ନୂଆଦିଲ୍ଲୀ : ଭାରତ ଗୋଟିଏ ସର୍ବ ଧର୍ମର ସମନ୍ୱୟ ର ଦେଶ ଅଟେ l ଯେଉଁଠି ସମସ୍ତ ଧର୍ମକୁ ସମାନ ଅଧିକାର ମିଳିଥାଏ l କିନ୍ତୁ ବିଶ୍ୱରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ମାତ୍ର ଗୋଟିଏ ଧର୍ମ କୁ ଗୁରୁତ୍ୱ ଦିଆଯାଇ ଥାଏ l ସେହିଭଳି ଗୋଟିଏ ଦେଶ ହେଉଛି ତାଇୱାନ, ଯେଉଁଠି ବୌଦ୍ଧ ଧର୍ମାବଲମ୍ବୀ ଲୋକେ ବାସ କରନ୍ତି l ପୂର୍ବ ଏସିଆରେ ରହିଥିବା ଏହି ଦେଶରେ ହିନ୍ଦୁ ଦେବଦେବୀ ଙ୍କ ପ୍ରଥମ ମନ୍ଦିର ତିଆରି ହୋଇ ଠିଆ ହୋଇ ଯାଇଛି l ଶନିବାର ଦିନ ତାଇୱାନ ର ରାଜଧାନୀ ତାଇପେ ସହର ରେ ଏହି ସୁନ୍ଦର ମନ୍ଦିର ର ଉଦଘାଟନ ହୋଇଛି l
ହିନ୍ଦୁ ଦେବାଦେବୀ ଙ୍କ ଏହି ମନ୍ଦିର ଉଭୟ ଦେଶର ନାଗରିକ ଙ୍କ ମଧ୍ୟରେ ଗୋଟିଏ ସୁ-ସମ୍ପର୍କ ବନ୍ଧ ହେବ ବୋଲି କୁହାଯାଉଛି l ହିନ୍ଦୁଙ୍କ ର ଏହି ମନ୍ଦିର ତାଇୱାନ ରେ ପାଖାପାଖି ୨୦ ବର୍ଷ ଧରି ରହି ଆସୁଥିବା ପ୍ରବାସୀ ଭାରତୀୟ ଓ ଭାରତୀୟ ରେସ୍ଟୁରଣ୍ଟ ମାଲିକ ଏଂଡିଂ ସିଂହ ଆର୍ୟା ଙ୍କ ଚେଷ୍ଟାର ଫଳାଫଳ ଅଟେ l ଏହି ମନ୍ଦିରର ସମୁଖ ଭାବରେ ହିନ୍ଦୁ ଦେବାଦେବୀ ଙ୍କ ମୂର୍ତି ରହିଛି, ପ୍ରବେଶ ଦ୍ୱାରରେ ‘ସବକା ମନ୍ଦିର ‘ – ଇଣ୍ଡିଆନ ଟେମ୍ପଲ (ତାଇୱାନ) ଲେଖା ହୋଇଛି l ମନ୍ଦିର ଭିତରେ ଅନେକ ହିନ୍ଦୁ ଦେବା – ଦେବୀ ଙ୍କ ପ୍ରତିମା ସ୍ଥାପିତ ହୋଇଛି l
ଏଠାରେ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମୀଙ୍କ ପ୍ରତିମା ରହିଛି l ଏହି ମନ୍ଦିର ରେ ଶିବଲିଙ୍ଗ ମଧ୍ୟ ସ୍ଥାପିତ ହୋଇଛି l ଶିବଲିଙ୍ଗ ଙ୍କ ପାର୍ଶ୍ୱରେ ନନ୍ଦୀ ମହାରାଜ ଓ ବିଘ୍ନହର୍ତା ଗଣେଶ ବିରାଜମାନ କରିଛନ୍ତି l ଏହାର ଠିକ ସମୁଖରେ ମା ଦୁର୍ଗତି ନାଶିନୀ ଙ୍କୁ ସ୍ଥାପନା କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଭାରତ ଓ ତାଇୱାନ ଲୋକେ ଏହି ହିନ୍ଦୁ ମନ୍ଦିର କୁ ଭାରତ-ତାଇୱାନ ସଂକୃତିକ ସମ୍ବନ୍ଧ ର ଐତିହାସିକ କ୍ଷଣ ବୋଲି କହିଛନ୍ତି l ଅନେକ ବର୍ଷରୁ ଚୀନ ତାଇୱାନ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଥିବା ବେଳେ ତାଇୱାନ ନିଜକୁ ଗୋଟିଏ ସ୍ୱତନ୍ତ୍ର ଦେଶ ବୋଲି ପରିଚୟ ଦେଇ ଆସିଛି l