Odisha news

ବିଶ୍ଵ ତାପାୟନର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକତା ରହିଛି,- ଶ୍ରୀଯୁକ୍ତ ଢ଼ାଲି।

0
ବାଲିପାଟଣା ୨୧/୦୮: ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲି ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକର ଦୁଇ ବିଦ୍ୟାଳୟ ପରିଦର୍ଶନ କରିବା ସହ ବୃକ୍ଷ ରୋପଣ କରି କହିଥିଲେ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ତାପାୟନର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି। ଏହି ବର୍ଷା ଋତୁରେ ପ୍ରତି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣକୁ ବଧ୍ୟତା ମୂଳକ କରାଯିବ।ଜୟଦେବ ବିଧାୟକ ଡଃ ଢାଲୀ ପ୍ରଥମେ  ଭାକର ସାହି ସ୍ଥିତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କର ସଧାରଣ ଜ୍ଞାନର ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କର ନିଷ୍ଟାପର ଶିକ୍ଷାଦାନ ପାଇଁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ବିଦ୍ୟାଳୟ ପକ୍ଷରୁ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ଲେଙ୍କା ବିଦ୍ୟାଳୟ ପରିସରରେ ଥିବା ୫ ଟି ଯୋଜନାର କାମ ଦେଖାଇ ଥିଲେ।ସେହି ପରି ନିକଟରେ ଥିବା ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ, ସେଠାରେ ଅନୁରୂପ ପିଲାମାନଙ୍କୁ ସାଧାରଣ ଜ୍ଞାନ ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ, ବୃକ୍ଷ ରୋପଣ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଣ୍ଣବ କୁମାର ବେଉରା ବିଧାୟକଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ଦଳିତ ଉନ୍ନୟନର ସଭାପତି କୈଳାଶ ଚନ୍ଦ୍ର ସେଠୀ, ଲକ୍ଷ୍ମଣ କୁମାର ଭୋଇ, ପ୍ରମୁଖ ଯୋଗ ଦେଇଥିଲେ ।
Nalco

Leave A Reply