Odisha news

ଅସାଧୁ ବ୍ୟକ୍ତିଙ୍କ ଚଞ୍ଚକତା ଯୋଗୁଁ ପ୍ରକୃତ ହିତାଧିକାରୀ ପ୍ରଧାମନ୍ତ୍ରୀ ଆବାସ ଯୋଜନା ପାଇ ମଧ୍ଯ ହଟ ହଟା : ତଦନ୍ତ ଦାବି।

0
ନୂଆପଡା- ୨୧/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡା ବ୍ଲକ କାଦୋମେରୀ ଗ୍ରାମପାୟତ ଅନ୍ତର୍ଗତ ନେଗିପାଲି ଗ୍ରାମ ର ଶତାଧିକ ଗ୍ରାମବସୀ ଏକ ଅଭିଯୋଗ ପତ୍ର ନେଇ ବିଜେପି ନୂଆପଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ନ୍ୟାୟ ପାଇଁ ପହଞ୍ଚିଥିଲେ । ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ  ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଲୟ କୁ ଏକ ଶୋଭାଯାତ୍ରାରେ ପହଞ୍ଚି ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଙ୍କୁ ସାକ୍ଷାତ ଆଲୋଚନା କରି  ଗ୍ରାମବାସୀ ଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉ କି,ନେଗିପାଲି ଗ୍ରାମରେ ୧୦୭ ଜଣ ବ୍ୟକ୍ତି ଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା,ତନ୍ମଧ୍ୟରୁ ପ୍ରାୟ ପଚାଶ ଜଣ ହିତାଧିକାରୀ ବାପ ଅଜା ଦିନରୁ ରହିଆସିଥିବା ସ୍ଥାନରେ ଘର ଭାଙ୍ଗି ନୂତନ ଘର ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ କରିସାରିଛନ୍ତି କିନ୍ତୁ ଦୁର୍ଭାଗ୍ୟ ର କଥା ଗ୍ରାମ ର ଦୁଇ ଜଣ ଖଳ ପ୍ରକୃତି ର ବ୍ୟକ୍ତି ଗ୍ରାମର ଲୋକମାନଙ୍କୁ ଘର ନିର୍ମାଣ ପିଛା ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗ୍ରାମବାସୀ ମନା କରିବାରୁ ଆସି ଜିଲ୍ଲାପାଳ ଙ୍କ ଠାରେ  ସରକାରୀ ଜମିରେ ଘର ତିଆରି ଚାଲିଛି,ତୁରନ୍ତ କାମ ବନ୍ଦ କରାଯାଉ ବୋଲି ଚଞ୍ଚକତା କରି ଘର କାମ ବନ୍ଦ କରିବାକୁ ଅଭିଯୋଗ କରିଥିଲେ।ଉକ୍ତ ଅଭିଯୋଗ ପତ୍ର ରେ ଗ୍ରାମବାସୀଙ୍କ ଅନ୍ୟ ଏକ ଦରଖାସ୍ତ ନାମରେ ଦସ୍ତଖତ ସଂଗ୍ରହ କରି ଉକ୍ତ ଅଭିଯୋଗ ପତ୍ର ରେ ଯୋଡିଥିଲେ। ପୁଣି ଅଭିଯୋଗ ପତ୍ର ରେ ମୃତ ବ୍ୟକ୍ତି ଙ୍କ ମଧ୍ୟ ମିଥ୍ୟା ଦସ୍ତଖତ କରାଇଛନ୍ତି ବୋଲି ଗୁରୁତର ଅଭିଯୋଗ ହୋଇଛି। ଏଥିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଶତାଧିକ ସଂଖ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳରେ ରେ ଏକତ୍ରିତ ହୋଇ ଏକ ଶୋଭଯାତ୍ରାରେ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ବାହାରି ତାଙ୍କ ଦୁଃଖ ପ୍ରଶାସନ ସମ୍ମୁଖରେ ଗୁହାରୀ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାର ଉପଯୁକ୍ତ ତଦନ୍ତ ହେବ,ଗରିବ ଲୋକଙ୍କୁ ନ୍ୟାୟ ମିଳିବ ଓ ଅଭିଯୋଗକାରୀ ବ୍ୟକ୍ତି ଙ୍କ ଅଭିଯୋଗ ମିଥ୍ୟା ଓ ଚଞ୍ଚକତାପୂର୍ଣ୍ଣ ଜଣା ପଡିଲେ ତାଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ଅଭିଯୋଗ ପ୍ରକୋଷ୍ଠ ରୁ ଫେରିଲା ପରେ ଜିଲ୍ଲାପାଳ ଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ କୁ ଅବଗତ କରେଇବି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।ଗ୍ରାମବାସୀ ଙ୍କୁ ଏହି ଦାବିପତ୍ର ପ୍ରଦାନ ଓ ସାକ୍ଷାତ ଆଲୋଚନାରେ ଅଭିନନ୍ଦନ ପଣ୍ଡା,ସଦାନନ୍ଦ ଯୋଶୀ, ଦୃଷ୍ଟି ମାଝୀ, ଚତୁର୍ଭୁଜ ଶର୍ମା ପ୍ରମୁଖ ବିଜେପି ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
Nalco

Leave A Reply