Odisha news

ଅଗ୍ନିକାଣ୍ଡରେ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଗଲା

0

ଵ୍ରହ୍ମପୁର, ୨୧/୮- ବଡବ୍ଜ଼ାର ଥାନା ଅନ୍ତର୍ଗତ ଖସ୍ପାସାହି ନିକଟରେ ଥିବା ଦେବଦର୍ଶନ ପୂଜା ଭଣ୍ଡାର ନାମକ ଏକ ଗୋଦାମରେ ଆଜି  ଅଗ୍ନିକାଣ୍ଡ ଘଟିଛି। ସେଥିରେ ଥିବା  ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୁଜା ସାମଗ୍ରୀ ପୋଢି ଜଳି ଯାଇଛି। ଖବର ପାଇ ଵ୍ରହ୍ମପୁର ଅଗ୍ନିଶମ ବିଭାଗର ୨୦ ଜଣ ଆଗ୍ନିକ ମାନେ ସେଠାରେ ପହଞ୍ଚିଥିଲେ। ୪ଗୋଟି ଗାଡ଼ି ଓ ଆଗ୍ନିକ ଦୀର୍ଘ ତିନି ଘଣ୍ଟା ଧରି ଆଗ୍ନିକ ମାନେ ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଛନ୍ତି। ଉକ୍ତ ଗୋଦାମ ଭିତରେ ନିଆଁକୁ ଆୟତ୍ତ ପାଇଁ ଯାଇଥିବା ଜଣେ ଷ୍ଟେସନ ଅଫିସର  ପ୍ରଦୀପ କୁମାର ପଟ୍ଟନାୟକ ସେଠାରେ ଅମ୍ଳଜାନ ଅଭାବ ଓ ପ୍ରବଳ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଠାରୁ ତାଙ୍କ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ମାଲିକ କୃଷ୍ଣ ସେନାପତି ଓ ତାଙ୍କ ପୁଅ ସେଠାରେ ପହଞ୍ଚିଥିଲେ।  ବଡବ୍ଜ଼ାର ଛକରେ ସେମାନେ ଏକ ୪ମହଲା ଘରେ ଏହି ପୂଜା ଭଣ୍ଡାର ଗୋଦାମ କରିଛନ୍ତି। ସେଠାରେ ସେମାନେ ପୂଜା ସାମଗ୍ରୀ  ମହଜୁଦ କରି ଦକ୍ଷିଣ ଓଡ଼ିଶାରେ ତାଙ୍କର ବ୍ୟବସାୟ କରୁଥିଲେ।ଆଗକୁ ପାର୍ବଣ ଋତୁ ଥିବା ବେଳେ ଉକ୍ତ ଗୋଦାମରେ ୬୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସମସ୍ତ ପ୍ରକାର ପୂଜା ସାମଗ୍ରୀ ମହଜୁଦ ଥିଲା ବୋଲି ସେ ଖବରଦାତାଙ୍କୁ କହିଛନ୍ତି। ଅନ୍ୟପଟେ ଏଯାବତ ଉକ୍ତ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ନେଇ ଵ୍ରହ୍ମପୁର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଵ୍ରହ୍ମପୁର ସହରରେ ଏହା ଏକ ବଡ ଧରଣର ଅଗ୍ନିକାଣ୍ଡ ବୋଲି ସେ କହିଛନ୍ତି।ସେହିପରି  ଉକ୍ତ ଏକ ମୁହାଁ ବହୁ ମହଲା କୋଠାରେ ପୂଜା ସାମଗ୍ରୀ ବିପୁଳ ପରିମାଣର ମହଜୁଦ ଥିବା ବେଳେ ସେଠାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଆଦୌ ନଥିଲା ବୋଲି ସେ କହିଛନ୍ତି।  ସେହିପରି ଉକ୍ତ ଗୋଦାମରେ କିଏ ନିଆଁ ଲଗାଇଛି ନା ଅନ୍ୟ କୌଣସି କାରଣରୁ ସେଠାରେ ଅଗ୍ନିକାଣ୍ଡ ଘଟିଛି ତାହାର ମଧ୍ୟ  ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Nalco

Leave A Reply