ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା, ଯାଜପୁର ,ଧର୍ମଶାଳା ପରେ ଏବେ ଜେନାପୁର ଥାନା ଅଞ୍ଚଳରେ ମନ୍ଦିର ଚୋର ମାତିଛନ୍ତି!ମଙ୍ଗଳବାର ରାତିରେ ଯାଜପୁର ଜିଲ୍ଲାର ପ୍ରଶିଦ୍ଧ ତଥା ସର୍ବ ପୁରାତନ ମଧୁପୁରଗଡ ଜଗନ୍ନାଥ ମନ୍ଦିର ସମେତ ସେଠାର ମଙ୍ଗଳା ମନ୍ଦିର ଓ ରଘୁନାଥଜୀଉ ମନ୍ଦିରରେ ଚୋର କଳାକନା ବୁଲାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର,ହୁଣ୍ଡିବାକ୍ସ ଓ ଆସବାବପତ୍ର ଲୁଟି ନେଇଛନ୍ତି! ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗୁଆଳି ବିହୀନ ମନ୍ଦିର ଗୁଡିକୁ ଟାର୍ଗେଟ କରି ଚୋରମାନେ କ୍ରମାଗତ ଭାବେ ଲକ୍ଷ ଲକ୍ଷ ଟଙ୍କାର ଦୂର୍ଲଭ ମୂର୍ତ୍ତି ଓ ଆସବାବପତ୍ର ସହ ଠାକୁର ଠାକୁରାଣୀଙ୍କ ଅଳଙ୍କାର ଲୁଟି ଚାଲିଛନ୍ତି! ବାରମ୍ବାର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏପରି ଚୋରି ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ପୋଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ! ଯାହା ମନ୍ଦିର ଚୋରଙ୍କୁ ଉତ୍ସାହିତ କରିବା ପରି ପରିସ୍ଥିତି ସୃଷ୍ଟି କରିଛି! ମଙ୍ଗଳବାର ରାତିରେ ମଧୁପୁରଗଡ ଜଗନ୍ନାଥ ମନ୍ଦିରରେ ପୂଜକ ନିତିଶେଷ କରି ତାଲା ପକାଇ ଘରକୁ ଯାଇଥିଲେ!ତେବେ ସକାଳୁ ମନ୍ଦିରର ମୁଖ୍ୟ ଫାଟକର ଚାବି ଭାଙ୍ଗିଥିବା ଦେଖାଯାଇଥିଲା! ଏଥିନେଇ ରାଣି ଓ ପୋଲିସକୁ ଖବର ଦିଆଯିବାପରେ ଜେନାପୁର ଥାନାର ଚଡେଇଧରାର ଚେକପୋଷ୍ଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ!ଜଗନ୍ନାଥ ମନ୍ଦିରରେ ତଦନ୍ତ ଚାଲିଥିଲା ବେଳେ ପାଖ ମଙ୍ଗଳା ମନ୍ଦିର ଓ ରଘୁନାଥଜୀଉ ମନ୍ଦିରରରୁ ତାଲାଭାଙ୍ଗି ଲୁଟହୋଇଥିବା ଜଣାପଡିଥିଲା! ମଙ୍ଗଳା ମନ୍ଦିରରୁ ମା’ଙ୍କ ସମସ୍ତ ଅଳଙ୍କାର ଓ ରଘୁନାଥ ମନ୍ଦିରରୁ ଅଳଙ୍କାର ସହ ସମସ୍ତ ଆସବାବପତ୍ର ଲୁଟହୋଇଥିବା ଦେଖାଯାଇଥିଲା! ଏହି ଲୁଟର ପରିମାଣ ଲକ୍ଷାଧିକ ଟଙ୍କା ହେବବୋଲି ଜଣାପଡିଛି! ଏଥିନେଇ ରାଣି ଅପର୍ଣ୍ଣାଧିର ସିଂ ପୋଲିସରେ ଲିଖିତ ଏତଲା ଦେଇଛନ୍ତି! ତେବେ ଗୋଟିଏ ରାତିରେ ମଧୁପୁରଗଡର ଏହି ପ୍ରଶିଦ୍ଧ ତିନୋଟି ମନ୍ଦିରରୁ ଚୋରିହେବା ଘଟଣା ଶ୍ରଦ୍ଧାଳୁ ମାନଙ୍କୁ ଭିଷଣ କଷ୍ଟଦେବା ସହ ସାଧାରଣରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି!ଏଥି ପୂର୍ବରୁ ଧର୍ମଶାଳା ଥାନାର ଶିଦ୍ଧ ବଳଦେବଜୀଉ ମନ୍ଦିର, ବଡଚଣା ଥାନାର ଦର୍ପଣ କୋଟ୍ରାକ୍ଷୀ ମନ୍ଦିର,ଧନଘରଖୋଲ ଜଗନ୍ନାଥ ମନ୍ଦିର ସମେତ ସେହି ଥାନାର ଦେଉଳକୁର ଠାରେଥିବା ପାଞ୍ଚଟି ମନ୍ଦିରରୁ ଏକସଙ୍ଗେ ଚୋରି ହୋଇଥିଲା! ହେଲେ ଅଦ୍ୟାବଧି କୌଣସି ଗୋଟିଏ ଚୋରି ଘଟଣାର ପର୍ଦାଫାସ କରିବାରେ ପୋଲିସ ସମର୍ଥ ହୋଇନାହିଁ!