Odisha news

ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ(ବଢେଇ କୂଳ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
ଛତ୍ରପୁର ୧୮/୦୮ : ବିଭିନ୍ନ ଦାବି ନେଇ ସୋମବାର ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ(ବଢେଇ କୂଳ) ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ବଢେଇ କୂଳ କାରିଗର ମାନଙ୍କୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଶ୍ରେଣୀରେ ସାମିଲ କରି ଯୋଜନା ମୁତାବକ ସରକାରୀ ସୁବିଧା ଯୋଗାଇ ଦିଆଯାଇଥିବାରୁ ସେମାନେ ରାଜ୍ୟସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ତଥାପି ପରିଣତ ବୟସରଙ୍କ କୁଶଳୀ କାରିଗର ଭତ୍ତା ବାବଦ ଅର୍ଥ ବୃଦ୍ଧି କରିବା ସହ ସେମାନନଙ୍କୁ ଏକ ପରିଚୟ ପତ୍ର ଦେଇ ସ୍ୱତନ୍ତ୍ର କୁଶଳୀ କାରିଗର ଭତ୍ତା ପାଇବା ଶ୍ରେଣୀରେ ସାମିଲ କରିବା ପାଇଁ ସେମାନେ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ବଢେଇ କୂଳ ମହାରଣା କାରିଗର ମାନଙ୍କୁ ରିହାତି ଦରରେ କାଠ କ୍ରୟ କରିବାର ସରକାରୀ ସୁବିଧା ବ୍ୟବସ୍ଥା ପ୍ରଦାନ କରି ବଢେଇ ମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ଆର୍ଥିକ ସ୍ୱଛଳତା ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜର ସଭାପତି ସନ୍ତୋଷ ମହାରଣା, କାର୍ଯ୍ୟକାରୀ ସଭାପତି ଅଭିରାମ ମହାରଣା, ତେରସ୍ଥାନ ସମ୍ପାଦକ ବିଜୟ ମହାରଣା, ପୂର୍ବଖଣ୍ଡ ସଭାପତି ରମେଶ ମହାରଣା, ଆଠଗଡ ପୋଲସରା ସମ୍ପାଦକ ବିକ୍ରମ ମହାରଣା, ଗ୍ରାମାଂଚଳ ମହୁରୀ ସଭାପତି ସୁରେଶ ଚନ୍ଦ୍ର ମହାରଣା, ପୂର୍ବଖଣ୍ଡ ଯୁଗ୍ମ ସମ୍ପାଦକ ଭଗବାନ ମହାରଣା, ପୂର୍ବଖଣ୍ଡ ସଭ୍ୟ ରଘୁନାଥ ମହାରଣା, ପୂର୍ବତନ ସମ୍ପାଦକ ରବିନ୍ଦ୍ର ମହାରଣା, ତେରସ୍ଥାନ ସଭାପତି ଆଦିକନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
Nalco

Leave A Reply