Odisha news

ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ କଣ ? ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ ଦ୍ୱାରା କଣ ସବୁ କ୍ଷତି ହୋଇଥାଏ

0
ଭାରତରେ ନିକଟରେ ଗୋଟିଏ ଅଧ୍ୟୟନ ହୋଇଥିଲା ଟ୍ରାଫିକ ସମସ୍ୟା କୁ ନେଇ l ଯେଉଁଥିରେ ବିଶେଷ ଭାବରେ ଦେଖିବାକୁ ମିଳିଥିଲା ପ୍ରାୟ ସମସ୍ତ ଭାରତୀୟ ଦିନକୁ ୩ରୁ ୬ ଘଣ୍ଟା ଟ୍ରାଫିକ ଶବ୍ଦରେ ବିତାଉଛନ୍ତି l ଏହାଦ୍ୱାରା ତ ସମୟ ନଷ୍ଟ ହେଉଛି ସତ କିନ୍ତୁ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡୁଛି l ଏହାକୁ ଡାକ୍ତରୀ ଭାଷାରେ ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ କୁହାଯାଉଛି, ଏହାର ପ୍ରଭାବ ଶାରୀରିକ ଓ ମାନସିକ ଭାବରେ ମଣିଷ ଉପରେ ପଡୁଛି ବୋଲି ଗବେଷକ ମାନେ କହିଥାଆନ୍ତି l ଆଜି ଆସନ୍ତୁ ଜାଣିବା କଣ ସେହି ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ l

ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ କଣ ?
ଗବେଷକ ଙ୍କ ମତରେ ଟ୍ରାଫିକ ରେ ଅଧିକ ସମୟ ରହିବ ଦ୍ୱାରା ମାନସିକ ଭାବରେ ଓ ଶାରୀରିକ ଭାବରେ ମଣିଷ ଉପରେ ପ୍ରଭାବ ପଡୁଛି l ଏହା ଗୋଟିଏ ପ୍ରକାରର ଏନଭରମେଣ୍ଟାଲ ସରସ ସିଣ୍ଡ୍ରୋମ ହୋଇଥାଏ l ଯାହାକି ଟ୍ରାଫିକ କାରଣରୁ ଜୀବନ ର ଗୋଟିଏ ଅଂଶ ହୋଇଯାଏ l ଗବେଷଣା କହୁଛି ଯେ ଟ୍ରାଫିକ ର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଏବଂ ଅନ୍ୟାନ୍ୟ କାରଣରୁ ଏହି ସମସ୍ୟା ଦେଖା ଯାଇଥାଏ l
ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ ର ଲକ୍ଷଣ –
ଏହା ଗୋଟିଏ ଏଭଳି ସିଣ୍ଡ୍ରୋମ, ଯାହାକି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l ଏହି କାରଣରୁ ମୁଣ୍ଡବିନ୍ଧା, ଚିନ୍ତା, ଡିପ୍ରେସନ, ସେହିଇଟା ହାର୍ଟ ବିଟ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ l ଏହାଛଡା ଏକାଗ୍ରତା ହାନି, ଭୁଲିବା ସମସ୍ୟା ଦେଖାଯିବା, ନିଷ୍ପତି ନେବାର କ୍ଷମତା କୁ ମଧ୍ୟ ପ୍ରଭାବିତ କରିଥାଏ l ଦୀର୍ଘ ସମୟ ଟ୍ରାଫିକ ରେ ରହିବା ଦ୍ୱାରା ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଓ ହାର୍ଟ ସମସ୍ୟା ବଢ଼ିବାରେ ଲାଗିଛି l
ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ ଦ୍ୱାରା ହେଉଥିବା କ୍ଷତି –
– ଷ୍ଟ୍ରେସ ହର୍ମୋନ ଲେବୁଲ ଖୁବ ଅଧିକ ବଢିଯାଏ l
– ନିଦ୍ରା ହୀନତା ଦେଖାଯାଏ l
– ଶରୀର ଶକ୍ତି ହୀନ ହୋଇଯାଏ l
– ଏକାଗ୍ରତା ହାନୀ ହୋଇଥାଏ l
* କିଭଳି ରକ୍ଷା ପାଇବା ଟ୍ରାଫିକ ଷ୍ଟ୍ରେସ ସିଣ୍ଡ୍ରୋମ ରୁ –
– ଟ୍ରାଫିକ ସମସ୍ୟା ଠାରୁ ଦୁରେଇ ରୁହନ୍ତୁ l
– ପ୍ରଦୂଷଣ ନିକଟରୁ ନିଜକୁ ରକ୍ଷା କରିବା ପାଇଁ ନାକ ଓ ପାଟିକୁ କଭର କରନ୍ତୁ l
– ଯେତେ ଅଧିକ ଯୋଗାସନ କରି ଶ୍ୱାସ କ୍ରିୟା କୁ ଠିକ ରଖନ୍ତୁ l
– ମାନସିକ ଚାପ ଠାରୁ ଦୁରେଇ ରହିବ ପାଇଁ ମେଡ଼ିଟେସନ ର ସାହାଯ୍ୟ ନିଅନ୍ତୁ l
Nalco

Leave A Reply