Odisha news

ଆଜି ଲାଣ୍ଡିଙ୍ଗ କରିବ ଚନ୍ଦ୍ରଜାନ -୩ , ଭାରତ ପାଇଁ ଗୌରବର ସମୟ , ଆସନ୍ତୁ ଜାଣିବା ପୃଥିବୀ ଓ ଚନ୍ଦ୍ର ଙ୍କ ମଧ୍ୟରେ କଣ ରହିଛି ସମ୍ପର୍କ ?

0
ଆଜି ଚନ୍ଦ୍ରଜାନ ୩ ଚନ୍ଦ୍ର ପୃଷ୍ଠରେ ସନ୍ଧ୍ୟା ୫ ଟା ୪୫ ମିନିଟ ରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଓ ସନ୍ଧ୍ୟା ୬ଟା ୪ ମିନିଟ ସୁଦ୍ଧା ସଫ୍ଟ ଲାଣ୍ଡିଙ୍ଗ ର ସମ୍ଭାବନା ରହିଛି l ଏହି ସୂଚନା ଇସ୍ରୋର ବୈଜ୍ଞାନିକ ମାନେ ଦେଇଛନ୍ତି l ଯାହାକୁ ବିଶ୍ୱର ସମସ୍ତ ଦେଶ ଅପେକ୍ଷା କରିଛନ୍ତି l ଏହି ଲାଣ୍ଡିଙ୍ଗ ପ୍ରକ୍ରିୟାକୁ ଇସ୍ରୋର ୱେବସାଇଟ isro.gov.in ରେ , କିମ୍ବା ୟୁଟ୍ୟୁବ – youtube.com/watch?v=DLA_64yz8Ss , Facebook ରେ -facebookhttps://facebook.com/ISRO କିମ୍ବା DD ନେସନାଲ ରେ ଦେଖି ପାରିବେ l
କିଭଳି ହେଲା ଚନ୍ଦ୍ରଙ୍କ ଉତ୍ପତି ?
୪୫୦ କୋଟି ବର୍ଷ ପୂର୍ବରୁ ପୃଥିବୀ ସହିତ ଗୋଟିଏ ବଡ ଗ୍ରହ ଧକା ହୋଇଥିଲା ସେଥିରୁ ଚନ୍ଦ୍ରମାଙ୍କ ଉତ୍ପତି ହୋଇଥିଲା l ବୈଜ୍ଞନିକ ଙ୍କ ମତ ଅନୁସାରେ ସେତେବେଳେ ‘ଥୈୟା’ ନାମକ ଗ୍ରହ ବା ଉଲକାପିଣ୍ଡ ସହିତ ପୃଥିବୀର ଧକା ହୋଇଥିଲା l ପୃଥିବୀର ପରିକ୍ରମା କରିବା ପାଇଁ ଚନ୍ଦ୍ରମା ଙ୍କୁ ୨୭ ଦିନ ୬ ଘଣ୍ଟା ସମୟ ଲାଗିଥାଏ ଓ ଏହାକୁ ସିଂକ୍ରୋନସ ମୋଶନ କୁହାଯାଇ ଥାଏ l ଯେପରି ପୃଥିବୀ ରେ ଦିନ ରାତି ମିଶି ୨୪ ଘଣ୍ଟା ହୋଇଥାଏ ସେହିଭଳି ଚନ୍ଦ୍ର ପୃଷ୍ଠାରେ ୧୪ଦିନ ଦିନ ହୋଇଥାଏ ଓ ୧୪ଦିନ ରାତି ହୋଇଥାଏ l
କିପରି ଚନ୍ଦ୍ରର ଆକାର ?
ପୃଥିବୀ ପୃଷ୍ଠାରୁ ଚନ୍ଦ୍ର ଙ୍କ ଗୋଲାକାର ଦେଖା ଯାଇଥାଏ, କିନ୍ତୁ ଗବେଷଣା ଅନୁସାରେ ଏହା ସମ୍ପୂର୍ଣ ଗୋଲକର ନୁହେଁ ଅଣ୍ଡା ଆକୃତିର ବୋଲି ବୈଜ୍ଞାନିକ ମତ ଦେଇଛନ୍ତି l ପୃଥିବୀ ପୃଷ୍ଠରୁ ଚନ୍ଦ୍ରର କେବଳ ୫୯ % ପ୍ରତିଶତ ନଜର ଆସିଥାଏ , କାହିଁକିନା ଏତିକି ଭାଗରେ ସୂର୍ଯ୍ୟ ଙ୍କ କିରଣ ଚନ୍ଦ୍ରମା ଉପରେ ପଡିଥାଏ l କିନ୍ତୁ ଚନ୍ଦ୍ର ପୃଷ୍ଠର କୌଣସି ଭାଗ ପୃଥିବୀ ପୃଷ୍ଠରୁ ନଜର ଆସିନଥାଏ l ପୃଥିବୀ ପୃଷ୍ଠାରୁ ଚନ୍ଦ୍ରଙ୍କ ଦୂରତା ୩ଲକ୍ଷ ୮୪ ହଜାର ୪୦୦ କିଲୋମିଟର ଅଟେ l ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପୃଷ୍ଠ ରେ ପହଂଚିବା ପାଇଁ ୪୫ ଦିନରୁ ୫୦ ଦିନ ସମୟ ଲାଗିଥାଏ l
Nalco

Leave A Reply