Odisha news

ଋଷିକୂଲ୍ୟା ନଦୀରୁ ଜଳ ନେଇ ଯାଉଥିବା କାଉଡ଼ିଆ ଙ୍କ ଉପରେ କାର୍ ମାଡ଼ିଯିବା ରେ ଦୁଇ କାଉଡ଼ିଆ ମୃତ; ତେର  ଗୁରୁତର ଆହତ

0

ଆସିକା : ଆସିକା – ବୁଗୁଡ଼ା ସଡ଼କ ପଥ ର ଭେଟନଈ ନିକଟରେ ସ୍ଥାନୀୟ ଋଷିକୂଲ୍ୟା ନଦୀରୁ ଜଳ ନେଇ ଯାଉଥିବା କାଉଡ଼ିଆ ଯାତ୍ରୀ ଦଳ ଉପରେ ପଛ ପଟରୁ ଆସୁଥିବା କାର୍ ମାଡ଼ି ଯିବା ରେ ଦୁଇ କାଉଡ଼ିଆ  ଙ୍କ ମୃତ ହୋଇଥିବା ବେଳେ ତେର କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି।ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ ଜଣେ  ୩୫ ବର୍ଷୀୟା ମହିଳା ଅନିତା ସ୍ବାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମୁକୁନା ବେହେରା(୩୨) ଙ୍କର ବ୍ରହ୍ମପୁର ଏମକେସିଜି ଠାରେ ମୃତ୍ୟୁ ହୋଇଛି।  ମୃତ ଅନିତା ସ୍ବାଇଁଙ୍କ ଝିଅର ଅବସ୍ଥା ସଂକଟାପନ୍ନ ଥବା କୁହାଯାଉଛି। ରବିବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି।ଆସିକା ଋଷିକୂଲ୍ୟା ନଦୀରୁ ପାଣି ନେଇ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର କାଉଡ଼ିଆନେ ଅରଖପୁର ସ୍ଥିତ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ ଭେଟନଈ ନିକଟରେ ଏକ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା।  ସ୍ଥାନୀୟ ଅଞ୍ଚଳର ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପରେ ସେମାନଙ୍କୁ ଆସିକାରୁ ବ୍ରହ୍ମପୁର ପଠା ଯାଇଥିବା ବେଳେ ସେଠାରେ ପୁଣି ମୁକୁନା ବେହେରାଙ୍କ ମୃତ୍ୟୁ ହୋଇଥିଲା।  ମୃତକ ଅନିତା ସ୍ବାଇଁଙ୍କ ୧୮ ବର୍ଷୀୟା ଝିଅ ସୋନିଆ ଜେନା ଓ ଅନ୍ୟ ତିନିଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଛି।  ଅନିତା ସ୍ବାଇଁଙ୍କର ମୃତଦେହ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ହୋଇ ଆଜି ପରିବାର  କୁ ହସ୍ତାନ୍ତର କରାଯାଇଛି।ରବିବାର ବିଳମ୍ବିତ ରାତ୍ର ରେ ସ୍ଥାନୀୟ  କୋଟିନଡ଼ା ଥାନା ଅର୍ନ୍ତଗତ ଭେଟନଈ ର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ଓ ଅରଖପୁର ଗ୍ରାମ ରେ ଆଲୋଡନ ଖେଳାଇ  ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ଆଜି ସକାଳୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆସିକା ଓ ବ୍ରହ୍ମପୁର ବଡ ମେଡିକାଲ ରେ ଆହତ ଙ୍କ ଚିକିତ୍ସା ର ତଦାରଖ କରିଥିଲେ।ଦୁର୍ଘଟଣା ସ୍ଥଳ କୁ କୋଟିନଡ଼ା ଥାନା ଅଧିକାରୀ  ଓ ପୋଲିସ ଯାଇ ତଦନ୍ତ କରୁଥିବା ବେଳେ ମୃତକ ଙ୍କ ସ୍ବାମୀ ସୁଶାନ୍ତ  ଜେନା ଙ୍କ ଅଭିଯୋଗ କୁ ନେଇ କେସ ନଂ ୨୨୮ ରେ ମାମଲା ରୁଜୁ ହୋଇଛି।ଦୁର୍ଘଟଣା ଘଟାଇଥିବା କାର ର ଡ଼୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଥିବା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସା କହିଛନ୍ତି।

Nalco

Leave A Reply