Odisha news

ଗବେଷକ ଙ୍କ ମତ : ଚାଲି ଚାଲି ଫୋନ ରେ କଥା ହେଉଛନ୍ତି କି ? ଏହି ଅଭ୍ୟାସ  ଜୀବନ ପ୍ରତି ହୋଇପାରେ ପ୍ରାଣ ଘାତକ 

0
ଅଧିକାଂଶ ଲୋକ ଙ୍କର ଚାଲି ଚାଲି ମୋବାଇଲ ରେ ଗପିବାର ଅଭ୍ୟାସ ରହିଛି l ଆମେ ପ୍ରାୟ ସମସ୍ତେ ଏଭଳି କରିଥାଉ l କଣ ଆପଣ ଜାଣିଛନ୍ତି ଚାଲି ଚାଲି ମୋବାଇଲ ରେ ଗପିବା ଦ୍ୱାରା କ୍ୟାନ୍ସର ଭଳି ଘାତକ ରୋଗ ର ଶିକାର ହୋଇ ପାରନ୍ତି l ଆଜ୍ଞା ହଁ ଆପଣ ଠିକ ଶୁଣୁଛନ୍ତି , ନିକଟରେ ବୈଜ୍ଞାନିକ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଚାଲି ଚାଲି ଫୋନ ରେ କଥା ହେବା ଦ୍ୱାରା କ୍ୟାନ୍ସର ଭଳି ଘାତକ ରୋଗର ସମ୍ଭାବନା ଅଧିକ ବଢି ଯାଇଥାଏ l ଯେତେବେଳେ ମଧ୍ୟ ଆପଣ ଫୋନ ରେ କଥା ହେଉଛନ୍ତି ଗୋଟିଏ ସ୍ଥାନରେ ସ୍ଥିର ହୋଇ କଥା ହେବା ଆବଶ୍ୟକ l

* କାହିଁକି ନା ଚାଲି ଚାଲି ଫୋନ ରେ କଥା ହେବା ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନର ସିଗନାଲ ଭ୍ୟାରୀ କରିଥାଏ l କେତେବେଳେ ସିଗନାଲ ଲାଗି ଥାଏ ତ କେତେବେଳେ ଲାଗି ନଥାଏ l ଯାହାଦ୍ୱାରା ହାଇ ରେଡ଼ିଏସନ ମଧ୍ୟ ବାହାରି ଥାଏ l ଯାହାକି ଜୀବନ ପ୍ରତି ପ୍ରାଣ ଘାତକ ଅଟେ l
* ଏକ୍ସପର୍ଟ ଙ୍କ ମତ ଅନୁସାରେ ରେଡ଼ିଏସନ ର ଉତ୍ସର୍ଗ ବା ତରଙ୍ଗ ଚାଲି ଚାଲି କଥା ହେବା ସମୟରେ ଅଧିକ ବୃଦ୍ଧି ହୋଇଥାଏ l ଏପରି ସ୍ଥିତି ରେ ଏହା ମସ୍ତିଷ୍କ ପାଇଁ ମଧ୍ୟ କ୍ଷତି କାରକ ଅଟେ l
* ଗବେଷକ ଙ୍କ ମତରେ ଦୀର୍ଘ ସମୟ ଧରି ହାଇ ରେଡ଼ିଏସନ କଣ୍ଟାକ୍ଟ ରେ ରହିବା ଶରୀର ପାଇଁ କ୍ଷତି କାରକ ହୋଇଥାଏ l ହାର୍ଟ ଉପରେ ମଧ୍ୟ ଏହା କିଛି ମାତ୍ରରେ ପ୍ରଭାବ ପକାଇ ଥାଏ l
* ଏକ୍ସପର୍ଟ ଙ୍କ ମତ ଅନୁସାରେ ମୋବାଇଲ ଫୋନ ର ରେଡ଼ିଓଫ୍ରିକୁେନସି ତରଙ୍ଗ ଭାବରେ ଇଲେକ୍ଟ୍ରୋ ମଗ୍ନେଟିକ ତରଙ୍ଗ ର ଉତ୍ସର୍ଜନ କରିଥାଏ l ଏହି କାରଣରୁ ସ୍କିନ କ୍ୟାନ୍ସର ସମସ୍ୟା ମଧ୍ୟ ଦେଖା ଯାଇଥାଏ l
* ମୋବାଇଲ ଫୋନ ର ରେଡ଼ିଏସନ ହାଇ ଓ ଇଲେକ୍ଟ୍ରୋ ମଗ୍ନେଟିକ ଏବଂ ନେଟ ୱାର୍କ ଭ୍ୟାରୀ କାରଣରୁ ଚକ୍ଷୁର ଦୃଷ୍ଟି ଶକ୍ତି ମଧ୍ୟ ହ୍ରାସ ହୋଇଥାଏ l ଏହାଛଡା ଚକ୍ଷୁ ରେ କ୍ୟାନ୍ସର ସମସ୍ୟା ମଧ୍ୟ ଦେଖା ଯାଇଥାଏ l
* ଏହି ଗବେଷଣା ରେ ଏହା ମଧ୍ୟ କୁହାଯାଇଛି ସେଲ ଫୋନ ର ଆଲୋକ କାରଣରୁ ମସ୍ତିଷ୍କ ର ଟିସୁ ମଧ୍ୟ ପ୍ରଭାବିତ ହୋଇଥାଏ l
Nalco

Leave A Reply