Odisha news

ଚଳିତ ଥର ରକ୍ଷାବନ୍ଧନ ରେ ୨୦୦ ବର୍ଷ ପରେ ଘଟୁଛି ଶୁଭ ସଂଯୋଗ, ଏହି ୩ଟି ରାଶିର ବ୍ୟକ୍ତିଙ୍କର ଦୂର ହେବ ଆର୍ଥିକ ସମସ୍ୟା

0
ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀ ଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ର ବନ୍ଧନ l l ଚଳିତ ବର୍ଷ ଯୋଡ଼ା ଶ୍ରବଣ ଯୋଗୁଁ ରକ୍ଷାବନ୍ଧନ ୩୦ ଓ ୩୧ ଅଗଷ୍ଟ ୨ଦିନ ପାଇଁ ପାଳିତ ହେବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଚଳିତ ବର୍ଷ ରକ୍ଷା ବନ୍ଧନ ରେ ଅନେକ ବର୍ଷ ପରେ କିଛି ବଡ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି l ରକ୍ଷାବନ୍ଧନ ରେ ଦୀର୍ଘ ବର୍ଷ ପରେ ରବି ଯୋଗ ସହିତ ଶତଭିଷା ନକ୍ଷତ୍ର ଓ ବୁଦ୍ଧାଦିତ୍ୟ ଯୋଗ ର ସଂଯୋଗ ଘଟିବାକୁ ଯାଉଛି l ଯାହାକି କିଣାବିକା ଓ ବ୍ୟବସାୟ ପାଇଁ ଖୁବ ଶୁଭ ଅଟେ l
– ଅନ୍ୟପକ୍ଷରେ ରାକ୍ଷୀ ପୁର୍ନମି ରେ ଗୁରୁ-ଶନି ବକ୍ରୀ ହୋଇ ନିଜ ରାଶିରେ ରହିବେ l ଜ୍ୟୋତିଷଶାସ୍ତ୍ର ଅନୁସାରେ ନିଜ ରାଶିରେ ବକ୍ରୀ ଶନି-ଗୁରୁ ତିନିଟି ଶୁଭ ସଂଯୋଗ ୨୦୦ ବର୍ଷ ପରେ ଘଟୁଛି l ତେଣୁ ବିଶେଷ ଭାବରେ ୩ଟି ରାଶି ବେସ ଲାଭାନ୍ବିତ ହେବେ l
– ମିଥୁନ ରାଶି – ରକ୍ଷା ବନ୍ଧନ ରେ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଏହି ଦିନଠାରୁ ମିଥୁନ ରାଶିର ବ୍ୟକ୍ତିଙ୍କର ଖୁବ ଶୁଭ ଯୋଗ ଆରମ୍ଭ ହୋଇପାରେ l ଧନରେ ବୃଦ୍ଧି କାରଣରୁ ଧନ ସଂଚୟ କରି ପାରିବେ l ଅଚାନକ ଭାବରେ ଧନ ଲାଭ ହେବାର ସମ୍ଭାବନା ରହିଛି ନଚେତ ପୈତୃକ ସମ୍ପତି ଲାଭ ମଧ୍ୟ ହୋଇପାରେ l
– ସିଂହ ରାଶି – ରକ୍ଷାବନ୍ଧନ ଦିନଠାରୁ ସିଂହ ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହେବ l ଏହି ଦିନଠାରୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l ବ୍ୟବସାୟ ରେ ଉନ୍ନତିର ସମ୍ଭାବନା ରହିଛି l ଯଦି ଶିକ୍ଷାଲାଭ କରୁଛନ୍ତି ତେବେ କ୍ୟାରିଅର ରେ ଉନ୍ନତି ହେବ ଓ ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହୋଇପାରେ l
– ଧନୁ ରାଶି – ରକ୍ଷାବନ୍ଧନ ରେ ଶୁଭସଂଯୋଗ ଘଟୁଥିବା କାରଣରୁ ଧନୁ ରାଶିର ବ୍ୟକ୍ତି ଭାଗ୍ୟଶାଲୀ ହୋଇ ପାରନ୍ତି l ଯେଉଁମାନେ ଚାକିରୀ ପାଇଁ ଆଶାୟୀ ହୋଇ ରହିଛନ୍ତି ସେମାନଙ୍କ ସମସ୍ୟା ଦୂର ହେବ ଏବଂ ଯେଉଁମାନଙ୍କ ର ବ୍ୟବସାୟ ରହିଛି ସେମାନେ ମଧ୍ୟ ଏହିଦିନ ଠାରୁ ଲାଭାନ୍ବିତ ହେବେ l
Nalco

Leave A Reply