Odisha news

ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ : ଉଦ୍ଧାର କଲେ ସୁରକ୍ଷା କର୍ମୀ, ମାମଲା ରୁଜୁ

0
ବ୍ରହ୍ମପୁର,୨୧/୮ – ଆଜି ବ୍ରହ୍ମପୁର ଏସ୍‌ପିଙ୍କ ଅଫିସ ଗେଟ୍ ସମ୍ମୁଖରେ ବଡ଼କୁଷସ୍ଥଳିର ପ୍ରଶାନ୍ତ କୁମାର ସେଠୀ ନାମକ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ତାଙ୍କୁ ସୁରକ୍ଷା କର୍ମୀ ମାନେ ଉଦ୍ଧାର କରି ବୈଦ୍ୟନାଥପୁର ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି।ଥାନାରେ ପ୍ରଶାନ୍ତ ଙ୍କୁ ଅଟକ ରଖାଯାଇଛି ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସରବଣା ବିବେକ ଏମ୍. । ପ୍ରଶାନ୍ତ ତାଙ୍କ ବାପା କୋରା ସେଠୀଙ୍କ ହତ୍ୟା ମାମଲା ତଦନ୍ତରେ ବିଭିନ୍ନ ତ୍ରୁଟି ରହିଥିବା ଅଭିଯୋଗ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ୨ଟାରେ ଦେହରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ। ଗେଟ୍‌ରେ ଉପସ୍ଥିତ ସୁରକ୍ଷାକର୍ମୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଏସ୍‌ପି ଡା. ସରବଣା ବିବେକ ଏମ୍ କହିଛନ୍ତି । ତାଙ୍କ ନାମରେ ବର୍ତ୍ତମାନ ୩୦୯ ଦଫା(ଆତ୍ମହତ୍ୟା ଉଦ୍ୟମ)ରେ ମାମଲା ରୁଜୁ ହୋଇଛି। ସେ କାହିଁକି ଏଭଳି କରିଛନ୍ତି ତାହାର ତଦନ୍ତ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ପ୍ରଶାନ୍ତଙ୍କ ବିରୋଧରେ ହତ୍ୟା ସହ ବହୁ ଅପରାଧୀକ ମାମଲା ରହିଥିବା ଏସ୍‌ପି କହିଛନ୍ତି। ଅଭିଯୋଗ କରିବାକୁ ବିଭିନ୍ନ ଫୋରମ୍ ରହିଛି । ଆତ୍ମହତ୍ୟା କରିବା ସମାଧାନ ନୁହେଁ ବୋଲି ସେ କହିଛନ୍ତି ।୨୦୨୧ ମାର୍ଚ୍ଚ ୭ ସନ୍ଧ୍ୟାରେ ସେ ଝାଡ଼ଙ୍ଗୁଲି ଗ୍ରାମରେ ପ୍ରଶାନ୍ତଙ୍କ ବାପା କୋରା ସେଠୀକୁ ହତ୍ୟା କରିଥିଲେ । ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ଅନ୍ୟପକ୍ଷରେ ଏହି ମାମଲାରେ ପୁଲିସ ବର୍ତ୍ତମାନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଅନେକ ତ୍ରୁଟି ରହିଛି।
ଯାହାଫଳରେ ଆଜି ସେ ଆତ୍ମହୁତି ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏସ୍‌ପି କହିଛନ୍ତିଯେ ଉକ୍ତ ଘଟଣାର ତଦନ୍ତ ପାଇଁ  ଜଣେ ଡିଏସ୍‌ପିଙ୍କୁ ଦାୟିତ୍ବ ଦିଆଯାଇଛି। ବିଚାରଣା ଆରମ୍ଭ ହୋଇଥିବାରୁ ସଠିକ୍‌ ଫୋରମ୍‌ରେ ଏହି ଅଭିଯୋଗ କରିବାକୁ କାଉନ୍‌ସେଲିଂ କରାଯାଇଥିଲା। ଆଜି ସେ ଗେଟ୍ ପାଖକୁ ଆସି ଆତ୍ମହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ଜରିଆରେ ମଧ୍ୟ କାଉନ୍‌ସେଲିଂ କରାଯିବ ବୋଲି ଏସ୍‌ପି କହିଛନ୍ତି ।
Nalco

Leave A Reply