Odisha news

ଦୀପର ଆଲୋକ ଜୀବନରେ ଭରି ଦେଇଥାଏ ସୁଖ ଓ ସମୃଦ୍ଧି ର ଆଲୋକ, କିନ୍ତୁ ଦୀପ ଜଳାଇବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ 

0
ହିନ୍ଦୁ ଧର୍ମରେ ଯେକୌଣସି ପୂଜାପାଠ ଓ ଅନୁଷ୍ଠାନ ସମୟରେ ଦୀପ ଜଳାଇବାର ମହତ୍ୱ ରହିଛି ଓ ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି l ପୂଜା କାର୍ଯ୍ୟରେ ଦୀପ ପ୍ରଜ୍ବଳନ କୁ ନେଇ ଅନେକ ଶାସ୍ତ୍ରଗତ ନିୟମ ରହିଛି l ଯାହାର ପାଳନ କରିବା ଆବଶ୍ୟକ l ପୂଜା କାର୍ଯ୍ୟରେ ଅଟା, ପିତଳ ରୁ ନେଇ ମାଟିର ଦୀପ ହିନ୍ଦୁ ଧର୍ମରେ ଜଳା ଯାଇଥାଏ l ଅନ୍ୟ ପକ୍ଷରେ ଘିଅ ଓ ତେଲ ଦୀପ ପ୍ରଜ୍ବଳିତ କରାଯାଇ ଥାଏ l କିନ୍ତୁ ତଥାପି ଦୀପ ଜଳାଇବାର କିଛିଟା ନିୟମ ରହିଛି l ଆସନ୍ତୁ ଜାଣିବା ପୂଜାରେ ଦୀପ ପ୍ରଜ୍ବଳନ କରିବାର କେତୋଟି ନିୟମ ବିଷୟରେ l
ଦୀପ ଜଳାଇବା ଦ୍ୱାରା ମିଳିଥାଏ ଏହିସବୁ ଲାଭ –
– ଘିଅ ଦୀପ ଜଳାଇବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ l ଏହାଛଡା ଦୀପ ଜଳାଇଲଲଇ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ l ପୁରାଣ ରେ କୁହାଯାଇଛି ଯେ ଦୀପ ଜଳୀୟବାର ଅର୍ଥ ହେଲା ଜୀବନ ରେ ଅନ୍ଧକାର କୁ ଦୂର କରିବା l
– ମାନ୍ୟତା ରହିଛି ଯେ ତୁଳସୀ ଚଉରା, ଘରର ମୁଖ୍ୟଦ୍ଵାର ରେ ଦୀପ ଜଳାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି l ଏଭଳି ଘରରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ଦୀପ ଜଳାଇବା ଦ୍ୱାରା ଦରିଦ୍ରତା, ରୋଗ ଓ କଷ୍ଟ ଦୂର ହୋଇଥାଏ l
– ଗୋଧୂଳୀ ସମୟରେ ଘରର ମୁଖ୍ୟ ଦ୍ୱାରରେ ଦକ୍ଷିଣ ପାର୍ଶ୍ୱରେ ଦୀପ ଜଳାଇବା ଦ୍ୱାରା ରାହୁ ଙ୍କ ନକାରାତ୍ମକ ପ୍ରଭାବ ଦୂର ହୁଏ l
– ଦୀପ ଜଳାଇବା ଦ୍ୱାରା ଧାର୍ମିକ ଲାଭ ହୋଇଥାଏ ଓ ବୈଜ୍ଞାନିକ ଲାଭ ମଧ୍ୟ ମିଳିଥାଏ l ବିଜ୍ଞାନ ଅନୁସାରେ ଦୀପ ଜଳାଇବା ଦ୍ୱାରା ପୋକ ଜୋକ ଦୂର ହୋଇ ଥାଆନ୍ତି l
– ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜାପାଠ ସମୟରେ କଦାପି ଦକ୍ଷିଣ ଦିଗରେ ଦୀପ ଲଗାଇବା ଉଚିତ ନୁହେଁ l କାହିଁକି ନା ଏହା ଯମରାଜ ଙ୍କ ଦିଗ ଅଟେ l ଉତ୍ତର ଦିଗରେ ଦୀପ ଲଗାଇବା ସବୁଠୁ ଶୁଭ ଅଟେ l କିନ୍ତୁ ଦୀପ ର ଶିଖା ପୂର୍ବ ଦିଗକୁ ରହିବା ଆବଶ୍ୟକ l ପଶ୍ଚିମ ଦିଗରେ ମଧ୍ୟ ଦୀପ ଜଳାଇ ପାରିବେ l
କେଉଁ ଦୀପ କେଉଁ କାର୍ଯ୍ୟ ରେ ପ୍ରୟୋଗ କରିବେ :-
* ମାଟିର ଦୀପ ସବୁଠୁ ଶୁଭ ଓ ପବିତ୍ର ଅଟେ l କିନ୍ତୁ ଥରେ ଜଳିଥବା ମାଟି ଦୀପ କୁ ପୁନର୍ବାର ଜଳାଇବେ ନାହିଁ l
– ଲୁହାର ଧାତୁ ରେ ଶନି ଙ୍କ ର ବାସ ହୋଇଥାଏ l
– ପିତଳ ଧାତୁ ରେ ବୃହସ୍ପତି ଙ୍କ ର ବାସ ହୋଇଥାଏ l
– ଚାନ୍ଦି ରେ ଶୁକ୍ର ଓ ଚନ୍ଦ୍ରମା ଙ୍କ ର ବାସ ହୋଇଥାଏ l
– ତମ୍ବା ରେ ସୂର୍ଯ୍ୟ ଓ ମଙ୍ଗଳ ଙ୍କ ର ବାସ ହୋଇଥାଏ l
– କଂସା ରେ ବୁଧ ଙ୍କ ର ଓ ସୁନା ରେ ସୂର୍ଯ୍ୟ ଓ ଗୁରୁ ଙ୍କ୍ ର ବାସ ହୋଇଥାଏ l
Har Ghar Tiranga

Leave A Reply