା ସାହିରେ ରେଡିଓ ଜୁହାର ପରି ଏକ ପ୍ରତିଷ୍ଟିତ ଅନୁଷ୍ଟlନ ଗଡ଼ି ଉଠିଛି l ନୂତନକରି ଜନ୍ମ୍ ନେଇଥିବା ଏ ଅନୁଷ୍ଠାନ ଆଜି ଜିଲ୍ଲା ତଥା ଜିଲ୍ଲା ବାହାରେ ସୁନାମ ଆଣୁଛି l ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରତିଭାଧାରୀ ବ୍ୟକ୍ତି କୁଂ ସେମାନକଂର ପ୍ରତିଭାର ବିକାଶ ପାଇଁ ଏ ଅନୁଷ୍ଠାନ ଆଗେଇ ଆସିଛି l ତତ ସହିତ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛି l ରେଡିଓ ମାଧ୍ୟମରେ ଲୋକ ମାନଂକୁ ସଚେତନତା ଓ ଖୁସୀ ପ୍ରଦାନ କରାଯାଉଛି l ତେବେ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢ଼େଙ୍କିକୋଟ ର ବରିଷ୍ଠ ସାମ୍ବାଦିକ,କବି,ଲେଖକ,ଉଦଘୋଷକ, ମଂଚ ଅଭିନେତା ସଂଜୟ କୁମାର ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ଆଜିର ମୁଖ୍ୟ କାର୍ଯ୍ୟକ୍ରମ ଆମରି କୁଣିଆଁ ରେ ଯୋଗ ଦେଇଥିଲେ l ନିଜ ଜୀବନ କାହାଣୀ କହିବା ସହିତ କବିତା,ଗଳ୍ପ, ଅଭିନୟ ର ସଂଳାପ, ଓ ଜୀବନ ର ଋଚି, ଅତିତ ର ସ୍ମୃତି ସମ୍ପର୍କରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ରେଡିଓ ଜୁହାର ର ଅଧ୍ୟକ୍ଷ ଚଣ୍ଡି ପ୍ରସାଦ ପଟ୍ଟନାୟକ,କଂ ସମେତ ରେଡିଓ ଜୁହାର ପରିବାର ର ସୁଶ୍ରୀ ସଙ୍ଗୀତା ଦେଓ,ମୋନାଲିସା ଦାସ୍,ଶ୍ରଧାଞ୍ଜଳି ପାଇକରାୟ,ସୁନିତା ମହାନ୍ତି,ସ୍ବୋତା ରାମ,ମହେନ୍ଦ୍ର ସlହୁ, ପ୍ରମୁଖ ଯୋଗଦାନ କରିଥିଲେ ଓ ସହଯୋଗ କରିଥିଲେ l ଶେଷରେ ଅତିଥି ସଂଜୟ କୁମାର ସାହୁ କୁଂ ଅନୁଷ୍ଟlନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା