Odisha news

ଇସ୍ରୋ ପୂର୍ବରୁ ଏହିସବୁ ଦେଶ ସୂର୍ଯ୍ୟ ଙ୍କ ନିକଟକୁ ପଠାଇଛନ୍ତି ସୂର୍ଯ୍ୟ ମିଶନ 

0
 ଚନ୍ଦ୍ରଜାନ ୩ ମିଶନ ସଫଳତା ପରେ ଆଦିତ୍ୟ L -1 ମିଶନ ପାଇଁ ଆଗେଇଛି ଭାରତ l ଚନ୍ଦ୍ର ଜାନ ୩ ର ସଫଳ ପରୀକ୍ଷଣ ପରେ ଭାରତୀୟ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସଫଳତାର ହେବା ଆଶାରେ ଆଉ ଗୋଟିଏ ପାହାଚ ଆଡକୁ ଆଗେଇଚି l ସୂର୍ଯ୍ୟ ଙ୍କ ବିଷୟରେ ଅନୁସନ୍ଧାନ ଆରମ୍ଭ କରି ବିଶ୍ୱକୁ ଦେବାକୁ ଯାଉଛି ନୂଆ ତଥ୍ୟ l
ଚନ୍ଦ୍ରଜାନ ୩ର ସଫଳତା ପରେ ଅନ୍ତରୀକ୍ଷ ଦୁନିଆରେ ଇସ୍ରୋ ବୈଜ୍ଞାନିକ ଙ୍କ ପ୍ରଶଂସା ଚାଲିଛି l ଏପରିକି ଇସ୍ରୋ ବୈଜ୍ଞାନିକ ଙ୍କୁ ଲୌହ ସହିତ ତୁଳନା କରାଯାଉଛି l ସୂର୍ଯ୍ୟର ରହସ୍ୟ ଖୋଲିବା ପାଇଁ ସେପ୍ଟେମ୍ବର ୨ତାରିଖ ରେ ଈଶ୍ୱରୀ ନିଜର ଆଦିତ୍ୟ ଏଲ -1 ମିଶନ ଲଞ୍ଚ କରିବାକୁ ଯାଉଛି l ଏହି ମିଶନ ରେ ୩୬୮ କୋଟି ଟଙ୍କାର ବ୍ୟୟ ହୋଇଛି l ଏହାକୁ ପୃଥିବୀ-ସୂର୍ଯ୍ୟ ର ବ୍ୟବସ୍ଥା ର ଲଗ୍ରଏଜ ବିନ୍ଦୁ ୧ ର ଚତୁର୍ପାର୍ଶ୍ୱରେ ହେଲୋ ଆର୍ବିଟ ରେ ରଖ ଯିବ l ଏହା ସୂର୍ଯ୍ୟଙ୍କ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ l ଏଠାରୁ ବିନା କୌଣସି ଅସୁବିଧାରେ ସୂର୍ଯ୍ୟ ଙ୍କୁ ଦେଖାଯାଇ ପାରିବ l ସୂର୍ଯ୍ୟଙ୍କ ନିକଟରୁ ଅଧିକ ମାତ୍ରାରେ ଅଲଟ୍ରା ଭାୟୋଲେଟ କିରଣ ବାହାରିଥାଏ ଓ ଏହି ଟେଲିସ୍କୋପ ରୁ ୨ ହଜାର ରୁ ୪ ହଜାର ଅଲଟ୍ରା ଭାୟୋଲେଟ କିରଣ ର ଷ୍ଟଡି କରାଯିବ l କିନ୍ତୁ ଏହା ପୂର୍ବରୁ କେଉଁ ଦେଶ ସୂର୍ଯ୍ୟକୁ ମିଶନ ପଠାଇଛି ଆସନ୍ତୁ ଜାଣିବା l
ବର୍ତମାନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ୨୨ ଟି ମିଶନ ପଠାଯାଇ ସାରିଛି l ଭାରତ ପ୍ରଥମଥର ସୂର୍ଯ୍ୟ ଉପରେ ଗବେଷଣା କରିବା ପାଇଁ ଆଦିତ୍ୟ L ମିଶନ ପଠାଉଛି l ସୂର୍ଯ୍ୟ କୁ ମିଶନ ପଠାଇଥିବା ଦେଶ ଗୁଡିକ ହେଲେ ଆମେରିକା, ୟୁରୋପୀୟ ୟୁନିୟନ ଓ ଜର୍ମାନୀ ଶାମିଲ ରହିଛନ୍ତି l ନାଶl ପକ୍ଷରୁ ସବୁଠୁ ଅଧିକ ମିଶନ ସୂର୍ଯ୍ୟ ପଠାଯାଇଛି l ନାଶl ସହିତ ମିଶି ୧୯୯୪ ରେ ୟୁରୋପୀୟ ସ୍ପେସ ଏଜେନ୍ସି ପ୍ରଥମେ ସନ ମିଶନ ଲଞ୍ଚ କରିଥିଲା l ନାସା ର ପାର୍କର ସୋଲାର ପ୍ରବ ସୂର୍ଯ୍ୟର ପାଖାପାଖି ୨୬ ଥର ଉଡାଣ ଭରିଛି ଓ ୨୦୦୧ ରେ ନାସା ଜେନେସୀସ ମିଶନ ଲଞ୍ଚ କରିଥିଲା l ଏହାଦ୍ୱାରା ସୂର୍ଯ୍ୟ ର ପରିକ୍ରମା ଲଗାଇବା ଓ ବାୟୁ ର ସାମ୍ପୁଲ ସଂଗ୍ରହ କରିଥିଲା l
Nalco

Leave A Reply