ବାରଙ୍ଗ : ଶନିବାର ବଡିଭୋର ସମୟରେ ଗୋଚାଳଣ ହେଉଥିବାବେଳେ ନରାଜଗ୍ରାମବାସୀମାନଙ୍କ ହାତରେ ଧରାପଡିଛି ଗୋରୁବୋଝେଇ ପିକଅପଭ୍ୟାନ ।କୈାଶଳକ୍ରମେ ଗୋଚାଲଣକାରୀ ଖସି ପଳାଇଯାଇଥିବାବେଳେ ଗାଡିରେ ଥିବା ୮ଟିଗୋରୁମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଏହିଘଟଣା ଶନିବାର ବଢିଭୋର ସମୟରେ ଗୋଡିସାହିଫାଣ୍ଡି ଅଧିନସ୍ଥ ନରାଜ ବଙ୍ଗଳାଛକ ନିକଟରେ ଦେଖିବାକୁ ମିଳିଛି । ଓଆର୦୯ଜେ୮୬୨୭ ନଂ ପିକଅପ ଭ୍ୟାନରେ ଗୋରୁ ବୋଝେଇ କରି ଆସୁଥିବାବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ।ଏହାପରେ ସଙ୍ଗବଦ୍ଧ ହୋଇ ଯୁବକମାନେ ପିକଅପଭ୍ୟାନକୁ ରୋକିବା କ୍ଷଣି ଗାଡିଚାଳକ ସହ ଅନ୍ୟଜଣେ କୈାଶଳକ୍ରମେ ଖସିପଳାଇଯାଇଥିଲେ ।ଗ୍ରାମର ଯୁବକମାନେ ପିକଅପଭ୍ୟାନରେ ଥିବା ୮ଟି ଗୋରୁୁକୁ ଖୋଲିଦେଇଥିବାବେଳେ ସେଥିମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଥିଲା ।ଗ୍ରାମବାସୀମାନଙ୍କଠାରୁ ଖବରପାଇ ଗୋଡିସାହିଫାଣ୍ଡିପୋଲିସ ଘଟଣାସ୍ଥଳରେ ପହଁଚି ଗାଡିଟିକୁ ଜବତ କରିବା ସହ ୩୧୩/୨୩ ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ପୋଲିସମୃତ ଗାଇକୁ ଜବତ କରିବା ସହ ପ୍ରାଣୀଧନ ଚିକିତ୍ସାକ ଶୁଭଲଖିମିସାହୁ, ଶିବପ୍ରସାଦସ୍ବାଇଁ ପହଁଚି ବ୍ୟବଛେଦ କରିଥିଲେ ।