Odisha news

ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର : ଜୀବନ ର ସୁଖ ସମୃଦ୍ଧି ପାଇଁ ଓ ମହାଦେବ ଙ୍କ କୃପା ଲାଭ ପାଇଁ କରନ୍ତୁ ଏହି ଉପାୟ

0

ଅଗଷ୍ଟ ୨୮ ତାରିଖ ଦିନ ଶ୍ରାବଣ ମାସର ଶେଷ ସୋମବାର ପଡୁଛି l ଚଳିତ ଥର ୨ ମାସ ଶ୍ରାବଣ ମାସ ପଡିଥିଲା l ମାନ୍ୟତା ରହିଛି ଯେ ଯଦି କେହି ବ୍ୟକ୍ତି ଶ୍ରାବଣ ମାସ ସୋମବାର ରେ ମହାଦେବ ଙ୍କୁ ବିଧିବିଧାନ ଭାବରେ ପୂଜା କରନ୍ତି , ନିଜର ମନବାଞ୍ଛିତ ଫଳ ଲାଭ କରନ୍ତି l ଶ୍ରାବଣ ମାସର ସୋମବାର ଭଗବାନ ଶିବ ଙ୍କୁ ସମର୍ପିତ ଅଟେ l

* ଶ୍ରାବଣ ମାସର ଶେଷ ସୋମବାର ରେ ଘଟୁଛି ଦୁର୍ଲଭ ଯୋଗ l ଚଳିତ ଥର ଶ୍ରାବଣ ମାସ ର ଶେଷ ସୋମବାର ଅଗଷ୍ଟ ୨୮ ତାରିଖ ରେ ଅନୁଷ୍ଠିତ ହେବ l ଚଳିତ ଥର ଶେଷ ସୋମବାର ର ସବୁଠୁ ଶୁଭ ବେଳା ଘଟୁଛି ଦିନ ୧୧.୫୯ ମିନିଟ ରୁ ୧୨ ଟା ୫୩ ମିନିଟ ପର୍ଯ୍ୟନ୍ତ l

– ଏହି ସମୟ ମଧ୍ୟରେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମହାଦେବ ଙ୍କୁ ପଞ୍ଚାମୃତ ରେ ଅଭିଷେକ କରାନ୍ତୁ ଓ ନନ୍ଦୀ ଷଣ୍ଢ କୁ ପୂଜା କରିବା ସହିତ ଭୋଜନ କରାନ୍ତୁ l

– ଆଜିର ଦିନରେ ନିଜ ଘରର ପୂଜା ଘରେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ବସାଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଘରୁ ଦୁର୍ଭାଗ୍ୟ ଦୂର ହେବ ଓ ରୋଗ ଶୋକ ରୁ ମୁକ୍ତି ମିଳିବ l

– ଶ୍ରାବଣ ଶେଷ ସୋମବାର ରେ ଶିବ ପଞ୍ଚକ୍ଷରୀ ର ଅନେକ ମହତ୍ୱ ରହିଛି l ତେଣୁ ଆଜିର ଦିନରେ ମହାଦେବ ଙ୍କୁ ଅରଖ ଫୁଲ ଓ ବେଲ ପତ୍ର ଅର୍ପଣ କରନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

– ଆଜିର ଦିନରେ ମହାଦେବ ଙ୍କୁ ରାଶି ଅର୍ପଣ କରନ୍ତୁ l ଏହାଦ୍ୱାରା ପାପରୁ ମୁକ୍ତି ମିଳିବ l

– ଶ୍ରାବଣ ମାସ ସୋମବାର ରେ ମହାଦେବ ଙ୍କ ନିକଟରେ ଚିନି ଓ ଦୁଗ୍ଧ ଅର୍ପଣ କରନ୍ତୁ l ଏହାଦ୍ୱାରା ସନ୍ତାନ ମାନଙ୍କ ଜ୍ଞାନ ରେ ବୃଦ୍ଧି ହୋଇଥାଏ l

– ଶ୍ରାବଣ ର ଶେଷ ସୋମବାର ଦିନ ମହାଦେବ ଙ୍କ ନିକଟରେ ଜ ଓ ଗଙ୍ଗାଜଲ ଅର୍ପଣ କରନ୍ତୁ l ଏହାଦ୍ୱାରା ସୁଖ ଶାନ୍ତି ର ବୃଦ୍ଧି ହୋଇଥାଏ l

– ଶ୍ରାବଣ ଶେଷ ସୋମବାର ଦିନ ମହାଦେବ ଙ୍କ ରୁଦ୍ରାଭିଷେକ କରାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ l

– ଆର୍ଥିକ ଅନାଟନ ରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ ମହାଦେବ ଙ୍କ ନିକଟରେ ଶିବ ଅମୃତବାଣୀ ପାଠ କରନ୍ତୁ l ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ଧନ ର ବୃଦ୍ଧି ହେବ l

Nalco

Leave A Reply