Odisha news

୨ ଧର୍ମର ସୁନ୍ଦର ମିଳନ : ଯାହାକି ଆଜିର ଯୁଗରେ ଗୋଟିଏ ଜ୍ୱଳନ୍ତ ଉଦାହରଣ 

0
ସବୁବେଳେ ଭାରତର ଉତ୍ତରପ୍ରଦେଶ ରାଜ୍ୟ ଚର୍ଚ୍ଚାରେ l କେତେବେଳେ ରାଜନୀତି କୁ ନେଇ ତ ଆଉ କେତେବେଳେ ରାମ ମନ୍ଦିର କୁ ନେଇ , ଆଉ କେତେବେଳେ ଜୋର ଚର୍ଚ୍ଚା ଧରେ ଅଣ୍ଡର ୱାର୍ଲଡ ଡ଼ନ ଙ୍କୁ ନେଇ ତ ପୁଣି ଆଉ କେତେବେଳେ ହିନ୍ଦୁ ମୁସଲମାନ ଙ୍କ ଅସନ୍ତୋଷ କୁ ନେଇ l
ବ୍ୟସ୍ତ ହୁଅନ୍ତୁ ନାହିଁ , ସେହିଭଳି କିଛି ଘଟଣା ଘଟି ନାହିଁ l ଏଠାରେ ଘଟିଛି ହିନ୍ଦୁ ମୁସଲମାନ ଙ୍କ ମିଳିତ ସଂଯୋଗ ର ସୁନ୍ଦର ଦୃଶ୍ୟ l ଏଭଳି ଦୁଇ ମୁସଲମାନ ଭାଇ ଅଛନ୍ତି ଯିଏ କି ସୁନ୍ଦରାକାଣ୍ଡ ପାଠ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି l ଏହି ଦୁଇ ଭାଇ ଅନେକ ବର୍ଷରୁ ହିନ୍ଦୁ ଭାଇ ମାନଙ୍କ ସହିତ ମିଶି ସୁନ୍ଦରାକାଣ୍ଡ ପାଠ କରୁଛନ୍ତି l
ମହମଦ ଜହିର ଓ ସୁଲେମାନ ନାମକ ଏହି ୨ ମୁସଲମାନ ଯୁବକ ଙ୍କ ପାଇଁ ହିନ୍ଦୁ ମୁସଲିମ୍ ଙ୍କ ମଧ୍ୟରେ ” ନା କୌଣସି ଜାତି ଧର୍ମ ରେ ଭେଦଭାବ , ନା କୌଣସି ଧର୍ମର କୁ ନେଇ ଅସନ୍ତୋଷ l ଦୁହିଁଙ୍କ ମଧ୍ୟରେ ହିନ୍ଦୁ ଙ୍କ ସହିତ ଏଭଳି ମନର ଭାବନା ଜଡିତ ଦୁହେଁ ଲଗାତାର ଅନେକ ବର୍ଷରୁ ହିନ୍ଦୁ ସମାଜ ସହିତ ସୁନ୍ଦରାକାଣ୍ଡ ପାଠ କରୁଛନ୍ତି l
ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଏକତା ଓ ଈଶ୍ୱର ଏକ ବୋଲି ଧାରଣା ରଖୁଥିବା ଏହି ୨ ମୁସଲମାନ ବ୍ୟକ୍ତି ସାମ୍ପ୍ରଦାୟକ ସୌହାର୍ଦ୍ୟ ର ପ୍ରତୀକ ଅଟନ୍ତି l
କୁଳପହାଡ଼େ ତହସିଲ ର ସୁଗିସ ଗ୍ରାମ ସହିତ ଜିଲ୍ଲାର ଯେ କୌଣସି ସ୍ଥାନରେ ସୁନ୍ଦରାକାଣ୍ଡ ହୋଇଥାଏ ଏହି ୨ ମୁସଲମାନ ଭାଇ ଙ୍କୁ ଡକା ଯାଇଥାଏ l ଏହି କିଛିଦିନ ତଳେ ଗାଁ ର ଅମିତ ଦ୍ବିବେଦି ଙ୍କ ଘରେ ସୁନ୍ଦରାକାଣ୍ଡ ପାଠ ହୋଇଥିଲା l ଯେଉଁଥିରେ ଏହି ୨ ମୁସ୍ଲିମ ଯୁବକ ଙ୍କୁ ସୁନ୍ଦରାକାଣ୍ଡ ପାଠ କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l
ହିନ୍ଦୁ ମୁସଲମାନ ଙ୍କ ଏକତା ଓ ଈଶ୍ୱର ଏକ ବୋଲି ଧାରଣା ରଖୁଥିବା ଏହି ଦୁଇ ମୁସ୍ଲିମ ଭାଇ ସମ୍ପ୍ରଦାୟିକ ର ସୌହାର୍ଦ୍ୟ ର ଜ୍ୱଳନ୍ତ ପ୍ରମାଣ ଅଟନ୍ତି ଓ ସେହି ଲୋକଙ୍କ ମୁହଁ କୁ ଶକ୍ତ ଚାପୁଡ଼ା ଅଟେ, ଯେଉଁମାନେ କି ଧର୍ମ କୁ ନେଇ ମାନବିକତା କୁ ଖଣ୍ଡ ବିଖଣ୍ଡିତ କରି ଦେଉଛନ୍ତି l
ସୁନ୍ଦରାକାଣ୍ଡ ପାଠ କରୁଥିବା ସୁଲେମାନ ଙ୍କ ପିତା ବସିର ଚାଚା , ଯିଏ କି ନିଜେ ‘ବାଣାଶୁର ‘ ଙ୍କ ଅଭିନୟ ପୌରାଣିକ ନାଟକ ରେ କରୁଥିଲେ l ସେ ମୃତ୍ୟୁ ପୂର୍ବରୁ ନିଜ ପୁଅ ମାନଙ୍କୁ କହିଥିଲେ ଯେ ” ମୋର ମୃତ୍ୟୁ ପରେ ଚାଳିଶା ମୋ ପାଇଁ ପାଠ କରିବ ଓ ୧୩ ଦିନରେ ସଂକୀର୍ତନ ମଧ୍ୟ କରିବ ” l
ଉଭୟ ମହମଦ ଯହିର ଓ ସୁଲେମାନ ଦୀର୍ଘ ୧୬ ବର୍ଷରୁ ସୁନ୍ଦରାକାଣ୍ଡ ପାଠ କରୁଛନ୍ତି l ଉଭୟ କହିଛନ୍ତି ଯେ ଗାଁ ରେ ଯେ କୌଣସି ପର୍ବ ପର୍ବାଣୀ ହୋଇଥାଏ ଉଭୟ ଧର୍ମ ର ଲୋକେ ମିଳିତ ଭାବରେ ପାଳନ କରନ୍ତି l
Nalco

Leave A Reply