Odisha news

ଓଡ଼ିଶା ସିନେ ୱାର୍କସ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ ହେଲେ ସଂଜୟ

0
ଢ଼େଙ୍କିକୋଟ ତା ୨୨. ୮. ୨୩ : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନିକଟବର୍ତ୍ତି ବୁଲନ ଭାଇଙ୍କ ସଭାଗୃହ ଠାରେ ଓଡ଼ିଶା ସିନେ ୱାର୍କସ ଆସୋସିଏସନ ତରଫରୁ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଦନାପର୍ବ ଅନୁଷ୍ଟିତ ହେଇଯାଇଛି l ନୂତନ ସଭାପତି ଭାବେ ଅଶ୍ରୁମୋଚନ ମହାନ୍ତି କଂ ପରିବର୍ତେ ଭେଟେରାନ୍ ଅଭିନେତା ବବି ମିଶ୍ର କୁଂ ଦାଇତ୍ୱ ଅର୍ପଣ କରାଯାଇଛି l ସମ୍ମାନୀତ ଅତିଥିଭାବେ ପ୍ରଯୋଜକ ସଚିକାନ୍ତ  ଜେନା,ବିନି ପଟ୍ଟନାୟକ,ଶ୍ରୀଧର  ମାର୍ଥl, ପ୍ରଣୟ ଯେଠି ପ୍ରମୁଖ ଯୋଗଦାନ କରିଥିଲେ l ସଂଘ ର ସମ୍ପାଦକ ପୁର୍ଣ୍ଣଚଂଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ନୂତନ ସଭାପତି ଓ ଅନ୍ୟାନ୍ୟ ମଞ୍ଚାସିନ ଅତିଥି ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରଥମେ ପ୍ରଭୁ ଜଗନ୍ନାଥ କଂ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା l ପରେ ପରେ କାର୍ଯ୍ୟକ୍ରମ ଯଥାବିଧି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା l ଓଡ଼ିଶା ସିନେ ୱାର୍କସ ଆସୋସିଏସନ ର ସଦସ୍ୟ ଯିଏକି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢ଼େଙ୍କିକୋଟ ର ସଂଜୟ କୁମାର ସାହୁ କୁଂ ମଂଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ତତ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁନ୍ୟ ଦୁଇଶହ ରୁ ଅଧିକ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ l ସଂଘ ରେ ସଦସ୍ୟ ମାନଂକ ଉର୍ନ୍ନତି ଓ ସାଧାରଣ ଲୋକ ମାନଂକପାଇଁ ସେବା କାର୍ଯ୍ୟ କରିବାକୁ ସମସ୍ତେ କଥା ଦେଇଥିଲେ l
Nalco

Leave A Reply